ଡେଥ୍‌ କମିଶନରୁ ରାଷ୍ଟ୍ରନେତା

ତେହେରାନ,୨୦ା୬: ଇବ୍ରାହିମ୍‌ ରଇସିଙ୍କୁ ଇରାନ ନୂଆ ରାଷ୍ଟ୍ରପତି ବାଛିଛି। ଇରାନର ଗୃହ ମନ୍ତ୍ରୀ ଅବଦୁଲରଜା ରହମାନୀ ଫଜଲି ଶନିବାର ତ୍ରୟୋଦଶ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। ଏଥିରେ କଠୋରପନ୍ଥୀ ଛବିର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଇବ୍ରାହିମଙ୍କୁ ରାଷ୍ଟ୍ରପତି ଭାବେ ବିଜେତା ଘୋଷିତ କରାଯାଇଛି। ଦେଶରେ ପ୍ରାୟ ୬୦ ନିୟୁତ ଯୋଗ୍ୟ ଭୋଟର ଥିବାବେଳେ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ କମ୍‌ ମତଦାନ ହୋଇଛି। ନିର୍ବାଚନ ପରିଚାଳନା କରୁଥିବା ୧୨ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗାର୍ଡିଅନ କାଉନସିଲ ଜନସମର୍ଥନ ଥିବା କେତେଜଣ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଅଧିକାଂଶ ଜନତା ଭୋଟ ଦେବାରୁ ଦୂରେଇ ରହିଥିବା କୁହାଯାଉଛି।
ଗୃହ ଉପମନ୍ତ୍ରୀ ଜମାଲ ଓରଫ୍‌ କହିଛନ୍ତି, ନିର୍ବାଚନରେ ୨ କୋଟି ୮୬ ଲକ୍ଷ ଭୋଟର ମତଦାନ କରିଥିଲେ। ରଇସି ୬୨ ପ୍ରତିଶତ ଭୋଟ୍‌ ପାଇଛନ୍ତି। ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍‌ସର ବରିଷ୍ଠ ଅଧିକାରୀ ମୋହସେନ୍‌ ରେଜାଇ ୧୧.୮ ପ୍ରତିଶତ ଭୋଟ୍‌ ପାଇ ଦ୍ୱିତୀୟରେ ରହିଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନର ପଦରୁ ଗତମାସରେ ଅବସର ନେଇଥିବା ଟେକ୍ନୋକ୍ରାଟ ଅବ୍‌ଦୋଲନାସେର ହେମ୍ମାତି ଇବ୍ରାହିମ୍‌ଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଥିଲେ ହେଁ ବିପୁଳ ଜନମତ ହାସଲ କରିବାରେ ସମର୍ଥ ହୋଇନାହାନ୍ତି। ତାଙ୍କୁ ମାତ୍ର ୮.୪ ପ୍ରତିଶତ ଭୋଟ୍‌ ମିଳିଛି। ସେହିପରି ୩.୫ ପ୍ରତିଶତ ଭୋଟ ପାଇ ଆମୀର ହୋସେନ୍‌ ଗାଜିଜାଦେହ-ହାସେମି ଚତୁର୍ଥ ସ୍ଥାନରେ ରହିଛନ୍ତି। ରଇସିଙ୍କୁ ବିଦାୟୀ ରାଷ୍ଟ୍ରପତି ହାସନ ରୁହାନି ଅଭିନନ୍ଦନ ଜଣାଇଛନ୍ତି। ଇସ୍‌ଲାମିକ୍‌ ରାଷ୍ଟ୍ର ଇରାନରେ ପ୍ରତି ୪ ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ହାସନ ରୁହାନି ୨ ଥର ରାଷ୍ଟ୍ରପତି ହୋଇସାରିଥିବାରୁ ଦେଶର ସମ୍ବିଧାନ ତାଙ୍କୁ ପୁନଃ ପ୍ରତିଦ୍ୱନ୍ଦ୍ୱିତା ସୁଯୋଗ ଦେଇ ନ ଥିଲା। ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ରୁହାନିଙ୍କଠାରୁ ଇବ୍ରାହିମ୍‌ ରଇସି ପରାଜିତ ହୋଇଥିଲେ। ଚଳିତ ଥର ରାଷ୍ଟ୍ରପତି ପଦ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଇରାନର ଅର୍ଥନୀତି ସଜାଡ଼ିବା ଏବଂ ଦୁର୍ନୀତି ଦୂର କରିବାକୁ ସେ ହିଁ ଏକମାତ୍ର ବିକଳ୍ପ ବୋଲି ରଇସି ନିର୍ବାଚନବେଳେ କହିଥିଲେ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଏବେ ୮୨ ବର୍ଷ ହୋଇଯାଇଥିବାରୁ ତାଙ୍କ ଉତ୍ତରାଧିକାରୀ ଖୋଜିବା ସବୁଠାରୁ ବଡ଼ ପ୍ରାଥମିକତା। ରାଷ୍ଟ୍ରପତି ହେବା ପରେ ଇବ୍ରାହିମ୍‌ ରଇସି ସୁପ୍ରିମ ଲିଡର ହେବାର ରାସ୍ତା ଫିଟିଯିବ ବୋଲି ଚର୍ଚ୍ଚା ହେଉଛି। ଇରାନରେ ସର୍ବୋଚ୍ଚ ନେତାଙ୍କ ପରେ ରାଷ୍ଟ୍ରପତି ହେଉଛନ୍ତି ଦ୍ୱିତୀୟ ସର୍ବୋଚ୍ଚ ଶାସନ କର୍ତ୍ତା।
ଇବ୍ରାହିମ୍‌ ରଇସି ନ୍ୟାୟପାଳିକାରେ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଦେଶରେ ସୁପ୍ରିମ ଲିଡରଙ୍କୁ ନିର୍ବାଚିତ କରାଉଥିବା କାଉନ୍‌ସିଲ୍‌ ଅଫ୍‌ ଏକ୍ସପର୍ଟର ସଦସ୍ୟ ଓ ଚେୟାରମ୍ୟାନ ମଧ୍ୟ ରହିଛନ୍ତି। ୧୯୮୮ରେ ତେହରାନ ଇସ୍‌ଲାମିକ ରିଭୋଲ୍ୟୁଶନ କୋର୍ଟରେ ଡେପୁଟି ଅଭିଯୋଜକ ଥିବାବେଳେ ଅନେକ ବାମପନ୍ଥୀ ନେତା, ରାଜନୈତିକ କଏଦୀ ଓ ଅସନ୍ତୁଷ୍ଟ ଗୋଷ୍ଠୀକୁ ସାମୂହିକ ଭାବେ ମୃତ୍ୟୁଦଣ୍ଡାଦେଶ ଦେଇଥିବା ସ୍ପେଶାଲ କମିଶନର ୪ ସଦସ୍ୟଙ୍କ ମଧ୍ୟରେ ରଇସି ଅନ୍ୟତମ ଥିଲେ। ଏହି କମିଶନକୁ ଆମେରିକା ସେତେବେଳେ ଡେଥ୍‌ କମିଶନ ନାମ ଦେଇଥିଲା। ଏହି ଘଟଣା ପରେ ରଇସିଙ୍କ ଲୋକପ୍ରିୟତା ଦେଶରେ କମିଯାଇଥିଲା। ପରେ ୨୦୧୭ରେ ହସନ ରୁହାନୀଙ୍କ ବିପକ୍ଷରେ ରାଷ୍ଟ୍ରପତି ପଦ ପାଇଁ ରଇସି ନିର୍ବାଚନ ଲଢ଼ିଥିଲେ। ସେତେବେଳେ ରଇସିଙ୍କୁ ମାତ୍ର ୩୮.୫ ପ୍ରତିଶତ ଭୋଟ ପାଇ ପରାଜିତ ହୋଇଥିଲେ। ୨୦୧୯ରେ ଆମେରିକା ବହିର୍ବ୍ୟାପାର ବିଭାଗ ରଇସିଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେ ଆୟାତୋଲ୍ଲା ଅଲି ଖାମେନେଇଙ୍କ ସହ ଅତି ନିକଟତର ଥିବା ଏବଂ ମାନବିକ ଅଧିକାର ଉଲ୍ଲଂଘନ ସହ ଜଡିତ ବୋଲି ଆମେରିକା କହିଥିଲା। ଇରାନ ରିଭୋଲ୍ୟୁଶନାରି ଗାର୍ଡ କର୍ପସ (ଆଇଆର୍‌ଜିସି)କୁ ଆମେରିକା ଆତଙ୍କବାଦୀ ସଂଗଠନ ଘୋଷିତ କରିବା ସହ ସଙ୍ଗଠନର ଅଧିକାରୀଙ୍କ ସମେତ ରଇସିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ରଦ୍ଦ କରିଥିଲା। ତେବେ ଆଇଆର୍‌ଜିସିର ସଦସ୍ୟ ନ ଥିବାରୁ ରଇସିଙ୍କ ଆକାଉଣ୍ଟକୁ ଆମେରିକା ପୁନଃ ଚାଲୁ କରିଥିଲା।
