ରାଜ୍ୟରେ ପିଭିଟିଜିଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ, ୮୧ପ୍ରତିଶତ ମହିଳା ବ୍ୟବହାର କରୁନାହାନ୍ତି…

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ଓଡ଼ିଶାର ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ(ପିଭିଟିଜି)ଙ୍କ ମଧ୍ୟରେ କୁପୋଷଣ, ରକ୍ତହୀନତା, ମାତୃ ସ୍ବାସ୍ଥ୍ୟ ଓ ମୌଳିକ ସ୍ବାସ୍ଥ୍ୟସେବାର ଅଭାବ ଚିନ୍ତାର ବିଷୟ ପାଲଟିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଜନଜାତି ଏବଂ ପ୍ରାନ୍ତିକ ସମ୍ପ୍ରଦାୟ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ର ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୋମବାର ରାଜ୍ୟପାଳଙ୍କୁ ଦିଆଯାଇଥିବା ଏହି ରିପୋର୍ଟରେ ପିଭିଟିଜିଙ୍କ ସ୍ବାସ୍ଥ୍ୟ ଓ ପୋଷଣ ସେବାକୁ ସୁଦୃଢ଼ କରିବାକୁ ସୁପାରିସ୍‌ କରାଯାଇଛି।
ସର୍ବେକ୍ଷଣରେ ଓଡ଼ିଶାର ୧୩ଟି ପିଭିଟିଜିଙ୍କ ମଧ୍ୟରୁ ବଣ୍ଡା, ଦିଦାୟୀ, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ଜୁଆଙ୍ଗ, ପାଉଡ଼ି ଭୂୟାଁ, ପାହାଡ଼ି ଖଡ଼ିଆ, ମାଙ୍କିଡ଼ିଆ, ଲୋଧା ଓ ଲାଞ୍ଜିଆ ସଉରା ସମେତ ୧୦ଟି ସମ୍ପ୍ରଦାୟକୁ ସାମିଲ କରାଯାଇଥିଲା। ମାଲକାନଗିରି, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଓ ଗଜପତି ଜିଲାର ୨,୦୪୧ଟି ପରିବାରର ୯,୨୨୨ ବ୍ୟକ୍ତିଙ୍କ ଉପରେ କ୍ଷେତ୍ରଭିତ୍ତିକ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନ ଅନୁଯାୟୀ, ଋତୁସ୍ରାବ ସମୟରେ ୮୧ପ୍ରତିଶତ ମହିଳା ସାନିଟାରୀ ନାପ୍‌କିନ୍‌ ବ୍ୟବହାର କରୁନାହାନ୍ତି, ଯାହା ସେମାନଙ୍କୁ ବିଭିନ୍ନ ସଂକ୍ରମଣ ଓ ସ୍ବାସ୍ଥ୍ୟ ସମସ୍ୟାରେ ପକାଉଛି। ସେହିପରି ୫୯ପ୍ରତିଶତ ମହିଳା ଘରେ ପ୍ରସବ କରୁଥିବାରୁ ମା’ ଓ ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ଗୁରୁତର ବିପଦରେ ପଡ଼ୁଛି। ପିଭିଟିଜି ଅଞ୍ଚଳରେ ନିରକ୍ଷରତା ହାର ୩୯ପ୍ରତିଶତ ରହିଛି। ବାସଗୃହ, ପରିମଳ ବ୍ୟବସ୍ଥା ଓ ବିଦ୍ୟୁତ୍‌ ସୁବିଧାରେ ବ୍ୟାପକ ଅସମାନତା ଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)-ଓଏଚ୍‌ଇପିଇଇ ମାନଦଣ୍ଡ ତୁଳନାରେ ଶିଶୁଙ୍କ ଉଚ୍ଚତା ଏବଂ ଓଜନ କମ୍‌ ଥିବାରୁ ଦୀର୍ଘସ୍ଥାୟୀ କୁପୋଷଣ ସମସ୍ୟା ସ୍ପଷ୍ଟ ବାରିହୋଇପଡୁଛି। ସେହିପରି ୩୭ପ୍ରତିଶତ ପୁରୁଷ ଓ ୫୦ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାରେ ପୀଡ଼ିତ ହେଉଛନ୍ତି। ଉଚ୍ଚ ରକ୍ତଚାପ, ପ୍ରି-ଡାଇବେଟିସ୍‌ ଏବଂ ଅନ୍ୟାନ୍ୟା ବିପଜ୍ଜନକ ସମସ୍ୟା ମଧ୍ୟ ଦେଖାଯାଉଛି, ଯାହା ପିଭିଟିଜି ସମ୍ପ୍ରଦାୟର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି।
ଅନ୍ୟପକ୍ଷରେ ପିଭିଟିଜି ସମ୍ପ୍ରଦାୟରେ ଦୃଢ଼ ସାଂସ୍କୃତିକ ପରମ୍ପରା, ପ୍ରକୃତି ସହ ସମନ୍ବିତ ଜୀବନଶୈଳୀ ଏବଂ ପରିବାର ନିୟୋଜନ ପ୍ରତି ସଚେତନତା ବୃଦ୍ଧି ପରିଲକ୍ଷିତ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡୀ ଚରଣ ନନ୍ଦ କହିଛନ୍ତି, ଅଧ୍ୟୟନରେ ସର୍ବେକ୍ଷଣଭୁକ୍ତ ସମ୍ପ୍ରଦାୟମାନଙ୍କ ମଧ୍ୟରେ ଦୃଢ଼ ସାଂସ୍କୃତିକ ପରମ୍ପରା ଓ ପରିବାର ନିୟୋଜନ ଏବଂ ପୋଷଣ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖାଯାଇଛି। ପରିବାର ନିୟୋଜନ ସଚେତନତା ୬୮ପ୍ରତିଶତରେ ପହଞ୍ଚିଛି । ତେବେ ଜୁଆଙ୍ଗ ଓ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟରେ ପ୍ରସବ ପୂର୍ବ ସ୍ବାସ୍ଥ୍ୟସେବାର ଉତ୍ତମ ଆବରଣ ଦେଖାଯାଇଥିବାବେଳେ କିଛି ସମ୍ପ୍ରଦାୟରେ ପୋଷଣ ସୂଚକରେ ଆଂଶିକ ଉନ୍ନତି ପରିଲକ୍ଷିତ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା ଅନ୍ତର୍ଜାତୀୟ ବିମାନ ବନ୍ଦର! ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ସେପ୍ଟେମ୍ବର ୪ ଅପରାହ୍ନରେ ଆରମ୍ଭ ହୋଇଥିବା ବର୍ଷା ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ପାଣି ଜମି ରହିବା…

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri