Posted inଜାତୀୟ

ଆଇଟି ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ,୨୦ା୬: ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ ଝଟକା ଲାଗିଛି। ଭାରତର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ, ୨୦୨୧ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ନିୟମର ଅନୁକୂଳ ନୁହେଁ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମ ଏବଂ ଡିଜିଟାଲ ମିଡିଆ ଓ୍ବେବ୍‌ସାଇଟ୍‌ଗୁଡ଼ିକ ପାଇଁ ଜାରି କରାଯାଇଥିବା ନୂଆ ଗାଇଡ୍‌ଲାଇନ୍‌କୁ ପ୍ରତ୍ୟାହାର କରି ମାନବାଧିକାର ଉପରେ ହସ୍ତକ୍ଷେପ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଜାତିସଂଘ ମାନବାଧିକାର କମିଶନ୍‌ର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ମତ ବ୍ୟକ୍ତ କରିବା ଓ ଅଭିବ୍ୟକ୍ତି ସ୍ବାଧୀନତାର ପ୍ରୋତ୍ସାହନ ଏବଂ ସୁରକ୍ଷା ସମ୍ପର୍କିତ ଜାତିସଂଘ ସ୍ପେଶାଲ ରାପୋଟିୟରରେ ଭାରତର ନୂଆ ଆଇଟି ନିୟମକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଏହାକୁ ସ୍ପେଶିଆଲ ରାପୋଟିୟର୍‌ ଆଇରେନେ ଖାନ୍‌, ନ୍ୟାଲେସୋସି ଭୋଲ୍ୟୁ ଏବଂ ଜୋସେଫ କନ୍ନାଟାସି ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ମହାମାରୀରେ ହଜାର ହଜାର ଲୋକ ମରୁଛନ୍ତି। ଭାରତରେ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏଭଳି ସମୟରେ ମତାମତ ଦେବା ଓ ଅଭିବ୍ୟକ୍ତି ସ୍ବାଧୀନତା, ସୂଚନା ଅଧିକାର, ପ୍ରିଭେସି ଅଧିକ ଗୁରୁତ୍ୱପୂର୍ଣ୍ଣ। ଅନେକ ନାଗରିକ ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି। ଭାରତ ସରକାର ସେସବୁ ଉପରେ ଦୃଷ୍ଟି ନ ଦେଇ ନୂଆ ଆଇଟି ନିୟମ ଗଢ଼ିଛନ୍ତି, ଯାହାକି ଉପରୋକ୍ତ ସମସ୍ତ ପ୍ରକାର ଅଧିକାରକୁ ଉଲ୍ଲଂଘନ କରୁଛି। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଜାତିସଂଘ ପକ୍ଷରୁ ଭାରତ ସରକାରଙ୍କୁ ପରାମର୍ଶ ଦିଆଯାଇଛି।
ଟେକ୍ସୋଲୋଜି ଇନୋଭେଶନରେ ବିଶ୍ୱ ନେତା ରୂପେ ଭାରତ ଡିଜିଟାଲ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ଆଇନ ଆଣିବାରେ ସକ୍ଷମ। ତେବେ ସରକାର ଆଣିଥିବା ବର୍ତ୍ତମାନର ନିୟମ ଏହାର ବିପରୀତ। ସରକାର ନାଗରିକ ସମାଜ ସମେତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଏହି ନିୟମର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରନ୍ତୁ। ନୂଆ ନିୟମ ଆଇଟି ଆଇନ, ୨୦୦୦ ଅଧୀନରେ ଅଣାଯାଇଛି। ତେଣୁ ଏହାକୁ ପାର୍ଲାମେଣ୍ଟକୁ ସମୀକ୍ଷା ପାଇଁ ପଠାଯାଇ ନାହିଁ କି କୌଣସି ପକ୍ଷଙ୍କ ସହ ଏନେଇ ଆଲୋଚନା କରାଯାଇନାହିଁ ବୋଲି ଆମେ ବୁଝିପାରୁଛୁ। କିନ୍ତୁ ଆଇସିସିପିଆର୍‌ ଅନୁଚ୍ଛେଦ ୧୭ ଓ ୧୯ ଅନୁସାରେ ଭାରତର ଅନ୍ତର୍ଜାତୀୟ ଆଇନଗତ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ଏଭଳି ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କ ସହ ଆଲୋଚନା ଜରୁରୀ। ଏସଂକ୍ରାନ୍ତରେ ଜାତିସଂଘ ପକ୍ଷରୁ ଦିଆଯାଇଥିବା ଟିପ୍ପଣୀ ଓ ଭାରତର ମନ୍ତବ୍ୟକୁ ମାନବାଧିକାର ପରିଷଦରେ ଉପସ୍ଥାପନ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?