୬୦ ବର୍ଷୀୟ ଇବ୍ରାହିମ ଉତ୍ତରପୂର୍ବ ଇରାନର ମଶହଦ ସହରରେ ଜନ୍ମଗ୍ରହଣ କରିଥିଲେ। କଠୋରପନ୍ଥୀ ଚିନ୍ତାଧାରା ଥିବା ରଇସି ୧୯୮୦ରେ ମାତ୍ର ୨୦ ବର୍ଷ ବୟସରେ ପ୍ରସିକ୍ୟୁଟର ଜେନେରାଲ ଅଫ୍‌ କରାଜ୍‌ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ୨୦୦୪ରୁ ୨୦୧୪ ମଧ୍ୟରେ ସେ ପ୍ରସିକ୍ୟୁଟର ଅଫ୍‌ ତେହରାନ ଏବଂ ବିଚାର ବିଭାଗୀୟ ମୁଖ୍ୟଙ୍କ ପ୍ରଥମ ଡେପୁଟି ହୋଇଥିଲେ। ୨୦୧୯ରେ ତାଙ୍କୁ ଇରାନ ନ୍ୟାୟପାଳିକା ମୁଖ୍ୟ ନିଯୁକ୍ତ କରାଯାଇଥିଲା। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଉତ୍ତରାଧିକାରୀ ହେବା ନେଇ ରଇସିଙ୍କ ନାଁ ଚର୍ଚ୍ଚାରେ ରହିଛି। ସର୍ବୋଚ୍ଚ ନେତା ହେବାକୁ ନେଇ ଚାଲିଥିବା ଏହି ଚର୍ଚ୍ଚାକୁ ରଇସି କେବେ ଖଣ୍ଡନ କରିନାହାନ୍ତି। ଇବ୍ରାହିମଙ୍କ ସମସ୍ତ ପଦକ୍ଷେପରୁ ମଧ୍ୟ ସଙ୍କେତ ମିଳେ ଯେ, ତାଙ୍କୁ ଏହି ଭୂମିକା ପାଇଁ ପ୍ରସ୍ତୁତ କରାଯାଇଛି। ଇବ୍ରାହିମ ରଇସି ନ୍ୟାୟପାଳିକାରେ ଅନେକ ଗୁରୁଦାୟିତ୍ୱ ସମ୍ଭାଳି ସାରିଛନ୍ତି। ରଇସିଙ୍କ ମାନବାଧିକାରକୁ ନେଇ ଟ୍ରାକ୍‌ ରେକର୍ଡ ଭଲ ନୁହେଁ। ବିଶେଷକରି ୧୯୮୮ରେ ରାଜନୈତିକ ବନ୍ଦୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ସେ ଲୋକପ୍ରିୟ ନୁହନ୍ତି। କିନ୍ତୁ ୨୦୧୭ ନିର୍ବାଚନରେ ହାରିବା ସତ୍ତ୍ୱେ ସୁପ୍ରିମ ଲିଡର ତାଙ୍କୁ ନ୍ୟାୟପାଳିକା ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ପଦରେ ରହିବା ପରେ ଗଣମାଧ୍ୟମରେ ତାଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ସେ ଦୁର୍ନୀତି ବିରୋଧରେ ମଧ୍ୟ ତଥାକଥିତ ଯୁଦ୍ଧ ଲଢ଼ିଛନ୍ତି। ଖାମେନେଇଙ୍କ ଭଳି ରଇସି ମଧ୍ୟ ୨୦୧୫ ଆଣବିକ ଚୁକ୍ତିକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି। ସେ ରିଭୋଲ୍ୟୁଶନାରି ଗାର୍ଡର ଜଣେ ଦୃଢ଼ ସମର୍ଥକ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri