ଜନଶୁଣାଣିକୁ ସ୍ବାସ୍ଥ୍ୟ ବିଭାଗର ଅଣଦେଖା

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା): ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୬ରେ ‘ଆମ ଶାସନ’ ବ୍ୟବସ୍ଥା ଆପଣାଯାଇଛି। ଆଭିମୁଖ୍ୟ ରହିଛି, ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ସମସ୍ତ ହିତାଧିକାରୀଙ୍କ ନିକଟରେ ନିର୍ଦ୍ଦିଷ୍ଟ ସମୟ ଭିତରେ ପହଞ୍ଚତ୍ବ।
ଏଥିପାଇଁ ପର୍ଯ୍ୟାୟକ୍ରମେ ବିଭାଗୀୟ ଅଧିକାରୀଙ୍କଠାରୁ ଜିଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ତାଗିଦ୍‌ କରାଯାଉଛି। ହେଲେ ସ୍ବାସ୍ଥ୍ୟ ବିଭାଗ ଭଳି କେତେକ ବିଭାଗ ଏହାକୁ ଗୁରୁତ୍ୱ ଦେଉ ନ ଥିବା ପରିଲକ୍ଷିତ ହେଉଛି। କେତେକ ବିଭାଗ ୯୩ ପ୍ରତିଶତ ଲୋକଙ୍କ ଅଭିଯୋଗର ସମାଧାନ କରୁଥିବାବେଳେ ସ୍ବାସ୍ଥ୍ୟ ବିଭାଗ ମାତ୍ର ୫୨ ପ୍ରତିଶତରେ ରହିଛି। ବିଭାଗର ସର୍ବନିମ୍ନ ପ୍ରଦର୍ଶନକୁ ନେଇ ଗୁରୁବାର ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ରହିଛି।
ସବୁଠାରୁ ବଡ଼କଥା ହେଲା, ଯେଉଁ ଗରିବ ହିତାଧିକାରୀମାନେ ସରକାରୀ ଯୋଜନାର ସୁଫଳ ପାଉନାହାନ୍ତି, ସେମାନଙ୍କ କଥା ଶୁଣିବା ପାଇଁ ସରକାରଙ୍କ ପକ୍ଷରୁ ଜନଶୁଣାଣି ପୋର୍ଟାଲ କାର୍ଯ୍ୟକ୍ଷମ ହେବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉପସ୍ଥିତ ରହି ଅଭିଯୋଗ ଶୁଣୁଛନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ଲାଗି ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି। ଏହାସତ୍ତ୍ୱେ ଅଧିକାଂଶ ବିଭାଗ ଲୋକଙ୍କ ସମସ୍ୟା ଶୁଣିବାରେ ଶତପ୍ରତିଶତ ପ୍ରଦର୍ଶନ କରିପାରୁନାହାନ୍ତି। ଏହାକୁ ନେଇ ଗୁରୁବାର ସବୁ ବିଭାଗ ମଧ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ସୁକାନ୍ତ କୁମାର ବେହେରା ସବୁ ବିଭାଗର କ୍ଷେତ୍ରୀୟ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। କାହିଁକି ଦୀର୍ଘଦିନ ଧରି ଲୋକଙ୍କ ଅଭିଯୋଗର ଶୁଣାଣି ହେଉନାହିଁ ସେନେଇ ଟିକିନିଖି ସମୀକ୍ଷା କରାଯିବ। ଏନେଇ ସ୍ବତନ୍ତ୍ର ସଚିବ ଚଳିତମାସ ୪ରେ ଏକ ପତ୍ର ଲେଖିଥିବାବେଳେ ପୁଣିଥରେ ୬ ତାରିଖରେ ପତ୍ର ଲେଖି ଅବଗତ କରାଇଛନ୍ତି।
ସେ ଉକ୍ତ ପତ୍ରରେ ଦର୍ଶାଇଛନ୍ତି, ପ୍ରତ୍ୟେକ ସୋମବାର ଜନଶୁଣାଣି ପୋର୍ଟାଲ ଜରିଆରେ ଆସୁଥିବା ଅଭିଯୋଗଗୁଡ଼ିକୁ ନିୟମିତ ପ୍ରକ୍ରିୟା ଭିତରେ ଶୁଣିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି। ଏହାସତ୍ତ୍ୱେ ଅଧିକାଂଶ ବିଭାଗ ଜନଶୁଣାଣି ଅଭିଯୋଗ ତଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ନିର୍ଦ୍ଦେଶକୁ ଗୁରୁତ୍ୱ ଦେଉ ନ ଥିବା ପରିଲକ୍ଷିତ ହୋଇଛି। ଏହାକୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହେବ। ତେବେ ବିଭାଗୀୟ ତଥ୍ୟ ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗକୁ ସମସ୍ତ ପ୍ରକାର ଶୁଣାଣି ବ୍ୟବସ୍ଥା ଜରିଆରେ ୩,୪୦୪ଟି ଅଭିଯୋଗ ଆସିଛି। ସେଥିମଧ୍ୟରୁ ୧୭୬୮ଟିର ସମାଧାନ ହୋଇଛି। ବାକି ୧୬୩୬ଟି ଅଭିଯୋଗ ଏବେ ବି ବିଭାଗରେ ଗଡୁଛି। ବିଭାଗରେ ଜନଶୁଣାଣି କାର୍ଯ୍ୟକାରିତା ହାର ୫୨% ରହିଛି, ଯାହାକି ସର୍ବନିମ୍ନ। ସେହିପରି ବିଜ୍ଞାନ ଓ କାରିଗରି ବିଭାଗକୁ ମାତ୍ର ୨୫ଟି ଅଭିଯୋଗ ଆସିଥିଲା, ସେଥିରୁ ୧୫ଟିର ଶୁଣାଣି ହୋଇଛି। ଏଥିରେ ବିଭାଗର ପ୍ରଦର୍ଶନ ହାର ୬୦ପ୍ରତିଶତ ରହିଥିବାବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୬୧ ପ୍ରତିଶତ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରଦର୍ଶନ ହାର ୬୨ ପ୍ରତିଶତ ରହିଛି। ଅନ୍ୟପକ୍ଷେ ମିଶନ ଶକ୍ତି ବିଭାଗର ପ୍ରଦର୍ଶନ ହାର ୯୩ ପ୍ରତିଶତ ରହିଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରଦର୍ଶନ ହାର ୯୨ପ୍ରତିଶତ ରହିଛି। ଏହି ପରିପ୍ରେକ୍ଷୀରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କ୍ଷେତ୍ରରେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରଦର୍ଶନ ହାର ସର୍ବନିମ୍ନ ୬୨ ପ୍ରତିଶତ ରହିଥିବାବେଳେ ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ଏବଂ ବିଜ୍ଞାନ ଓ କାରିଗରି ବିଭାଗର ପ୍ରଦର୍ଶନ ହାର ଶତପ୍ରତିଶତ ରହିଥିବା ସ୍ବତନ୍ତ୍ର ସଚିବଙ୍କ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?