Posted inଜାତୀୟ

କରୋନାର ଦ୍ୱିତୀୟ ଲହରରେ କମୁଛି ସୁସ୍ଥତା ହାର: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୪: ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଛି। କରୋନା ସହ ଜଡିତ ଏକ ବୈଠକରେ ଦେଶର ସୁସ୍ଥତା ହାର ହ୍ରାସ ପାଇଥିବାବେଳେ ଟିକାକରଣର ଗତି ବଢିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। କରୋନା ଉପରେ ୨୪ ତମ ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁସ୍ଥତା ହାର ହ୍ରାସ ପାଇଛି। ଏପର୍ଯ୍ୟନ୍ତ ୧,୧୯,୧୩,୨୯୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ଆମର ପୁନରୁଦ୍ଧାର ହାର, ଯାହା ଗତ ୨-୩ ମାସ ମଧ୍ୟରେ ୯୬-୯୭% ଥିଲା ତାହା ଏବେ ୯୧.୨୨% କୁ ଖସି ଆସିଛି ।
ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆମର ଶେଷ ବୈଠକ ସମୟରେ ସାରା ଦେଶରେ ୧,୫୩,୮୪୭ ଜଣଙ୍କର ମୃତ୍ୟୁ ଘଟିଥିଲାଏବଂ ଏପର୍ଯ୍ୟନ୍ତ ୧,୬୭,୬୪୨ ଜଣଙ୍କ ମତ୍ୟୁ ଘଟିଛି। ସେତେବେଳେ ୧୨୩ ମୃତ୍ୟୁ ଘଟିଥିଲା ଏବଂ ଆଜି ପ୍ରତିଦିନ ୭୮୦ ମୃତ୍ୟୁ ଘଟୁଛି । ଉଚ୍ଚ ସ୍ତରୀୟ କମିଟିର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଏବେ ୦.୪୬% ଗୁରୁତର ରୋଗୀ ଭେଣ୍ଟିଲେଟରରେ, ୨.୩୧% ଆଇସିୟୁରେ ଏବଂ ୪.୫୧% ଅମ୍ଲଯାନ ସପୋର୍ଟ ବେଡ୍‌ରେ ଅଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋକିଲାଙ୍କ ପେଟ ଭରୁଥିବା ‘ଲଙ୍ଗର ବାବା’ଙ୍କ ପରଲୋକ

ଚଣ୍ଡିଗଡ଼,୨୯ ।୧୧: ପିଜିଆଇ ଚଣ୍ଡିଗଡ଼ ବାହାରେ ଲଙ୍ଗର ଲଗାଉଥିବା ପଦ୍ମଶ୍ରୀ ଜଗଦିଶ ଆହୁଜାଙ୍କର ସୋମବାର ପରଲୋକ ହୋଇଛି । ଦିନ ପ୍ରାୟ ୩ଟାରେ ଚଣ୍ଡିଗଡ଼ର ସେକ୍ଟର...

ଦେଶର ୧୦ ରାଜ୍ୟରେ ନାହିଁ ମହିଳା ହେଲ୍ପ୍‌ଲାଇନ୍‌: ସେଥିରେ ରହିଛି ଭାଜପା ଶାସିତ ୯ ରାଜ୍ୟ

ନୂଆଦିଲ୍ଲୀ,୨।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଦେଶର ୧୦ଟି ରାଜ୍ୟରେ ମହିଳା ହେଲ୍ପ୍‌ଲାଇନ୍‌ ଆରମ୍ଭ ହୋଇ ନାହିଁ। ସେଥିମଧ୍ୟରେ...

ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୯ ।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଟେରର ପଣ୍ଡିଂ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି...

ଲୋକଙ୍କ ପଛରେ ଲାଗିବେ ଲୋକେ

ନୂଆଦିଲ୍ଲୀ,୧୬।୨: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ନାଗରିକମାନଙ୍କୁ ଭଲ୍ୟୁଣ୍ଟିୟର ଭାବେ ନିଯୁକ୍ତି ଦିଆଯିବ। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଶିଶୁଙ୍କୁ...

ମୂର୍ତ୍ତି ଭାଙ୍ଗିଲେ ୨ ବୁର୍ଖା ପରିହିତା ମହିଳା

ହାଇଦ୍ରାବାଦ,୨୮।୯: ହାଇଦ୍ରାବାଦର ଚିନ୍ତଳବସ୍ତିରେ ଥିବା ପୂଜା ମଣ୍ଡପରେ ମଙ୍ଗଳବାର ଦୁଇ ବୁର୍ଖାପିନ୍ଧା ମହିଳା ଦୁର୍ଗାମୂର୍ତ୍ତି ଭାଙ୍ଗିଦେଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ପିଛା କରି ଧରିବା ସହ...

ଚାଇନା ଆପ୍‌ ବ୍ୟାନ୍‌: ଚିଙ୍ଗାରି ଆପ୍‌କୁ ଡାଉନଲୋଡ୍‌ କଲେଣି ଲକ୍ଷେରୁ ଅଧିକ ୟୁଜର

ନୂଆଦିଲ୍ଲୀ, ୩୦।୬: ଭାରତରେ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌ କରାଯିବା ଲାଗି ଘୋଷଣା କରାଯାଇଛି। ଏସମ୍ପର୍କିତ ଘୋଷଣା ପରେ ୟୁଜର ଟିକ୍‌ଟକ୍‌ର ଭାରତୀୟ ଭର୍ସନ ଚିଙ୍ଗାରି...

ଆତ୍ମହତ୍ୟା କରିଥିବା ଆକ୍ରାନ୍ତଙ୍କ ପରିବାରକୁ ମିଳିବ ସହାୟତା

ନୂଆଦିଲ୍ଲୀ,୨୩ା୯: କରୋନାରେ ଆକ୍ରାନ୍ତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ଆର୍ଥତ୍କ ସହାୟତା ଦିଆଯିବ। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

ତାମିଲନାଡୁରେ ଆୟୋଜିତ ହେଲା ପ୍ରଥମ କ୍ୟାଟ ଶୋ’

କୋଏମ୍ବାଟୁର,୨୩।୧୨: କୋଏମ୍ବାଟୁରର କ୍ୟାଟେରୀ କ୍ଲବ ଦ୍ୱାରା ରବିବାର ତାମିଲନାଡୁର ପ୍ରଥମ କ୍ୟାଟ ଶୋ’ ବା ବିଲେଇ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ଶୋ’ରେ ପ୍ରାୟ ୨୦...

Advertisement
Archives

Model This Week