Posted inଖେଳ

ହେଡ୍‌ଙ୍କ ଶତକ: ବଡ଼ ସ୍କୋର ଆଗରେ ଅଷ୍ଟ୍ରେଲିଆ

ଲଣ୍ଡନ,୭।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ଫାଇନାଲ ଦି ଓଭାଲ ଗ୍ରାଉଣ୍ଡରେ ବୁଧବାର ଆରମ୍ଭ ହୋଇଯାଇଛି। ଟ୍ରାଭିସ ହେଡ୍‌ଙ୍କ ଶତକ ଏବଂ ଷ୍ଟିଭେନ୍‌ ସ୍ମିଥଙ୍କ ଦୃଢ଼ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ବଡ଼ ସ୍କୋର ଦିଗରେ ଅଗ୍ରସର ହୋଇଛି। ଅଷ୍ଟ୍ରେଲିଆ ୮୩ ଓଭରରେ ୩ ଉଇକେଟ ହରାଇ ୩୧୧ ରନ୍‌ କରିଛି। ହେଡ୍‌ ୧୩୮ ଓ ସ୍ମିଥ ୯୧ ରନରେ ଅପରାଜିତ ରହିଛନ୍ତି।

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରେ ଭାରତକୁ ଏହାର ସୁଫଳ ମିଳିଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଆସି ମାତ୍ର ୨ ରନ୍‌ରେ ପ୍ରଥମ ଉଇକେଟ ହରାଇ ଥିଲା। ୪ର୍ଥ ଓଭରର ତୃତୀୟ ବଲ୍‌ରେ ଉସମାନ ଖ୍ବାଜାଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟ୍‌କା ଦେଇଥିଲେ ମହମ୍ମଦ ସିରାଜ।

ଡେଭିଡ୍‌ ଓ୍ବାର୍ନର ଓ ମାର୍ନସ ଲାବୁସେନ ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ଦ୍ୱିତୀୟ ଉଇକେଟରେ ଦୁହେଁ ୬୯ ରନ୍‌ କରିଥିଲେ। ଓ୍ବାର୍ନର ଅର୍ଦ୍ଧଶତକ ହାସଲଠାରୁ ୭ ରନ ଦୂରରେ ଥିବାବେଳେ ବ୍ୟକ୍ତିଗତ ୪୩ ରନ କରି ଆଉଟ ହୋଇଥିଲେ। କିଛି ସମୟ ପରେ ଲାବୁସେନଙ୍କୁ ମହମ୍ମଦ ଶାମି ଆଉଟ କରି କରିଥିଲେ। ଫଳରେ ୭୬ ରନ୍‌ରେ ଅଷ୍ଟ୍ରେଲିଆ ତୃତୀୟ ଉଇକେଟ ହରାଇ ସଂକଟରେ ପଡ଼ିଥିଲା।

ହେଲେ ଷ୍ଟିଭେନ୍‌ ସ୍ମିଥ ଏବଂ ଟ୍ରାଭିସ ହେଡ୍‌ କ୍ରିଜରେ ଯୋଗଦେବା ପରେ ଦଳର ସ୍ଥିତି ବଦଳି ଯାଇଥିଲା। ସ୍ମିଥ ଧର୍ଯ୍ୟର ସହ ଇନିଂସକୁ ଆଗକୁ ନେଇଥିବା ବେଳେ ହେଡ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ଭାରତୀୟ ବୋଲରଙ୍କୁ ମୁକାବିଲା କରି ଅଷ୍ଟ୍ରେଲିଆକୁ ଦୃଢ଼ ସ୍ଥିତିକୁ ଆଣିଥିଲେ। ୧୦୬ ବଲ୍‌ରୁ ସେ ଟେଷ୍ଟ କ୍ରିକେଟରେ ୬ଷ୍ଠ ଶତକ ପୂରଣ କରିଥିଲେ। ଡବ୍ଲ୍ୟୁଟିସି ଫାଇନାଲରେ ହେଡ୍‌ଙ୍କ ପ୍ରଥମ ଶତକ।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri