ମାମୁ ହର୍ଷବର୍ଦ୍ଧନଙ୍କ ସହ ପୁଅର ପ୍ରଥମ ଫଟୋ ଶେୟାର କରି ସୋନମ କହିଲେ , ଆପ ବେଷ୍ଟ ହୈ

ମୁମ୍ବାଇ: ନିକଟରେ ମାଆ ହୋଇଥିବା ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କ ମଦରହୁଡ ଫେଜ ଏନଜୟ କରୁଛନ୍ତି । ଅଭିନେତ୍ରୀ ଚଳିତ ବର୍ଷ ଅଗଷ୍ଟରେ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ପ୍ରଥମ ପୁତ୍ର ସନ୍ତାନ ବାୟୁକୁ ଅଗଷ୍ଟ ମାସରେ ସ୍ୱାଗତ କରିଥିଲେ । ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଫ୍ୟାନ୍ସଙ୍କ ସହ ସେ ତାଙ୍କ ପର୍ସନାଲ ଲାଇଫର ଅନେକ କଥା ଶେୟାର କରିଥାଆନ୍ତି । ଶୁକ୍ରବାର ତାଙ୍କ ଭାଇ ହର୍ଷବର୍ଦ୍ଧନଙ୍କ ଜନ୍ମ ଦିନରେ ସେ ଏକ ପ୍ୟାରା ସା ପୋଷ୍ଟ ଶେୟାର କରିଛନ୍ତି । ସୋନମ ତାଙ୍କ ପୁଅ ବାୟୁ ସହ ଭାଇ ହର୍ଷବର୍ଦ୍ଧନଙ୍କ ଏକ ଫଟୋ ଶେୟାର କରିଛନ୍ତି ।
ଫଟୋରେ ମାମୁ ହର୍ଷବର୍ଦ୍ଧନ ଭଣଜା ବାୟୁକୁ କୋଳରେ ଧରଥିବା ଦେଖାଯାଇଛି । କୁନି ପିଲାଟି ମାମୁଙ୍କ ସହ ଖେଳୁଥିବା ଦେଖାଯାଇଛି । ଫଟୋ ସହ କ୍ୟାପଶନରେ ସୋନମ ଲେଖିଛନ୍ତି, ବାୟୁ ତୁମକୁ ଭଲ ପାଉଛି, ତୁମେ ସବୁଠାରୁ ଭଲ ମାମୁ । ସୋସିଆଲ ମିଡିଆରେ ଏହି ଫଟୋ ଶେୟାର ହେବା ପରେ ପ୍ରଶଂସକଙ୍କ କମେଣ୍ଟସ୍ ଆସିବା ଆରମ୍ଭ ହୋଇଯାଇଛି । ଫ୍ୟାନ୍ସଙ୍କୁ ମାମୁ ଭଣଜାଙ୍କ ଏହି ଯୋଡି ଖୁବ୍ ପସନ୍ଦ ଆସିଛି । ଜଣେ ୟୁଜର ଲେଖିଛନ୍ତି ସୋ କ୍ୟୁଟ, ଆଉ ଜଣେ ଲେଖିଛନ୍ତି ବହୁତ ପ୍ୟାରା, ଆଉ କେତେଜଣ ଫଟୋ ଉପରେ ହାର୍ଟ ଇମୋଜି ସହ ରିଆକ୍ଟ କରିଛନ୍ତି ।
ଏହା ପୂର୍ବରୁ ସୋନମ ତାଙ୍କ ପୁଅ ବାୟୁର ଫଟୋ ଶେୟାର କରିଥିଲେ ବି ଏପର୍ଯ୍ୟନ୍ତ ସେ ତା’ର ମୁଁ ଦେଖାଇ ନାହାନ୍ତି । ଏଥର ବି ସେ ଠିକ୍ ସେଇଆ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri