ଭୂତାଣୁ କବଳରେ ସ୍ବାସ୍ଥ୍ୟକର୍ମୀ

ଲକ୍ଷ୍ନୌ, ୨୦ା୪: କରୋନା ସହ ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଯୋଦ୍ଧା ହୋଇଥିଲେ ହେଁ ସେମାନେ ମଧ୍ୟ ଭୂତାଣୁ କବଳରୁ ବାଦ୍‌ ପଡ଼ିନାହାନ୍ତି। ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଉଥିବା ଡାକ୍ତର, ହସ୍ପିଟାଲ ଷ୍ଟାଫ୍‌, ନର୍ସ, ଟେକ୍ନିସିଆନ, ଓ୍ବାର୍ଡ ବଏଙ୍କ ସମେତ ଅନେକ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହେବା ସଙ୍କଟ ଆହୁରି ବଢ଼ାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ କେଜିଏମ୍‌ୟୁ ହସ୍ପିଟାଲର ୩୦ ପ୍ରତିଶତରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ୧୪ ଦିନିଆ କୋଭିଡ୍‌ ଡ୍ୟୁଟିରେ ଯାଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ସଂକ୍ରମିତ ହୋଇ ଫେରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସେହିପରି ରାମ ମନୋହର ଲୋହିଆ ମେଡିକାଲରେ ୨ ହଜାର ଷ୍ଟାଫ୍‌ଙ୍କ ମଧ୍ୟରୁ ୬୦୦ ଜଣ ସଂକ୍ରମିତ ହେଲେଣି। ବଳରାମପୁର ହସ୍ପିଟାଲରେ ପ୍ରତି ୭୨ ଘଣ୍ଟାରେ ୨୪ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ୍‌ ବାହାରୁଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ସର୍ବାଧିକ ସଂକ୍ରମିତ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ରହିଛି। ଫଳରେ ଆଗାମୀ ଦିନରେ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ରୋଗୀଙ୍କୁ ଚିକିତ୍ସା ଯୋଗାଇବାରେ ଆଉ ଏକ ବଡ଼ ସମସ୍ୟା ହୋଇ ଉଭା ହେବ ବୋଲି ହସ୍ପିଟାଲଗୁଡ଼ିକ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର

ନୂଆଦିଲ୍ଲୀ,୬।୧୦: ବହୁଦିନ ପରେ ସାଇବାବାଙ୍କ ଭକ୍ତ ମାନଙ୍କ ପାଇଁ ଏକ ଖୁସି ଖବର। କାଲିଠାରୁ ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର । ଏ ନେଇ ସୂଚନା...

ନ୍ୟୁୟର୍କ ବ୍ରୋନକ୍ସ୍‌ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍‌

ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର...

ଦେଶବାସୀଙ୍କ ହୃଦୟ ଜିତିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ

ନୂଆଦିଲ୍ଲୀ,୨୩।୪: ଦେଶର ‘ଫାଷ୍ଟ ଲେଡି’ ସବିତା କୋବିନ୍ଦ ଏବେ ଦେଶବାସୀଙ୍କ ହୃଦୟ ଜିତି ନେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ...

ଡୋଭାଲଙ୍କ କଶ୍ମୀର ଭିଡ଼ିଓ: ଲୋକଙ୍କୁ ଅର୍ଥ ଲୋଭ ଦେଖାଇ କରାଯାଇଥିବା ଅଭିଯୋଗ କଲେ ଗୁଲାମ୍‌ନବୀ ଆଜାଦ୍‌

ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ନେଇ ଶୁଟିଂ କରାଯାଇଥିବା ଭିଡ଼ିଓରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ୍‌ନବୀ...

ହୀରାବେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ଶୁକ୍ରବାର ଭୋର୍‌ ସମୟରେ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛନ୍ତି। ଏହି ଖବର ଶୁଣି ରାଷ୍ଟ୍ରପତି...

ହରିୟାଣାକୁ ନେଇ ଗର୍ବ କରେ: ମୋଦି

ଚରଖି ଦାଦରି,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ନିର୍ବାଚନ ରାଲିରେ ଯୋଗ ଦେବାକୁ ହରିୟାଣା ଯାଇଥିଲେ। ସେଠାରେ ସେ କହିଛନ୍ତି ହରିୟାଣାକୁ ନେଇ ସେ...

କରୋନାର ନୂଆ ଭାରିଏଣ୍ଟକୁ ନେଇ ଚେତାବନୀ: ୩ ଜଣରେ ହେଉଛି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩୦ ।୧: ପୁଣିଥରେ ଡରାଇଲାଣି କରୋନା ଭାଇରସର ଆଉ ଏକ ନୂଆ ଭାରିଏଣ୍ଟ । ଏବେ ସାରା ବିଶ୍ୱ କରୋନାର ତୃତୀୟ ଲହର ବା ଓମିକ୍ରନର...

ଅଟଳ ଟନେଲ୍‌: ହିମାଚଳପ୍ରଦେଶ ସହିତ ଲଦାଖ୍‌ ଏବଂ ଜମ୍ମୁ-କଶ୍ମୀର ମଧ୍ୟରେ ଯୋଗାଯୋଗ ହେବ ସହଜ

ନୂଆଦିଲ୍ଲୀ,୨୫।୧୨: ମନାଲୀଠାରୁ ଲେହ ପର୍ଯ୍ୟନ୍ତ ନିର୍ମିତ ହେଉଥିବା ରୋହତାଙ୍ଗ ଟନେଲ୍‌କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଟନେଲ୍‌ ଭାବେ ନାମିତ କରିଛନ୍ତି। ୮.୮ କିଲୋମିଟର...

Advertisement
Archives

Model This Week