ହୃତ୍‌ପିଣ୍ଡ ଓ ହୃଦ୍‌ଘାତ ମୃତ୍ୟୁ

ଡା. ପ୍ରଫୁଲ୍ଲ କୁମାର ଦାସ

 

ଆଧୁନିକତା ସହିତ ତାଳଦେଇ ଚାଲୁଥିବା ମଣିଷର ଦୈନନ୍ଦିନ ଜୀବନଶୈଳୀ ବଦଳିବାରେ ଲାଗିଛି। ଖାଇବା, ପିଇବା, ଶୋଇବା ସମୟରେ ପରିବର୍ତ୍ତନ ହୋଇଛି। କର୍ମକ୍ଷେତ୍ରରେ ଅତିରିକ୍ତ ଚାପ ବଢ଼ିବାରେ ଲାଗିଛି। ବ୍ୟସ୍ତତା କାରଣରୁ ଅନେକେ ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ଦେଇପାରୁନାହାନ୍ତି। ଏସବୁ ଅବେଳରେ ହୃଦ୍‌ଘାତ ସମସ୍ୟାକୁ ନିମନ୍ତ୍ରଣ ଦେଉଛି। ବିଶ୍ୱରେ ଯୁବପିଢ଼ିଙ୍କ ମଧ୍ୟରେ ହୃଦ୍‌ଘାତଜନିତ ମୃତ୍ୟୁ ଦ୍ରୁତଗତିରେ ବଢ଼ୁଥିବାବେଳେ ଭାରତର ସ୍ଥିତି ବେଶ୍‌ ଚିନ୍ତାଜନକ। ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ହୃଦ୍‌ରୋଗ ଆକ୍ରାନ୍ତଙ୍କ ସଂଖ୍ୟା ୫୦% ବୃଦ୍ଧିପାଇଛି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଭାରତରେ ହୃଦ୍‌ଘାତଜନିତ ମୃତ୍ୟୁ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ୨୦୨୦ରେ ଏହି ସଂଖ୍ୟା ୨୧ ହଜାର ୪୧୨। କେବଳ ଯୁବାବସ୍ଥା ନୁହେଁ, ପ୍ରତିବର୍ଗର ଲୋକେ ଏବେ ଏହି ସମସ୍ୟା ଭୋଗୁଛନ୍ତି। ଭାରତରେ ପ୍ରତି ୪ ମୃତ୍ୟୁ ମଧ୍ୟରେ ଜଣେ ହୃଦ୍‌ଘାତର ଶିକାର ହୋଇଥାଆନ୍ତି। ଲାନ୍‌ସେଟର ଏକ ରିପୋର୍ଟ ଅନୁଯାୟୀ ସହରାଞ୍ଚଳ ଅପେକ୍ଷା ଏବେ ଗ୍ରାମାଞ୍ଚଳରେ ଅଧିକ ଲୋକ ହୃଦ୍‌ରୋଗ ସମସ୍ୟାରେ ପୀଡ଼ିତ। ଅପରପକ୍ଷେ ସେଣ୍ଟର ଅଫ୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍ସନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ହୃଦ୍‌ଘାତ ମୃତ୍ୟୁରେ ବିଶ୍ୱରେ ଶୀର୍ଷରେ ରହିଛି ଆମେରିକା। ଏଠାରେ ପ୍ରତି ୩୬ ସେକେଣ୍ଡରେ ଜଣେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆମେରିକାରେ ହୃଦ୍‌ଘାତ ପ୍ରତିବର୍ଷ ୬ଲକ୍ଷ ୫୫ହଜାର ଲୋକଙ୍କ ଜୀବନ ନେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ସାରା ପୃଥିବୀରେ ମୃତ୍ୟୁ ଘଟୁଥିବା ଲୋକଙ୍କ ମଧ୍ୟରୁ ୧୭.୯ ମିଲିୟନ ବ୍ୟକ୍ତି କାର୍ଡିଓଭାସ୍କୁଲାର ଡିଜିଜ୍‌ର ଶିକାର ହୋଇଥାନ୍ତି। ସୁଷମ ଖାଦ୍ୟ, ବ୍ୟାୟାମ, ମାଦକଦ୍ରବ୍ୟ ସେବନରୁ ଦୂରେଇ ରହିବା, ଭୋଜନରେ କମ ଲୁଣ ବ୍ୟବହାର, ଦୈନନ୍ଦିନ ଖାଦ୍ୟରେ ସବୁଜ ପରିବା ସାମିଲ କରିବା ଦ୍ୱାରା ଏହାକୁ କେତେକାଂଶରେ ନିୟନ୍ତ୍ରଣ କରାଯାଇପାରିବ। ଗତ ଦଶନ୍ଧି ମଧ୍ୟରେ ଭାରତରେ ହୃଦ୍‌ଘାତଜନିତ ମୃତ୍ୟୁ ଅଙ୍କ ଅତି ସାଂଘାତିକ। ରୋଗଗ୍ରସ୍ତ ୪ ଜଣଙ୍କ ମଧ୍ୟରୁ ଜଣେ ହୃଦ୍‌ଘାତର ଶିକାର ହୋଇ ଶେଷନିଃଶ୍ୱାସ ତ୍ୟାଗ କରୁଥିବା ଏକ ତଥ୍ୟରୁ ଜଣାପଡ଼ିଛି।
ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ହୃତ୍‌ପିଣ୍ଡଜନିତ ବିଭିନ୍ନ ସମସ୍ୟା ଦେଖାଯାଉଛି। ବିଜ୍ଞାନ ଯୁଗରେ ସମସ୍ତେ ଚାହୁଁଛନ୍ତି କେମିତି କମ୍‌ ପରିଶ୍ରମ କରି ଅଧିକ ଅର୍ଥ ଉପାର୍ଜନ କରିବାକୁ।
ହେଲେ ଏହାଦ୍ୱାରା ଅନେକ କ୍ଷତି ହୋଇଥାଏ। କମ୍‌ ପରିଶ୍ରମ କରିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଠିକ୍‌ ଭାବରେ କାର୍ଯ୍ୟଶୀଳ ହୋଇପାରେ ନାହିଁ। ଏହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ଠିକ୍‌ ଭାବରେ ଅମ୍ଳଜାନ ମିଳି ନ ଥାଏ।ହୃତ୍‌ପିଣ୍ଡ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ। ହୃତ୍‌ପିଣ୍ଡ ଠିକ୍‌ ଭାବରେ ଅମ୍ଳଜାନ ନ ପାଇବା ଯୋଗୁ ସୁଚାରୁରୂପେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ; ଫଳରେ ବିଭିନ୍ନ ପ୍ରକାର ହୃଦ୍‌ଜନିତ ସମସ୍ୟା ଦେଖାଯାଏ। ସମୟ ସମୟରେ ହୃଦ୍‌ଘାତରେ ବ୍ୟକ୍ତି ମଧ୍ୟ ମୃତ୍ୟୁମୁଖରେ ପଡ଼ିଥାଏ। ତେଣୁ ହୃତ୍‌ପିଣ୍ଡ ସୁସ୍ଥ ରଖିବା ପାଇଁ ସର୍ବଦା ସଯତ୍ନ ହେବା ଉଚିତ। ପ୍ରତ୍ୟେକେ ନିଜର ଦୈନନ୍ଦିନ ଜୀବନରେ ବ୍ୟାୟାମକୁ ସାମିଲ କରିବା ଦରକାର।
ସମୟ ସମୟରେ ଶାରୀରିକ ପରିଶ୍ରମ କରନ୍ତୁ; ଯାହା କି ହୃତ୍‌ପିଣ୍ଡ ସୁସ୍ଥ ରଖିବାରେ ସହାୟ ହେବ।
କ’ଣ ହେଲେ ହୃତ୍‌ପିଣ୍ଡ ଅଧିକ ସୁସ୍ଥ ରହିପାରିବ ଆସନ୍ତୁ ଜାଣିବା। ଏରୋବିକ୍‌ ବ୍ୟାୟାମ ଦିନକୁ ୩୦ ମିନିଟ୍‌ କରନ୍ତୁ। ଏହାଦ୍ୱାରା ହୃଦ୍‌ସ୍ପନ୍ଦନ ବୃଦ୍ଧିପାଏ। ସପ୍ତାହରେ ତିନି ଦିନ ଦିନକୁ ୩୦ ମିନିଟ୍‌ ଏରୋବିକ୍‌ କରିବା ଦ୍ୱାରା ସୁସ୍ଥ ରହିପାରିବେ। ପ୍ରତିଦିନ ସକାଳୁ ଦ୍ରୁତଗତିରେ ଚାଲିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
ଚାଲିବା ସମୟରେ ଆରାମଦାୟକ ଜୋତା ପିନ୍ଧନ୍ତୁ।
ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ଦିନକୁ ମାତ୍ର ୫-୧୦ ମିନିଟ୍‌ ଚାଲିବାରେ ଦିଅନ୍ତୁ। ଏହାଦ୍ୱାରା ଆପଣ ସୁସ୍ଥ ରହିପାରିବେ। ଦୌଡ଼ିବା ଦ୍ୱାରା କ୍ୟାଲୋରିର ମାତ୍ରା ହ୍ରାସ ପାଇଥାଏ। ସୁସ୍ଥ ରହିବା ପାଇଁ ପ୍ରତି ୫ ମିନିଟ୍‌ ଚାଲିବା ସମୟରେ ୧-୨ ମିନିଟ୍‌ ଦୌଡ଼ିବା ଆବଶ୍ୟକ। ଯେତେ ସମୟ ଦୌଡ଼ିବେ ଭଲ। ଦୌଡ଼ିବା ଅପେକ୍ଷା ଶିଡ଼ି ଚଢ଼ିବାରେ ଅଧିକ ସୁଫଳ ମିଳିଥାଏ। ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ପ୍ରତିଦିନ ଯୋଗ କରନ୍ତୁ। ଏହାଦ୍ୱାରା ଶରୀରରୁ କୋଲେଷ୍ଟରଲ ସ୍ତର, ନିମ୍ନ ରକ୍ତଚାପ ଓ ଚିନ୍ତା ଦୂରେଇ ଯିବ; ଯାହା କି ହୃତ୍‌ପିଣ୍ଡ ସୁସ୍ଥ ରଖିବାରେ ସହାୟକ ହେବ। ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିମ୍‌ ଯାଆନ୍ତୁ। ଓଜନ ନିୟନ୍ତ୍ରଣରେ ରହିବା ଦ୍ୱାରା ରକ୍ତଚାପ ଆଶଙ୍କା ହ୍ରାସ ପାଏ। ଏହାଦ୍ୱାରା ମଧ୍ୟ ଚର୍ବି ହ୍ରାସ ହୋଇ ମାଂସପେଶୀ ଶକ୍ତିଶାଳୀ ହୋଇଥାଏ। ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳ ପିଇବା ଦ୍ୱାରା ଶରୀର ଯେପରି ସୁସ୍ଥ ରହେ, ସେହିପରି ମଧ୍ୟ ସନ୍ତରଣ କରିବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ବିଶେଷକରି ସନ୍ତରଣ ଯୋଗୁ ରକ୍ତସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ। ମାଂସପେଶୀ ଶକ୍ତିଶାଳୀ ହୁଏ। ହୃଦ୍‌ସ୍ପନ୍ଦନ ବୃଦ୍ଧି ପାଏ ଓ ରକ୍ତ ପରିଷ୍କାର ହୋଇଥାଏ। ବିଶେଷକରି ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ । ଗଣ୍ଠି ସମସ୍ୟା ଥିଲେ ଏହାଦ୍ୱାରା ଦୂରେଇ ଯାଏ। ସାଇକେଲ ଚଲାଇବା ଏକ ଭଲ ଅଭ୍ୟାସ । ଏହାଦ୍ୱାରା ବିଭିନ୍ନ ପ୍ରକାର ରୋଗ ଦୂର ହୋଇଯାଏ। ବିଶେଷକରି ଏହାଦ୍ୱାରା ରକ୍ତ ସଞ୍ଚାଳନ ଭଲ ହେଉଥିବାରୁ ହୃତ୍‌ପିଣ୍ଡ ସୁସ୍ଥ ରହେ। ସାଇକେଲ ଚାଳନା ଦ୍ୱାରା ମଧ୍ୟ ଗଣ୍ଠିଜନିତ ସମସ୍ୟା ଦୂର ହୋଇଥାଏ। ସୁଷମ ଖାଦ୍ୟ, ତଟକା ପନିପରିବା, ଯୋଗାସନ, ପ୍ରାଣାୟାମ ସବୁଠାରୁ ଭଲ। ସମସ୍ତ ପ୍ରକାର ନିଶାସେବନଠାରୁ ଦୂରେଇ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାନସିକ ଶାନ୍ତି ମଧ୍ୟ ସୁସ୍ଥ ଶରୀର ପାଇଁ ଅପରିହାର୍ଯ୍ୟ ଆବଶ୍ୟକତା। ନିଜ କର୍ମମୟ ଜୀବନକୁ ଦେଖି ଭଲ ରୁଟିନ ଟିଏ ତିଆରି କରନ୍ତୁ ଦେଖିବେ ଆପଣ ନିଜେ ସୁସ୍ଥ ରହିବା ସହ ହୃତ୍‌ପିଣ୍ଡ ମଧ୍ୟ ସୁସ୍ଥ ରହିବ।
କନ୍‌ସଲଟାଣ୍ଟା ରେଡିଓଲୋଜିଷ୍ଟ, ଏମ୍‌ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?