ହୃଦୟ ବିଦାରକ ସ୍ଥିତି

ନୂଆଦିଲ୍ଲୀ,୨୮ା୪: ରାଜନୈତିକ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ତାଲାବନ୍ଦ ହୋଇଛି। ଦୁଇ ବଡ଼ ସହରର ପ୍ରଶସ୍ତ ରାସ୍ତାଗୁଡ଼ିକରେ ସାଇରନ୍‌ ବଜାଇ ଆମ୍ବୁଲାନ୍ସ ଦୌଡ଼ୁଛି। ସଂକ୍ରମଣ ସୁନାମିରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଧୋଇ ହୋଇଯାଇଛି। ହାତରେ ପର୍ଯ୍ୟାପ୍ତ ଭାକ୍ସିନ ନାହିଁ। ଅକ୍ସିଜେନ, ଇଞ୍ଜେକ୍ସନ, ଔଷଧ, ଶଯ୍ୟାର ଅଭାବ ଦେଶରେ ଭୂତାଣୁ ଆତଙ୍କର ଭୟଙ୍କର ଚିତ୍ର ଆଙ୍କିଛି। ମୃତଦେହ ସତ୍କାର ପାଇଁ ଲମ୍ବାଧାଡ଼ି ଏବଂ ଲିଭୁ ନ ଥିବା ଚିତାର ଦୃଶ୍ୟ ସମଗ୍ର ବିଶ୍ୱକୁ ବ୍ୟଥିତ କରିଛି।
କରୋନା ଗ୍ରାଫ୍‌ ତଳକୁ ଖସିବାର ନାଁ ନେଉନାହିଁ। ବିଶେଷକରି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ନାଟକ, ଛତିଶଗଡ଼ ଓ କେରଳରେ ଭୂତାଣୁର ଭୟାବହତା ସର୍ବାଧିକ ଅନୁଭୂତ ହେଉଛି। ଏପ୍ରିଲ ମାସରେ ମୋଟ ସଂକ୍ରମଣର ୬୪% କେବଳ ଏହି ୬ ରାଜ୍ୟରେ ଦେଖିବାକୁ ମିଳିଛି। ଭାଇରୋଲୋଜିଷ୍ଟଙ୍କ ମତରେ ଦେଶରେ ସଂକ୍ରମଣର ଦ୍ରୁତଗତି ମାସକ ମଧ୍ୟରେ କମିବ ନାହିଁ। ଏଥିଲାଗି ହୋଟେଲ, ସ୍ପୋଟର୍‌ସ ହଲ୍‌ ଓ ଷ୍ଟାଡିୟମ୍‌ଗୁଡ଼ିକୁ ହସ୍ପିଟାଲରେ ରୂପାନ୍ତରିତ କରାଯାଉଛି। ହସ୍ପିଟାଲ ଭିତରେ ବେଡ୍‌ ଓ ଅନ୍ୟ ଜରୁରୀ ସୁବିଧାର ଅଭାବ ଏବଂ ବାହାରେ ଚିକିତ୍ସା ଆଶାୟୀଙ୍କ ଗହଳି କୋଭିଡ୍‌-୧୯ର ଭୟାବହତା ଓ ବ୍ୟାପକତାକୁ ବୟାନ କରୁଛି। ଶ୍ମଶାନଗୁଡ଼ିକରେ ଶହ ଶହ ସଂଖ୍ୟାରେ ଗାଡ଼ି ଲାଗୁଛି। ମୃତଦେହଗୁଡ଼ିକୁ ଗୋଟିଏ ଜାଗାରେ ଗଦାଇ ଦେଇ ଗଣସତ୍କାର କରାଯାଉଛି। ଟୁଇଟର, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏଭଳି ପରିସ୍ଥିତିରେ ଜରୁରୀ ସହାୟତା ପାଇଁ ଆକୁଳ ଚିତ୍କାରର ମାଧ୍ୟମ ପାଲଟିଛି। ବ୍ୟବସ୍ଥାର ଐତିହାସିକ ବିଫଳତା ପଦାରେ ପଡ଼ିବା ପରେ ଅଦୃଶ୍ୟ ଭୂତାଣୁ ବିରୋଧରେ ଲଢ଼ି ଅସହାୟ ହୋଇଯାଇଥିବା ଭାରତକୁ ସହାୟତାର ବିଦେଶୀ ହାତ ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବାରେ ଅପାରଗତାକୁ ଦର୍ଶାଉଥିବା ପୋଷ୍ଟଗୁଡ଼ିକୁ ହଟାଇବା ପାଇଁ ଟୁଇଟରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି। ସାମାଜିକ ଗଣମାଧ୍ୟମ ଉପରେ ଏଭଳି କଟକଣାକୁ ‘ମାନବୀୟ ସଙ୍କଟ’ ବୋଲି ୟୁଜର୍ସ ପ୍ରତିକ୍ରିୟା ଦେଉଛନ୍ତି। ଦେଶର ଲାଇଫ୍‌ଲାଇନ୍‌ କୁହାଯାଉଥିବା ରେଲୱେ ’ଅକ୍ସିଜେନ ଏକ୍ସପ୍ରେସ୍‌’ ନାମରେ ଟ୍ରେନ୍‌ ଦଉଡ଼ାଇ ଅଣନିଃଶ୍ୱାସୀ ରୋଗୀଙ୍କୁ ଅମ୍ଳଜାନ ଯୋଗାଉଛି। ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ଭାରତୀୟ ବାୟୁସେନାର ସହଯୋଗ ନିଆଯାଉଛି। ନିଃସ୍ବ ଗରିବ ଲୋକେ ମଧ୍ୟ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଜୀବନ ଯାକର ସଞ୍ଚିତ ଧନକୁ ସରକାରଙ୍କୁ ଦାନ କରିବାରେ ଲାଗିଛନ୍ତି। ବିଶ୍ୱର ଅନ୍ୟ ଭାଗଗୁଡ଼ିକରେ କରୋନା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ମହାମାରୀର ହଟ୍‌ସ୍ପଟ ପାଲଟିଥିବା ଭାରତରେ ସ୍ଥିତି ଏତେ ଶୀଘ୍ର ସୁଧୁରିବା ଆଶା ଦିଶୁନି। ଶାରୀରିକ ଦୂରତ୍ୱ ରକ୍ଷା ନ କଲେ ଜଣେ ରୋଗୀ ମାସକ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିବା ଆଶଙ୍କା ରହିଛି। ତେଣୁ ଘର ଭିତରେ ବି ମାସ୍କ ପିନ୍ଧିବାକୁ କେନ୍ଦ୍ର ଦେଇଥିବା ପରାମର୍ଶରୁ ଏହା ବୁଝାପଡ଼ୁଛି।

ବିଶ୍ୱର ୩୮% ସଂକ୍ରମିତ ଭାରତରେ

ଭାରତରେ ଦ୍ରୁତଗତିରେ ମାଡ଼ି ଚାଲିଛି ମହାମାରୀ କରୋନା। ଦେଶରେ ମଙ୍ଗଳବାର ଷଷ୍ଠ ଦିନ ଧରି ୩ ଲକ୍ଷ ଉପରେ ନୂଆ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୩,୨୩,୧୪୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨,୭୭୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୧,୭୬,୩୬,୩୦୭ରେ ପହଞ୍ଚତ୍ଛି। ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୯୭,୮୯୪ ହୋଇଛି। ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, ସୋମବାର ଦେଶରେ ମୋଟ ୨୮୦,୯୭୯,୮୭୭ ନମୁନା ଯାଞ୍ଚ କରାଯାଇଛି।
ସଂକ୍ରମଣ ଦୃଷ୍ଟିରୁ ଦେଖିଲେ ବିଶ୍ୱର ୩୮% ଆକ୍ରାନ୍ତ ଭାରତରେ ରହିଛନ୍ତି, ଯାହାକି ଅନ୍ୟ ସମସ୍ତ ଦେଶଠାରୁ ଅଧିକ। ମାସକ ତଳେ ଏହି ହାର ମାତ୍ର ୯% ଥିଲା ବୋଲି ଜନ୍‌ ହୋପ୍‌କିନ୍ସ ୟୁନିଭର୍ସିଟି ତଥ୍ୟରୁ ଜଣାପଡ଼ିଛି। ଟିକାକରଣକୁ ମଧ୍ୟ ତ୍ୱରାନ୍ବିତ କରାଯାଇ ପାରିନାହିଁ। ଦେଶର ମାତ୍ର ୧୦% ଲୋକଙ୍କୁ ଟିକା ଦିଆଯାଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri