କୋଭିଡ୍‌ ଟିକାକୁ ସ୍ବାସ୍ଥ୍ୟକର୍ମୀଙ୍କ ନା’

ଖୋର୍ଦ୍ଧା ଅଫିସ,୧୩ା୧: ରାଜ୍ୟରେ ଆସନ୍ତା ୧୬ ତାରିଖରୁ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସ୍ବତନ୍ତ୍ର ବିମାନ ଯୋଗେ ଟିକା ଭୁବନେଶ୍ୱରରେ ପହଞ୍ଚିିଛି। ମଙ୍ଗଳବାର ମଧ୍ୟରାତ୍ରିରୁ ଟିକା ସମସ୍ତ ଜିଲାରେ ପହଞ୍ଚିବା ଲାଗି ଯୋଜନା ରହିଛି। ଖୋର୍ଦ୍ଧା ଜିଲାରେ ଟିକାକରଣ ଲାଗି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଦୁଇ ଥର ଡାଇ ରନ୍‌ ଟ୍ରାଏଲ କାର୍ଯ୍ୟକ୍ରମ ସରିଛି। କୋଭିଡ୍‌ ଯୋଦ୍ଧା ଭାବେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ପ୍ରଥମେ ଏହି ଟିକା ଦିଆଯିବ। ତେବେ ଜିଲାରେ ଟିକା ନେବାକୁ ମନା କରିଛନ୍ତି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ। ଏନେଇ ମଙ୍ଗଳବାର ସଂଘର ଏକାଧିକ କର୍ମୀ ସିଡିଏମଓ ବିଶ୍ୱରଞ୍ଜନ ପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଏଥିରେ ଉଲ୍ଲେଖ ରହିଛି ଯେ, ସ୍ବାସ୍ଥ୍ୟକର୍ମୀଙ୍କ କ୍ୟାଡର ପୁନର୍ଗଠନ ଓ ପଦବୀ ପରିବର୍ତ୍ତନ ନେଇ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ୧୫ହଜାର ସ୍ବାସ୍ଥ୍ୟକର୍ମୀ କରୋନା ଟିକା ନେବେ ନାହିଁ ବୋଲି ଦର୍ଶାଇଛନ୍ତି। ଏଥିରୁ ଖୋର୍ଦ୍ଧା ଜିଲାରେ ୬୫୦ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ସୁସ୍ଥ ଓଡ଼ିଶା ଓ କରୋନା ମୁକ୍ତ ଓଡ଼ିଶା ଆହ୍ବାନକୁ ସମ୍ମାନ ଜଣାଇ ସାସ୍ଥ୍ୟକର୍ମୀମାନେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। ରାଜ୍ୟରେ ୧୫ହଜାର ସ୍ବାସ୍ଥ୍ୟକର୍ମୀ, ଏଏନଏମ. ସ୍ବାସ୍ଥ୍ୟ ପରିଦର୍ଶକ, ସ୍ବାସ୍ଥ୍ୟ ପରିଦର୍ଶିକା ତୃଣମୂଳ ସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରି ଆସୁଛନ୍ତି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି କରୋନା ସମୟରେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। ସରକାର ଡାକ୍ତର, ଷ୍ଟାଫନର୍ସଙ୍କ ପଦବୀ ପରିବର୍ତ୍ତନ ସହ କ୍ୟାଡର ପୁନର୍ଗଠନ କରି ଚାକିରି କାଳରେ ୫ରୁ ୭ଟି ପଦୋନ୍ନତି ବ୍ୟବସ୍ଥା କରିଛନ୍ତି। ତେବେ ସ୍ବାସ୍ଥ୍ୟକର୍ମୀଙ୍କ କଥା ଉଠିବା ବେଳେ ସ୍ବାସ୍ଥ୍ୟ ବିଭାଗ ଅଣଦେଖା କରୁଛନ୍ତି। ଦୀର୍ଘ ୧୦ବର୍ଷ ଧରି ୪ଟି ସଂଘ ମିଳିତ ଭାବେ ସ୍ବାସ୍ଥ୍ୟ ବିଭାଗ ନିକଟରେ ବାରମ୍ବାର ଲିଖିତ ଦାବି ସତ୍ତ୍ୱେ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏନେଇ ମହାସଂଘର ଆବାହିକା ମମତା ନାୟକ, ଜ୍ୟୋତିର୍ମୟୀ ଚୌଧୁରୀ, ଅମିତା ସାହୁ, ଜ୍ୟୋତ୍ସ୍ନା ମହାନ୍ତି, କବିତା ବେହେରା, କବିତା ନାୟକ, ବିଷ୍ଣୁପ୍ରିୟା ପଣ୍ଡା, ହେମଲତା ଭୂୟଁା, ମେନକା ପତିଙ୍କ ସମେତ ଅନେକ ଏଏନ୍‌ଏମ୍‌, ସ୍ବାସ୍ଥ୍ୟକମୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri