ହୃଦୟ ବିଦାରକ ସ୍ଥିତି

ନୂଆଦିଲ୍ଲୀ,୨୮ା୪: ରାଜନୈତିକ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ତାଲାବନ୍ଦ ହୋଇଛି। ଦୁଇ ବଡ଼ ସହରର ପ୍ରଶସ୍ତ ରାସ୍ତାଗୁଡ଼ିକରେ ସାଇରନ୍‌ ବଜାଇ ଆମ୍ବୁଲାନ୍ସ ଦୌଡ଼ୁଛି। ସଂକ୍ରମଣ ସୁନାମିରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଛି। ହାତରେ ପର୍ଯ୍ୟାପ୍ତ ଭାକ୍ସିନ ନାହିଁ। ଅକ୍ସିଜେନ, ଇଞ୍ଜେକ୍ସନ, ଔଷଧ, ଶଯ୍ୟାର ଅଭାବ ଦେଶରେ ଭୂତାଣୁ ଆତଙ୍କର ଭୟଙ୍କର ଚିତ୍ର ଆଙ୍କିଛି। ମୃତଦେହ ସତ୍କାର ପାଇଁ ଲମ୍ବାଧାଡ଼ି ଏବଂ ଲିଭୁ ନ ଥିବା ଚିତାର ଦୃଶ୍ୟ ସମଗ୍ର ବିଶ୍ୱକୁ ବ୍ୟଥିତ କରିଛି।
କରୋନା ଗ୍ରାଫ୍‌ ତଳକୁ ଖସିବାର ନାଁ ନେଉନାହିଁ। ବିଶେଷକରି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ନାଟକ, ଛତିଶଗଡ଼ ଓ କେରଳରେ ଭୂତାଣୁର ଭୟାବହତା ସର୍ବାଧିକ ଅନୁଭୂତ ହେଉଛି। ଏପ୍ରିଲ ମାସରେ ମୋଟ ସଂକ୍ରମଣର ୬୪% କେବଳ ଏହି ୬ ରାଜ୍ୟରେ ଦେଖିବାକୁ ମିଳିଛି। ଭାଇରୋଲୋଜିଷ୍ଟଙ୍କ ମତରେ ଦେଶରେ ସଂକ୍ରମଣର ଦ୍ରୁତଗତି ମାସକ ମଧ୍ୟରେ କମିବ ନାହିଁ। ଏଥିଲାଗି ହୋଟେଲ, ସ୍ପୋଟର୍‌ସ ହଲ୍‌ ଓ ଷ୍ଟାଡିୟମ୍‌ଗୁଡ଼ିକୁ ହସ୍ପିଟାଲରେ ରୂପାନ୍ତରିତ କରାଯାଉଛି। ହସ୍ପିଟାଲ ଭିତରେ ବେଡ୍‌ ଓ ଅନ୍ୟ ଜରୁରୀ ସୁବିଧାର ଅଭାବ ଏବଂ ବାହାରେ ଚିକିତ୍ସା ଆଶାୟୀଙ୍କ ଗହଳି କୋଭିଡ୍‌-୧୯ର ଭୟାବହତା ଓ ବ୍ୟାପକତାକୁ ବୟାନ କରୁଛି। ଶ୍ମଶାନଗୁଡ଼ିକରେ ଶହ ଶହ ସଂଖ୍ୟାରେ ଗାଡ଼ି ଲାଗୁଛି। ମୃତଦେହଗୁଡ଼ିକୁ ଗୋଟିଏ ଜାଗାରେ ଗଦାଇ ଦେଇ ଗଣସତ୍କାର କରାଯାଉଛି। ଟୁଇଟର, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏଭଳି ପରିସ୍ଥିତିରେ ଜରୁରୀ ସହାୟତା ପାଇଁ ଆକୁଳ ଚିତ୍କାରର ମାଧ୍ୟମ ପାଲଟିଛି। ବ୍ୟବସ୍ଥାର ଐତିହାସିକ ବିଫଳତା ପଦାରେ ପଡ଼ିବା ପରେ ଅଦୃଶ୍ୟ ଭୂତାଣୁ ବିରୋଧରେ ଲଢ଼ି ଅସହାୟ ହୋଇଯାଇଥିବା ଭାରତକୁ ସହାୟତାର ବିଦେଶୀ ହାତ ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାରେ ଅପାରଗତାକୁ ଦର୍ଶାଉଥିବା ପୋଷ୍ଟଗୁଡ଼ିକୁ ହଟାଇବା ପାଇଁ ଟୁଇଟରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି। ସାମାଜିକ ଗଣମାଧ୍ୟମ ଉପରେ ଏଭଳି କଟକଣାକୁ ‘ମାନବୀୟ ସଙ୍କଟ’ ବୋଲି ୟୁଜର୍ସ ପ୍ରତିକ୍ରିୟା ଦେଉଛନ୍ତି। ଦେଶର ଲାଇଫ୍‌ଲାଇନ୍‌ କୁହାଯାଉଥିବା ରେଲୱେ ’ଅକ୍ସିଜେନ ଏକ୍ସପ୍ରେସ୍‌’ ନାମରେ ଟ୍ରେନ୍‌ ଦଉଡ଼ାଇ ଅଣନିଃଶ୍ୱାସୀ ରୋଗୀଙ୍କୁ ଅମ୍ଳଜାନ ଯୋଗାଉଛି। ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ଭାରତୀୟ ବାୟୁସେନାର ସହଯୋଗ ନିଆଯାଉଛି। ନିଃସ୍ବ ଗରିବ ଲୋକେ ମଧ୍ୟ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଜୀବନ ଯାକର ସଞ୍ଚିତ ଧନକୁ ସରକାରଙ୍କୁ ଦାନ କରିବାରେ ଲାଗିଛନ୍ତି। ବିଶ୍ୱର ଅନ୍ୟ ଭାଗଗୁଡ଼ିକରେ କରୋନା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ମହାମାରୀର ହଟ୍‌ସ୍ପଟ ପାଲଟିଥିବା ଭାରତରେ ସ୍ଥିତି ଏତେ ଶୀଘ୍ର ସୁଧୁରିବା ଆଶା ଦିଶୁନି। ଶାରୀରିକ ଦୂରତ୍ୱ ରକ୍ଷା ନ କଲେ ଜଣେ ରୋଗୀ ମାସକ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିବା ଆଶଙ୍କା ରହିଛି। ତେଣୁ ଘର ଭିତରେ ବି ମାସ୍କ ପିନ୍ଧିବାକୁ କେନ୍ଦ୍ର ଦେଇଥିବା ପରାମର୍ଶରୁ ଏହା ବୁଝାପଡ଼ୁଛି।

ବିଶ୍ୱର ୩୮% ସଂକ୍ରମିତ ଭାରତରେ

ଭାରତରେ ଦ୍ରୁତଗତିରେ ମାଡ଼ି ଚାଲିଛି ମହାମାରୀ କରୋନା। ଦେଶରେ ମଙ୍ଗଳବାର ଷଷ୍ଠ ଦିନ ଧରି ୩ ଲକ୍ଷ ଉପରେ ନୂଆ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୩,୨୩,୧୪୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨,୭୭୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୧,୭୬,୩୬,୩୦୭ରେ ପହଞ୍ଚତ୍ଛି। ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୯୭,୮୯୪ ହୋଇଛି। ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, ସୋମବାର ଦେଶରେ ମୋଟ ୨୮୦,୯୭୯,୮୭୭ ନମୁନା ଯାଞ୍ଚ କରାଯାଇଛି।
ସଂକ୍ରମଣ ଦୃଷ୍ଟିରୁ ଦେଖିଲେ ବିଶ୍ୱର ୩୮% ଆକ୍ରାନ୍ତ ଭାରତରେ ରହିଛନ୍ତି, ଯାହାକି ଅନ୍ୟ ସମସ୍ତ ଦେଶଠାରୁ ଅଧିକ। ମାସକ ତଳେ ଏହି ହାର ମାତ୍ର ୯% ଥିଲା ବୋଲି ଜନ୍‌ ହୋପ୍‌କିନ୍ସ ୟୁନିଭର୍ସିଟି ତଥ୍ୟରୁ ଜଣାପଡ଼ିଛି। ଟିକାକରଣକୁ ମଧ୍ୟ ତ୍ୱରାନ୍ବିତ କରାଯାଇ ପାରିନାହିଁ। ଦେଶର ମାତ୍ର ୧୦% ଲୋକଙ୍କୁ ଟିକା ଦିଆଯାଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?