ସିବିଆଇର ସର୍ବେସର୍ବା

କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ୧୩ ମେ’ରେ ପ୍ରକାଶ ପାଇଲା। ଏଥିରେ କଂଗ୍ରେସ ବିପୁଳ ବିଜୟ ହାସଲ କରି ୨୨୪ ଆସନ ମଧ୍ୟରୁ ୧୩୫ ସିଟ୍‌ ଜିତିବାରେ ସକ୍ଷମ ହେଲା। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି (ଭାଜପା) ୬୬ ଆସନରେ ବିଜୟୀ ହୋଇଥିଲା। ସେହିଦିନ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ଓ ବିରୋଧୀ ଦଳ ନେତା ତଥା ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ମୁଖ୍ୟଙ୍କୁ ଚୟନ କଲା। ୧୪ ମେ’ରେ କର୍ନାଟକ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରବୀଣ ସୁଦ୍‌ଙ୍କୁ ସିବିଆଇ ନିର୍ଦ୍ଦେଶକ କରାଗଲା ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା। ଏଥିରେ କୁହାଗଲା ଯେ, ବର୍ତ୍ତମାନର ନିର୍ଦ୍ଦେଶକ ଥିବା ସୁବୋଧ କୁମାର ଜୈସ୍ବାଲଙ୍କ କାର୍ଯ୍ୟକାଳ ୨୫ ମେ’ରେ ଶେଷ ହେବା ପରେ ପ୍ରବୀଣ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ। କର୍ନାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ୧୯୮୬ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା (ଆଇପିଏସ୍‌)ର ଏହି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କର ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ଏକ ଭିନ୍ନ ସମୀକରଣ ସୃଷ୍ଟି କରିଛି। କର୍ନାଟକରେ ଭାଜପା ଶାସନରେ ଥିବାବେଳେ ପ୍ରବୀଣ କେବଳ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରୁଥିଲେ ଓ ଭାଜପା କ୍ୟାଡରଙ୍କ ମନ୍ଦ କାର୍ଯ୍ୟ ପ୍ରତି ଆଖିବୁଜି ଦେଇଥିଲେ ବୋଲି ଶିବକୁମାର କହିଥିଲେ। ତେଣୁ ତାଙ୍କ ସରକାର ଆସିଲେ ପ୍ରବୀଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ବର୍ତ୍ତମାନର ସ୍ଥିତି ଦେଖିଲେ କର୍ନାଟକରେ କଂଗ୍ରେସ ସରକାର ଗଠନ କରିଥିଲେ ମଧ୍ୟ ପ୍ରବୀଣ ଆଉ ଶିବକୁମାରଙ୍କ ଅଧୀନରେ ନାହାନ୍ତି। ସେ ସିବିଆଇ ନିର୍ଦ୍ଦେଶକ ହୋଇଯାଇଥିବାରୁ ବରଂ ଶିବକୁମାରଙ୍କ ଭୟ ବଢ଼ିଯାଇଛି। କୁହାଯାଉଛି ଭାଜପା ହିସାବ କରି କର୍ନାଟକ ଡିଜିପିଙ୍କୁ ସିବିଆଇ ମୁଖ୍ୟ କରିଦେଇଛି। ସଂକ୍ଷିପ୍ତ ତାଲିକାରେ ବହୁ ଅଫିସର ଥିବାବେଳେ ପ୍ରବୀଣଙ୍କୁ ସିବିଆଇ ନିର୍ଦ୍ଦେଶକ କରାଯିବା ପରେ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ହିମାଚଳ ପ୍ରଦେଶ କାଙ୍ଗ୍ରାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ୨୨ ମେ’ ୧୯୬୪ରେ ପ୍ରବୀଣ ଜନ୍ମଗ୍ରହଣ କରିଥିଲେ। ପିତା ଓମ୍‌ ପ୍ରକାଶ ସୁଦ୍‌ ଦିଲ୍ଲୀ ସରକାରରେ ଜଣେ କିରାଣି ଥିଲେ। ମାତା କମ୍‌ଲେଶ ସୁଦ୍‌ ଥିଲେ ଶିକ୍ଷୟିତ୍ରୀ। ପ୍ରବୀଣ ଦିଲ୍ଲୀରେ ବଢ଼ିଥିଲେ। ମେଧାବୃତ୍ତି ପାଇ ସେ ଦିଲ୍ଲୀର ମ୍ୟୁନିସିପାଲ ସ୍କୁଲରୁ ପ୍ରାରମ୍ଭିକ ପଢ଼ା ଶେଷ କରିଥିଲେ। ଏହା ପରେ ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ଦିଲ୍ଲୀ (ଆଇଆଇଟି ଦିଲ୍ଲୀ)ରୁ ସିଭିଲ୍‌ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ସେଠାରେ ପଢ଼ୁଥିବା ବେଳେ ସେ ମନସ୍ତତ୍ତ୍ୱକୁ ଏକ ଇଚ୍ଛାଧୀନ ବିଷୟ ରଖିଥିଲେ। ଇଞ୍ଜିନିୟରିଂ ପଢ଼ା ସାରି ସେ ସିଭିଲ୍‌ ସର୍ଭିସ ଏକ୍‌ଜାମିନେଶନ (ସିଏସ୍‌ଇ) ଲାଗି ପ୍ରସ୍ତୁତି କରିଥିଲେ। ୧୯୮୬ରେ ଏଥିରେ କୃତକାର୍ଯ୍ୟ ହୋଇଥିଲେ। ତେବେ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ଥିବାରୁ ୨୦୦୩ରେ ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ, ବାଙ୍ଗାଲୋର (ଆଇଆଇଏମ୍‌ବି)ରେ ପବ୍ଲିକ୍‌ ପଲିସି ଆଣ୍ଡ୍‌ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏଟ୍‌ ଡିଗ୍ରୀ ଅର୍ଜନ କରିଥିଲେ। ଏଥିସହିତ ନ୍ୟୁୟର୍କର ସାଇରାକସ୍‌ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ତେବେ ୧୯୮୬ରେ ପ୍ରବୀଣ ଆଇପିଏସ୍‌ ଅଫିସର ଭାବେ ଉତ୍ତୀର୍ଣ୍ଣ ହେବା ପରେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାଶନାଲ ପୋଲିସ ଏକାଡେମୀରେ ଯୋଗଦେଇଥିଲେ। ୧୯୮୯ରେ ପ୍ରଶିକ୍ଷଣ ଶେଷ କରି ସେ ଚାକିରିର ପ୍ରଥମ ନିଯୁକ୍ତି ମହୀଶୂରରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ (ଏଏସ୍‌ପି) ଭାବେ ଯୋଗଦେଇଥିଲେ। ଏହାପରେ ସେ ବେଲାରୀ ଓ ରାଇଚୁର ଜିଲାରେ ଏସ୍‌ପି ଭାବେ କାର୍ଯ୍ୟ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସେ ବେଙ୍ଗାଲୁରୁରେ ଆଇନ ଓ ଶୃଙ୍ଖଳାର ଡେପୁଟି କମିଶନର ଅଫ୍‌ ପୋଲିସ (ଡିସିପି) ହୋଇଥିଲେ। ୧୯୯୯ରେ ତାଙ୍କୁ ମରିସସ୍‌ ସରକାରଙ୍କ ପୋଲିସ ଉପଦେଷ୍ଟା ଭାବେ ନୂଆ ଦାୟିତ୍ୱ ଦିଆଯାଇଥିଲା। ସେଠାରେ ସେ ୩ ବର୍ଷ ରହିଥିଲେ। ଏହି ସମୟ ମଧ୍ୟରେ ସେ ଆମେରିକା ଓ ୟୁରୋପୀୟ ସଂଘ (ଇୟୁ)ର ଆଇନ ପ୍ରବର୍ତ୍ତନ ସଂସ୍ଥା ସହ ମିଶି କାମ କରିବାର ସୁଯୋଗ ପାଇଥିଲେ। ୨୦୦୪ରେ ପ୍ରବୀଣ ମହୀଶୂରରେ ପୋଲିସ କମିଶନର ଭାବେ ଯୋଗଦେଇ ୨୦୦୭ ଯାଏ ସେଠାରେ ରହିଥିଲେ। ସେହି ସମୟରେ ସେ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ନୂତନ ରଣକୌଶଳ ପ୍ରସ୍ତୁତ କରିବା ସହିତ ପାକିସ୍ତାନରୁ ଭାରତ ପଶି ଆସିଥିବା ଆତଙ୍କବାଦୀମାନଙ୍କୁ ଗିରଫ କରି ଚହଳ ପକାଇଥିଲେ। ଫେବୃୟାରୀ ୨୦୦୮ରୁ ସେପ୍ଟେମ୍ବର ୨୦୧୧ ଯାଏ ସେ ବେଙ୍ଗାଲୁରୁ ସହରର ଟ୍ରାଫିକ୍‌ ବିଭାଗରେ ଆଡିସ୍‌ନାଲ କମିଶନର ଅଫ୍‌ ପୋଲିସ (ଟ୍ରାଫିକ୍‌) ଦାୟିତ୍ୱରେ ରହି ସେଠାରେ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିଥିଲେ। ରାଜ୍ୟ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦକ୍ଷତା ପ୍ରଦର୍ଶନ କରିଥିବା ପ୍ରବୀଣଙ୍କୁ ଜାନୁୟାରୀ ୨୦୨୦ରେ କର୍ନାଟକର ଡିଜିପି ତଥା ଇନ୍ସପେକ୍ଟର ଜେନେରାଲ ଅଫ୍‌ ପୋଲିସ (ଆଇଜିପି) କରାଯାଇଥିଲା।
ଭ୍ରମଣପ୍ରିୟ ପ୍ରବୀଣ ଗଲ୍ଫ ଖେଳିବାକୁ ଭଲ ପାଆନ୍ତି। ସେ ପୋଲିସ ବିଭାଗରେ ଉତ୍କର୍ଷ କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ସ୍ବର୍ଣ୍ଣ ପଦକଠାରୁ ଆରମ୍ଭ କରି ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ମେଡାଲ ମଧ୍ୟ ପାଇଛନ୍ତି। ବ୍ୟକ୍ତିଗତ ଜୀବନ କହିଲେ ତାଙ୍କ ସହଧର୍ମିିଣୀ ବିନିତା ସୁଦ୍‌ ଜଣେ ମହିଳା ଉଦ୍ୟୋଗୀ। ତାଙ୍କର ଦୁଇ ଝିଅ ଅଶିତା ଓ ଅନୁଷ୍କା। ଅଶିତା ବୃତ୍ତିରେ ଆଇନଜୀବୀ ଓ କ୍ରିକେଟର ମୟଙ୍କ ଅଗ୍ରଓ୍ବାଲଙ୍କୁ ବିବାହ କରିଛନ୍ତି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri