ପୂର୍ଣ୍ଣମାତ୍ରାରେ କାମ କରୁନି ସ୍ୱାସ୍ଥ୍ୟକାର୍ଡ

ଖଇରା,୧୨।୨(ଡି.ଏନ.ଏ.): ଦିନକୁ ଦିନ ସ୍ବାମୀଙ୍କ ସ୍ବାସ୍ଥ୍ୟରେ ଅବନତି ଘଟୁଛି। ଏପଟେ ୨ନାବାଳକ ସନ୍ତାନଙ୍କୁ ଲାଳନପାଳନ ଚିନ୍ତା। ସ୍ବାମୀଙ୍କ ଚିକିତ୍ସା ଚିନ୍ତାରେ ଖାଇବା ପିଇବା ଭୁଲିଗଲେଣି ବାଲେଶ୍ୱର ଜିଲା ଖଇରା ବ୍ଲକ ଗଣ୍ଡିବେଡ ଗ୍ରାମର ପ୍ରମିତା ଦାସ। ସ୍ବାମୀଙ୍କ ଅସ୍ତ୍ରୋପଚାର ଲାଗି ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ସେ ବୁଲି ବୁଲି ସହାୟତା ଲାଗି ଲୋକଙ୍କୁ ଆକୁଳ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ପୂର୍ଣ୍ଣମାତ୍ରାରେ ବ୍ୟବହାର କରିବାକୁ ନର୍ସିଂହୋମ ମାଲିକ ମନା କରୁଥିବାରୁ ଏହାକୁ ନେଇ ପ୍ରମିତା ଚିନ୍ତାରେ ପଡିଛନ୍ତି।
କହିବା ଅନୁଯାୟୀ, ସ୍ବାମୀ କିଶୋର କୁମାର ଦାସ(୪୩)ଙ୍କ ଜିଭରେ ୧୦ମାସ ତଳେ ଏକ ଘା ହୋଇଥିଲା। ଡାକ୍ତରଙ୍କୁ ପଚାରି ଔଷଧ ଖାଇବା ପରେ ତାହା ପ୍ରଥମେ କମିଯାଇ ପରେ ବାହାରିଥିଲା। ବାରମ୍ବାର ଏମିତି ହେବା ପରେ ସେ କଟକରେ ଡାକ୍ତରଙ୍କୁ ଦେଖାଇବା ପରେ କର୍କଟ ହୋଇଥିବା ସେ କହିଥିଲେ। କେମୋ ନେବା ଓ ଲାଇଟ୍‌ ପଡିବା ପରେ ଏହା କମିବା ପରିବର୍ତ୍ତେ ଏବେ ଗଳା ଓ ନାକ ପର୍ଯ୍ୟନ୍ତ କାୟା ବିସ୍ତାର କଲାଣି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧ଲକ୍ଷ ୪୦ହଜାର ମିଳିବା ପରେ ଏବେ ଅଧିକ ଦେବାକୁ କଟକରେ ଚିକିତ୍ସା କରୁଥିବା ନର୍ସିଂହୋମ ମାଲିକ ମନା କରୁଥିବା ପ୍ରମିତା ଅଭିଯୋଗ କରିଛନ୍ତି। ପୁରୁଷ ଲୋକଙ୍କ ପାଇଁ ୫ଲକ୍ଷ ବ୍ୟବସ୍ଥା ଥିବା ବେଳେ ନର୍ସିଂହୋମ ମାଲିକଙ୍କ ଏଭଳି ଆଚରଣକୁ ନେଇ ସେ ନିରାଶ ହୋଇପଡିଛନ୍ତି। ଅସ୍ତ୍ରୋପଚାର ପାଇଁ ୫ଲକ୍ଷ ଟଙ୍କା ଦରକାର ଥିବାରୁ ସହାୟତା ପାଇଁ ବିଭିନ୍ନ ସଙ୍ଗଠନ ଓ ନେତା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri