ହୃତ୍‌ପିଣ୍ଡ ଓ ହୃଦ୍‌ଘାତ ମୃତ୍ୟୁ

ଡା. ପ୍ରଫୁଲ୍ଲ କୁମାର ଦାସ

 

ଆଧୁନିକତା ସହିତ ତାଳଦେଇ ଚାଲୁଥିବା ମଣିଷର ଦୈନନ୍ଦିନ ଜୀବନଶୈଳୀ ବଦଳିବାରେ ଲାଗିଛି। ଖାଇବା, ପିଇବା, ଶୋଇବା ସମୟରେ ପରିବର୍ତ୍ତନ ହୋଇଛି। କର୍ମକ୍ଷେତ୍ରରେ ଅତିରିକ୍ତ ଚାପ ବଢ଼ିବାରେ ଲାଗିଛି। ବ୍ୟସ୍ତତା କାରଣରୁ ଅନେକେ ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେଇପାରୁନାହାନ୍ତି। ଏସବୁ ଅବେଳରେ ହୃଦ୍‌ଘାତ ସମସ୍ୟାକୁ ନିମନ୍ତ୍ରଣ ଦେଉଛି। ବିଶ୍ୱରେ ଯୁବପିଢ଼ିଙ୍କ ମଧ୍ୟରେ ହୃଦ୍‌ଘାତଜନିତ ମୃତ୍ୟୁ ଦ୍ରୁତଗତିରେ ବଢ଼ୁଥିବାବେଳେ ଭାରତର ସ୍ଥିତି ବେଶ୍‌ ଚିନ୍ତାଜନକ। ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ହୃଦ୍‌ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ୫୦% ବୃଦ୍ଧିପାଇଛି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଭାରତରେ ହୃଦ୍‌ଘାତଜନିତ ମୃତ୍ୟୁ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ୨୦୨୦ରେ ଏହି ସଂଖ୍ୟା ୨୧ ହଜାର ୪୧୨। କେବଳ ଯୁବାବସ୍ଥା ନୁହେଁ, ପ୍ରତିବର୍ଗର ଲୋକେ ଏବେ ଏହି ସମସ୍ୟା ଭୋଗୁଛନ୍ତି। ଭାରତରେ ପ୍ରତି ୪ ମୃତ୍ୟୁ ମଧ୍ୟରେ ଜଣେ ହୃଦ୍‌ଘାତର ଶିକାର ହୋଇଥାଆନ୍ତି। ଲାନ୍‌ସେଟର ଏକ ରିପୋର୍ଟ ଅନୁଯାୟୀ ସହରାଞ୍ଚଳ ଅପେକ୍ଷା ଏବେ ଗ୍ରାମାଞ୍ଚଳରେ ଅଧିକ ଲୋକ ହୃଦ୍‌ରୋଗ ସମସ୍ୟାରେ ପୀଡ଼ିତ। ଅପରପକ୍ଷେ ସେଣ୍ଟର ଅଫ୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍ସନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ହୃଦ୍‌ଘାତ ମୃତ୍ୟୁରେ ବିଶ୍ୱରେ ଶୀର୍ଷରେ ରହିଛି ଆମେରିକା। ଏଠାରେ ପ୍ରତି ୩୬ ସେକେଣ୍ଡରେ ଜଣେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆମେରିକାରେ ହୃଦ୍‌ଘାତ ପ୍ରତିବର୍ଷ ୬ଲକ୍ଷ ୫୫ହଜାର ଲୋକଙ୍କ ଜୀବନ ନେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସାରା ପୃଥିବୀରେ ମୃତ୍ୟୁ ଘଟୁଥିବା ଲୋକଙ୍କ ମଧ୍ୟରୁ ୧୭.୯ ମିଲିୟନ ବ୍ୟକ୍ତି କାର୍ଡିଓଭାସ୍କୁଲାର ଡିଜିଜ୍‌ର ଶିକାର ହୋଇଥାନ୍ତି। ସୁଷମ ଖାଦ୍ୟ, ବ୍ୟାୟାମ, ମାଦକଦ୍ରବ୍ୟ ସେବନରୁ ଦୂରେଇ ରହିବା, ଭୋଜନରେ କମ ଲୁଣ ବ୍ୟବହାର, ଦୈନନ୍ଦିନ ଖାଦ୍ୟରେ ସବୁଜ ପରିବା ସାମିଲ କରିବା ଦ୍ୱାରା ଏହାକୁ କେତେକାଂଶରେ ନିୟନ୍ତ୍ରଣ କରାଯାଇପାରିବ। ଗତ ଦଶନ୍ଧି ମଧ୍ୟରେ ଭାରତରେ ହୃଦ୍‌ଘାତଜନିତ ମୃତ୍ୟୁ ଅଙ୍କ ଅତି ସାଂଘାତିକ। ରୋଗଗ୍ରସ୍ତ ୪ ଜଣଙ୍କ ମଧ୍ୟରୁ ଜଣେ ହୃଦ୍‌ଘାତର ଶିକାର ହୋଇ ଶେଷନିଃଶ୍ୱାସ ତ୍ୟାଗ କରୁଥିବା ଏକ ତଥ୍ୟରୁ ଜଣାପଡ଼ିଛି।
ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ହୃତ୍‌ପିଣ୍ଡଜନିତ ବିଭିନ୍ନ ସମସ୍ୟା ଦେଖାଯାଉଛି। ବିଜ୍ଞାନ ଯୁଗରେ ସମସ୍ତେ ଚାହୁଁଛନ୍ତି କେମିତି କମ୍‌ ପରିଶ୍ରମ କରି ଅଧିକ ଅର୍ଥ ଉପାର୍ଜନ କରିବାକୁ।
ହେଲେ ଏହାଦ୍ୱାରା ଅନେକ କ୍ଷତି ହୋଇଥାଏ। କମ୍‌ ପରିଶ୍ରମ କରିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଠିକ୍‌ ଭାବରେ କାର୍ଯ୍ୟଶୀଳ ହୋଇପାରେ ନାହିଁ। ଏହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ଠିକ୍‌ ଭାବରେ ଅମ୍ଳଜାନ ମିଳି ନ ଥାଏ।ହୃତ୍‌ପିଣ୍ଡ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ। ହୃତ୍‌ପିଣ୍ଡ ଠିକ୍‌ ଭାବରେ ଅମ୍ଳଜାନ ନ ପାଇବା ଯୋଗୁ ସୁଚାରୁରୂପେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ; ଫଳରେ ବିଭିନ୍ନ ପ୍ରକାର ହୃଦ୍‌ଜନିତ ସମସ୍ୟା ଦେଖାଯାଏ। ସମୟ ସମୟରେ ହୃଦ୍‌ଘାତରେ ବ୍ୟକ୍ତି ମଧ୍ୟ ମୃତ୍ୟୁମୁଖରେ ପଡ଼ିଥାଏ। ତେଣୁ ହୃତ୍‌ପିଣ୍ଡ ସୁସ୍ଥ ରଖିବା ପାଇଁ ସର୍ବଦା ସଯତ୍ନ ହେବା ଉଚିତ। ପ୍ରତ୍ୟେକେ ନିଜର ଦୈନନ୍ଦିନ ଜୀବନରେ ବ୍ୟାୟାମକୁ ସାମିଲ କରିବା ଦରକାର।
ସମୟ ସମୟରେ ଶାରୀରିକ ପରିଶ୍ରମ କରନ୍ତୁ; ଯାହା କି ହୃତ୍‌ପିଣ୍ଡ ସୁସ୍ଥ ରଖିବାରେ ସହାୟ ହେବ।
କ’ଣ ହେଲେ ହୃତ୍‌ପିଣ୍ଡ ଅଧିକ ସୁସ୍ଥ ରହିପାରିବ ଆସନ୍ତୁ ଜାଣିବା। ଏରୋବିକ୍‌ ବ୍ୟାୟାମ ଦିନକୁ ୩୦ ମିନିଟ୍‌ କରନ୍ତୁ। ଏହାଦ୍ୱାରା ହୃଦ୍‌ସ୍ପନ୍ଦନ ବୃଦ୍ଧିପାଏ। ସପ୍ତାହରେ ତିନି ଦିନ ଦିନକୁ ୩୦ ମିନିଟ୍‌ ଏରୋବିକ୍‌ କରିବା ଦ୍ୱାରା ସୁସ୍ଥ ରହିପାରିବେ। ପ୍ରତିଦିନ ସକାଳୁ ଦ୍ରୁତଗତିରେ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
ଚାଲିବା ସମୟରେ ଆରାମଦାୟକ ଜୋତା ପିନ୍ଧନ୍ତୁ।
ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ଦିନକୁ ମାତ୍ର ୫-୧୦ ମିନିଟ୍‌ ଚାଲିବାରେ ଦିଅନ୍ତୁ। ଏହାଦ୍ୱାରା ଆପଣ ସୁସ୍ଥ ରହିପାରିବେ। ଦୌଡ଼ିବା ଦ୍ୱାରା କ୍ୟାଲୋରିର ମାତ୍ରା ହ୍ରାସ ପାଇଥାଏ। ସୁସ୍ଥ ରହିବା ପାଇଁ ପ୍ରତି ୫ ମିନିଟ୍‌ ଚାଲିବା ସମୟରେ ୧-୨ ମିନିଟ୍‌ ଦୌଡ଼ିବା ଆବଶ୍ୟକ। ଯେତେ ସମୟ ଦୌଡ଼ିବେ ଭଲ। ଦୌଡ଼ିବା ଅପେକ୍ଷା ଶିଡ଼ି ଚଢ଼ିବାରେ ଅଧିକ ସୁଫଳ ମିଳିଥାଏ। ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ପ୍ରତିଦିନ ଯୋଗ କରନ୍ତୁ। ଏହାଦ୍ୱାରା ଶରୀରରୁ କୋଲେଷ୍ଟରଲ ସ୍ତର, ନିମ୍ନ ରକ୍ତଚାପ ଓ ଚିନ୍ତା ଦୂରେଇ ଯିବ; ଯାହା କି ହୃତ୍‌ପିଣ୍ଡ ସୁସ୍ଥ ରଖିବାରେ ସହାୟକ ହେବ। ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିମ୍‌ ଯାଆନ୍ତୁ। ଓଜନ ନିୟନ୍ତ୍ରଣରେ ରହିବା ଦ୍ୱାରା ରକ୍ତଚାପ ଆଶଙ୍କା ହ୍ରାସ ପାଏ। ଏହାଦ୍ୱାରା ମଧ୍ୟ ଚର୍ବି ହ୍ରାସ ହୋଇ ମାଂସପେଶୀ ଶକ୍ତିଶାଳୀ ହୋଇଥାଏ। ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳ ପିଇବା ଦ୍ୱାରା ଶରୀର ଯେପରି ସୁସ୍ଥ ରହେ, ସେହିପରି ମଧ୍ୟ ସନ୍ତରଣ କରିବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ବିଶେଷକରି ସନ୍ତରଣ ଯୋଗୁ ରକ୍ତସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ। ମାଂସପେଶୀ ଶକ୍ତିଶାଳୀ ହୁଏ। ହୃଦ୍‌ସ୍ପନ୍ଦନ ବୃଦ୍ଧି ପାଏ ଓ ରକ୍ତ ପରିଷ୍କାର ହୋଇଥାଏ। ବିଶେଷକରି ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ । ଗଣ୍ଠି ସମସ୍ୟା ଥିଲେ ଏହାଦ୍ୱାରା ଦୂରେଇ ଯାଏ। ସାଇକେଲ ଚଲାଇବା ଏକ ଭଲ ଅଭ୍ୟାସ । ଏହାଦ୍ୱାରା ବିଭିନ୍ନ ପ୍ରକାର ରୋଗ ଦୂର ହୋଇଯାଏ। ବିଶେଷକରି ଏହାଦ୍ୱାରା ରକ୍ତ ସଞ୍ଚାଳନ ଭଲ ହେଉଥିବାରୁ ହୃତ୍‌ପିଣ୍ଡ ସୁସ୍ଥ ରହେ। ସାଇକେଲ ଚାଳନା ଦ୍ୱାରା ମଧ୍ୟ ଗଣ୍ଠିଜନିତ ସମସ୍ୟା ଦୂର ହୋଇଥାଏ। ସୁଷମ ଖାଦ୍ୟ, ତଟକା ପନିପରିବା, ଯୋଗାସନ, ପ୍ରାଣାୟାମ ସବୁଠାରୁ ଭଲ। ସମସ୍ତ ପ୍ରକାର ନିଶାସେବନଠାରୁ ଦୂରେଇ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାନସିକ ଶାନ୍ତି ମଧ୍ୟ ସୁସ୍ଥ ଶରୀର ପାଇଁ ଅପରିହାର୍ଯ୍ୟ ଆବଶ୍ୟକତା। ନିଜ କର୍ମମୟ ଜୀବନକୁ ଦେଖି ଭଲ ରୁଟିନ ଟିଏ ତିଆରି କରନ୍ତୁ ଦେଖିବେ ଆପଣ ନିଜେ ସୁସ୍ଥ ରହିବା ସହ ହୃତ୍‌ପିଣ୍ଡ ମଧ୍ୟ ସୁସ୍ଥ ରହିବ।
କନ୍‌ସଲଟାଣ୍ଟା ରେଡିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri