ଛାତ୍ରୀଙ୍କୁ ଅସଦାଚରଣ କରି ଥାନାରେ ପ୍ରଧାନ ଶିକ୍ଷକ

ବଲାଙ୍ଗୀର ଅଫିସ,୨୫।୮: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆଙ୍କ ବିରୋଧରେ ସ୍କୁଲର ୫ ଜଣ ଛାତ୍ରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଗତ ୨୩ ତାରିଖରେ ଷଷ୍ଠ ଶ୍ରେଣୀର ପାଞ୍ଚ ଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ତାଙ୍କ ଡ୍ରେସ ଖୋଲିବା ପାଇଁ କହିଥିବା ଏବଂ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଛାତ୍ରୀ ଏହି କଥା କୌଣସି ଘର ଲୋକଙ୍କୁ ଜଣାଇ ନଥିଲେ। ହେଲେ ଜଣେ ଛାତ୍ରୀ ସାହସ କରି ତାଙ୍କ ମା’ଙ୍କୁ ସବୁ କଥା ଜଣାଇବା ପରେ ଅନ୍ୟ ଛାତ୍ରୀମାନେ ମଧ୍ୟ ସମାନ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଗୁରୁବାର ଉତ୍ୟକ୍ତ ଗାଁ ଲୋକେ ସ୍କୁଲରେ ପହଞ୍ଚି ହୋହଲ୍ଲା କରିବା ସହ ଘେରାଉ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ, ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝଡ ତୋଫାନରେ ଆଜବେଷ୍ଟ ଉଡ଼ିଗଲା

ଜହ୍ନାପଙ୍କ,୨୫।୪(ଡି.ଏନ.ଏ.): ବୌଦ୍ଧ ଜିଲା ଜହ୍ନାପଙ୍କ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ଝଡ ତୋଫାନ ହୋଇଛି। ଲୋକେ କରିଥିବା ଫସଲ ନଷ୍ଟ ହୋଇଥିବାରୁ ମୁଣ୍ଡରେ ଚଡ଼କ ପଡିଛି।...

ଧାନ ବିକିବାକୁ ଆଧାର ବାଧ୍ୟତାମୂଳକ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ରାଶନ କାର୍ଡ ପରେ ଏବେ ଚାଷୀ ପଞ୍ଜୀକରଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀ ଧାନ ବିକ୍ରି କରିବେ ସେମାନେ ନାମ ପଞ୍ଜୀକରଣ ବେଳେ...

ଓଡ଼ିଶାରେ ବି ପାଳନ ହେଉନି ନିୟମ

ଭୁବନେଶ୍ୱର(ବ୍ୟୁରୋ),୧୪ା୬: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଲକ୍ଷ ସୁସ୍ଥ ହୋଇ ଘରକୁ...

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ୧୪...

ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣା: ଠିକାଦାର ଅଟକ, କାଗଜପତ୍ର ଯାଞ୍ଚ କରୁଛି କମିଶନରେଟ ପୋଲିସ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ଶନିବାର ଠିକାଦାରୀ ସଂସ୍ଥା ମୁଖ୍ୟ ଦିଲୀପ ଖଟୋଇଙ୍କୁ ଅଟକ ରଖାଯାଇଛି। ଡିସିପିଙ୍କ ନେତୃତ୍ୱରେ କମିଶନରେଟ...

୫ ହଜାର ପାଇଁ ଧରାପଡ଼ିଲେ

ସମ୍ବଲପୁର,୨୭।୮(ବ୍ୟୁରୋ): ସମ୍ବଲପୁର ଭିଜିଲାନ୍ସ ଟିମ୍‌ ହାତରେ ଶୁକ୍ରବାର ଧରାପଡିଛନ୍ତି ଚିପିଲିମା ମେଷ ପ୍ରଜନନ କେନ୍ଦ୍ରର କନିଷ୍ଠ କିରାଣି ନରସିଂହ ଗଡତିଆ। ତାଙ୍କଠାରୁ ୫ ହଜାର ଟଙ୍କା...

ନୂଆ ମୋଟର ଯାନ ଆଇନ : ଘାରିଲା ଭୟ, ବଢ଼ିଲା ଭିଡ଼

ଭୁବନେଶ୍ୱର, ୬।୯(ବ୍ୟୁରୋ) : ନୂଆ ମୋଟର ଆଇନ-୨୦୧୯ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି। ଓଡ଼ିଶାରେ ଚେକିଂ, ବ୍ଲକିଂ ଓ ଗାଡ଼ି ଧରାପଗଡ଼କୁ ଜୋର୍‌ଦାର...

କିନ୍ନର ସଂଘ ଶାନ୍ତି ସେନା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଯାଜପୁର ରୋଡ୍‌,୪ା୧୨(ନି.ପ୍ର.)- ଯାଜପୁର ରୋଡ୍‌ କିନ୍ନର ସଂଘ ଶାନ୍ତି ସେନା ପକ୍ଷରୁ ମଙ୍ଗଳବାର ଡ ପ୍ରିୟଙ୍କା ରେଡ୍ଡିଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ସୋଭାଯାତ୍ରା କରାଯାଇଛି। କିନ୍ନର...

Advertisement
Archives

Model This Week