Posted inଜାତୀୟ

ଆଇଟି ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ,୨୦ା୬: ନୂଆ ଆଇଟି ନିୟମ ଆଣି ଟୁଇଟର ଓ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ର ସରକାରଙ୍କୁ ଶନିବାର ଜାତିସଂଘରୁ ଶକ୍ତ ଝଟକା ଲାଗିଛି। ଭାରତର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ, ୨୦୨୧ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ନିୟମର ଅନୁକୂଳ ନୁହେଁ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମ ଏବଂ ଡିଜିଟାଲ ମିଡିଆ ଓ୍ବେବ୍‌ସାଇଟ୍‌ଗୁଡ଼ିକ ପାଇଁ ଜାରି କରାଯାଇଥିବା ନୂଆ ଗାଇଡ୍‌ଲାଇନ୍‌କୁ ପ୍ରତ୍ୟାହାର କରି ମାନବାଧିକାର ଉପରେ ହସ୍ତକ୍ଷେପ ନ କରିବାକୁ କେନ୍ଦ୍ର ସରକାରଙ୍କୁ ଜାତିସଂଘ ମାନବାଧିକାର କମିଶନ୍‌ର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ମତ ବ୍ୟକ୍ତ କରିବା ଓ ଅଭିବ୍ୟକ୍ତି ସ୍ବାଧୀନତାର ପ୍ରୋତ୍ସାହନ ଏବଂ ସୁରକ୍ଷା ସମ୍ପର୍କିତ ଜାତିସଂଘ ସ୍ପେଶାଲ ରାପୋଟିୟରରେ ଭାରତର ନୂଆ ଆଇଟି ନିୟମକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଏହାକୁ ସ୍ପେଶିଆଲ ରାପୋଟିୟର୍‌ ଆଇରେନେ ଖାନ୍‌, ନ୍ୟାଲେସୋସି ଭୋଲ୍ୟୁ ଏବଂ ଜୋସେଫ କନ୍ନାଟାସି ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ମହାମାରୀରେ ହଜାର ହଜାର ଲୋକ ମରୁଛନ୍ତି। ଭାରତରେ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏଭଳି ସମୟରେ ମତାମତ ଦେବା ଓ ଅଭିବ୍ୟକ୍ତି ସ୍ବାଧୀନତା, ସୂଚନା ଅଧିକାର, ପ୍ରିଭେସି ଅଧିକ ଗୁରୁତ୍ୱପୂର୍ଣ୍ଣ। ଅନେକ ନାଗରିକ ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି। ଭାରତ ସରକାର ସେସବୁ ଉପରେ ଦୃଷ୍ଟି ନ ଦେଇ ନୂଆ ଆଇଟି ନିୟମ ଗଢ଼ିଛନ୍ତି, ଯାହାକି ଉପରୋକ୍ତ ସମସ୍ତ ପ୍ରକାର ଅଧିକାରକୁ ଉଲ୍ଲଂଘନ କରୁଛି। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଜାତିସଂଘ ପକ୍ଷରୁ ଭାରତ ସରକାରଙ୍କୁ ପରାମର୍ଶ ଦିଆଯାଇଛି।
ଟେକ୍ସୋଲୋଜି ଇନୋଭେଶନରେ ବିଶ୍ୱ ନେତା ରୂପେ ଭାରତ ଡିଜିଟାଲ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ଆଇନ ଆଣିବାରେ ସକ୍ଷମ। ତେବେ ସରକାର ଆଣିଥିବା ବର୍ତ୍ତମାନର ନିୟମ ଏହାର ବିପରୀତ। ସରକାର ନାଗରିକ ସମାଜ ସମେତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଏହି ନିୟମର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରନ୍ତୁ। ନୂଆ ନିୟମ ଆଇଟି ଆଇନ, ୨୦୦୦ ଅଧୀନରେ ଅଣାଯାଇଛି। ତେଣୁ ଏହାକୁ ପାର୍ଲାମେଣ୍ଟକୁ ସମୀକ୍ଷା ପାଇଁ ପଠାଯାଇ ନାହିଁ କି କୌଣସି ପକ୍ଷଙ୍କ ସହ ଏନେଇ ଆଲୋଚନା କରାଯାଇନାହିଁ ବୋଲି ଆମେ ବୁଝିପାରୁଛୁ। କିନ୍ତୁ ଆଇସିସିପିଆର୍‌ ଅନୁଚ୍ଛେଦ ୧୭ ଓ ୧୯ ଅନୁସାରେ ଭାରତର ଅନ୍ତର୍ଜାତୀୟ ଆଇନଗତ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ଏଭଳି ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କ ସହ ଆଲୋଚନା ଜରୁରୀ। ଏସଂକ୍ରାନ୍ତରେ ଜାତିସଂଘ ପକ୍ଷରୁ ଦିଆଯାଇଥିବା ଟିପ୍ପଣୀ ଓ ଭାରତର ମନ୍ତବ୍ୟକୁ ମାନବାଧିକାର ପରିଷଦରେ ଉପସ୍ଥାପନ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ମମତାଙ୍କୁ ଶକ୍ତ ଝଟ୍‌କା: ଆଉ ଜଣେ ଟିଏମସି ରାଜ୍ୟ ସଭା ଏମପି ଦେଲେ ଇସ୍ତଫା, କାରଣ….

କୋଲକାତା,୧୬ା୭: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଏବଂ ପଶ୍ଚିମବଙ୍ଗର ଟିଏମସି ରାଜ୍ୟ ସଭା ଏମପି କୋଏଲ…

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

ତାଜମହଲ ସାମ୍ନାରେ ଖୋଲିଗଲା ବିଦେଶୀ ମହିଳାଙ୍କ ଶାଢ଼ି, ଏମିତି କାମ କଲେ ମହିଳା କନଷ୍ଟେବଳ, ଭିଡିଓ ଦେଖିଲେ…

ତାଜମହଲ ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି।…

ବିନାଶ କରିଦେବୁ…ଟ୍ରମ୍ପଙ୍କୁ ସିଧା ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ,୧୬।୭: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ ତେହରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଦୃଢ଼ ମନୋଭାବ ଗ୍ରହଣ କରିଛି। ଇରାନର…

ବିଦ୍ୟୁତ ବୋର୍ଡ ମରାମତି କରୁଥିବା ବେଳେ ମାରିଲା କରେଣ୍ଟ, ତାପରେ….

ପାଟଣା,୧୬ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଅନ୍ତର୍ଗତ ବାର ତୁଣିଆ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିପଦପୂର୍ଣ୍ଣ ଅବସ୍ଥାରେ ବୃଦ୍ଧାଙ୍କ ଘର: ସହାୟତାର ହାତ ବଢ଼ାଇଲେ ସମାଜସେବୀ

କର୍ଲାମୁଣ୍ଡା:୧୬।୭(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଜଣେ ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ଲଗାତାର ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri