ପିଠିରେ ବୋହି ନେବେ ଏଇ ବିଛଣା

ଯଦି କେବେ ପିକ୍‌ନିକ ଅବା କ୍ୟାମ୍ପ କରିବାକୁ ଯାଉଛନ୍ତି, ଆଉ ସେଠି ଆରାମରେ କିଛି ସମୟ ବିତାଇବାକୁ ଚାହାନ୍ତି ତେବେ ଏଇ ବିଛଣାକୁ ସାଙ୍ଗରେ ନେଇିପାରିବେ। ଏହାକୁ ନେବା ବହୁତ ସହଜ। ବ୍ୟାକ୍‌ପ୍ୟାକ୍‌ ପରି ପିଠିରେ ଲଦି ନେଇପାରିବେ। ଆଉ ବେଶ୍‌ ସହଜରେ ଖୋଲି ଏକ ସୁନ୍ଦର ଆରାମଦାୟକ ଶେଯରେ ରୂପାନ୍ତର କରିପାରିବେ। ଏହାର ନାମ ହେଉଛି ଭୋପ୍ଲାଟ୍‌ସ। ଡଚ୍‌ ଷ୍ଟୁଡିଓ ମାକ୍କିଙ୍କ ଆଣ୍ଡ ବେ’ ଏହାକୁ ତିଆରି କରିଛି। ଏହା ଏକ ଫଙ୍କଶନାଲ ସୋଫା ବେଡ୍‌। ଏଥିରେ ଏକ କାଠର ଫ୍ରେମ୍‌ ଥାଏ। ଯେଉଁଥିରେ ଏକ ଉଲେନ୍‌ ଜ୍ୟାକେଟ୍‌ ଆଟାଚ୍‌ ହୋଇଥାଏ। ଏହି ଜ୍ୟାକେଟ୍‌କୁ ପିନ୍ଧିଲେ ପୂରା ଫ୍ରେମ୍‌ ଓ ତା’ସହ ଆଟାଚ୍‌ ହୋଇରହିଥିବା ବିଛଣାକୁ ପିଠିରେ ବ୍ୟାକପ୍ୟାକ୍‌ ପରି କ୍ୟାରି କରିହେବ। ପରେ ଯେଉଁଠି ଚାହିଁବେ ଏହାକୁ କାନ୍ଧରୁ ବାହାର କରି ରଖିଦେଲେ ଗୁଡେଇ ହୋଇ ରହିଥିବା ବିଛଣା ସିଟ୍‌ ଭଳି ରହିବ। ଯାହା ଉପରେ ଆରାମରେ ବସିପାରିବେ ଓ ଉପରକୁ ଲମ୍ବିଥିବା କାଠ ଫ୍ରେମ୍‌ ବ୍ୟାକରେଷ୍ଟର କାମ କରିବ। ଏହାକୁ ବିଛଣାର ରୂପ ଦେବାକୁ ହେଲେ କେବଳ ଏତିକି କରିବାକୁ ହେବ ଯେ, ବିଛାଣକୁ ଗୁଡେଇକି ରଖିଥିବା ଷ୍ଟ୍ରାପ୍‌କୁ ଖୋଲିଦେବେ। ଆଉ ଏହା ଏକ ଲମ୍ବା ଆରାମଦାୟକ ବିଛଣା ହୋଇଯିବ। ଯାହା ଉପରେ ଆରାମରେ ଶୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ: ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ମହାକାଳପଡ଼ା, ୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ ୫୩ ନଂ. ଜାତୀୟ ରାଜପଥ ମଶାକଣି ବଡଦଣ୍ଡାଠାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ ଗୃହ ରହିଛି। ଏହି…

ବେକରେ ଛୁରି ଲଗାଇ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ମୁଖାପିନ୍ଧି ଲୁଟିନେଲେ ୧୫ ଭରି ସୁନା…

ଲାଞ୍ଜିଗଡ,୫।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଜନଗନ୍ନାଥପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ…

ବହୁମତରୁ ବଞ୍ଚିତ ବିଜୟଙ୍କ ଆଡ଼କୁ ‘ହାତ’ ବଢ଼ାଇବ କି କଂଗ୍ରେସ? ରାହୁଲ ଦେଲେ ବଡ଼ ସଙ୍କେତ

ଚେନ୍ନାଇ,୫।୫: ନିର୍ବାଚନୀ ରାଜନୀତିରେ ଏକ ଚମତ୍କାର ପ୍ରବେଶ ସହିତ, ବିଜୟ ଥାଲାପତି ତାମିଲନାଡୁର ରାଜନୈତିକ ଦୃଶ୍ୟପଟରେ ଦୀର୍ଘ ସମୟ ଧରି ପ୍ରଭାବ ବିସ୍ତାର କରିଥିବା ଡିଏମକେ ଏବଂ…

କନ୍ୟାର ବୟସ ହୋଇନଥିବା ଶୁଣି ବେଦିରୁ ଉଠିଗଲେ ପୁରୋହିତ, ରୋକିଲେ ବାଲ୍ୟବିବାହ

ପାରଳାଖେମୁଣ୍ଡି,୫।୫ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକରେ ନିକଟରେ ଏକ ବାଲ୍ୟବିବାହକୁ ଜିଲା ପ୍ରଶାସନ ରୋକିଥିବା ବେଳେ ସୋମବାର ଆଉ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିଛି।…

ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ! ଆମେରିକାରେ କମୁଛି ଟ୍ରମ୍ପଙ୍କ ଲୋକପ୍ରିୟତା, ସର୍ଭେରେ କରାଗଲା ବଡ଼ ଦାବି

ଓ୍ବାଶିଂଟନ,୫।୫: ଯୁକ୍ତରାଷ୍ଟ୍ରରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମଗ୍ରିକ ଅନୁମୋଦନ ମୂଲ୍ୟାଙ୍କନ ୩୭ ପ୍ରତିଶତକୁ ହ୍ରାସ ପାଇଛି, ଏବଂ ୬୬ ପ୍ରତିଶତ ଆମେରିକୀୟ ନାଗରିକ ତାଙ୍କ ଅର୍ଥନୈତିକ ନୀତି…

ଅସ୍ତ୍ରବିରତି ଉଲ୍ଲଂଘନ କରି ୟୁଏଇ ଉପରେ ଆକ୍ରମଣ କଲା ଇରାନ; ୩ ଭାରତୀୟ ଆହତ

ତେହରାନ,୫।୫: ୱାଶିଂଟନ ଏବଂ ତେହରାନ ମଧ୍ୟରେ ସଂଘର୍ଷର ଅନ୍ତ ନେଇ ସହମତିରେ ପହଞ୍ଚିବାରେ ବିଫଳ ହେବା ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଯୁଦ୍ଧବିରତି ଉଲ୍ଲଂଘନ…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri