ସୁରକ୍ଷା ମିଳିଲେ ସମୃଦ୍ଧ ହେବେ

ଢେଙ୍କାନାଳ ଅଫିସ,୩।୩(ରତନ ନାୟାର): ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ବନଖଣ୍ଡକୁ ସମୃଦ୍ଧ କରିଛନ୍ତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ହାତୀ, ହରିଣ, ଶମ୍ବର, ବାର୍‌ହା, କୁଟୁରା, ଗୟଳ, କଲରାପତରିଆ, ଅହିରାଜ, ଅଜଗର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ପାଇଁ ଜିଲାର ପ୍ରାକୃତିକ ପରିବେଶ ବରଦାନ ସାବ୍ୟସ୍ତ ହୋଇଛି। ତେବେ ଜଙ୍ଗଲ ଇଲାକାରେ ଶିକାରୀଙ୍କ ଦୌରାତ୍ମ୍ୟ ଏବେ ବନ୍ୟପ୍ରାଣୀଙ୍କ ଜୀବନକୁ ବିପଦକୁ ଠେଲିଦେଉଛି। ବାର୍‌ହା ଶିକାର ଉଦ୍ଦେଶ୍ୟରେ ବିଛାଯାଉଥିବା ଫାଶରେ ପଡ଼ି ଐତିହ୍ୟପ୍ରାଣୀ ହାତୀ ଏବଂ କଲରାପତରିଆଙ୍କ ଜୀବନ ଯିବା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହିନ୍ଦୋଳ ରେଞ୍ଜ୍‌ର କନ୍ଧରା, ହିତିଣ୍ଡା, ମାଟିଆମୁଣ୍ଡିଆ, ନନ୍ଦିନିଆ, କୋଇ, କପିଳାସ ରେଞ୍ଜ୍‌ର କପିଳାସ ଅଭୟାରଣ୍ୟ ଏବଂ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ର ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ସର୍ବାଧିକ ବନ୍ୟପ୍ରାଣୀ ବିଚରଣ କରୁଛନ୍ତି। ମାର୍ଚ୍ଚ ୨ ତାରିଖ ସୁଦ୍ଧା ଜିଲାରେ ୩୨୦ ହାତୀ ଥିବା ବେଳେ ସେଥିରୁ କେବଳ ୨୦୦ଟି ହିନ୍ଦୋଳ ରେଞ୍ଜ୍‌ରେ ଅଛନ୍ତି। ନନ୍ଦିନିଆ, କନ୍ଧରା ସଂରକ୍ଷିତ ଜଙ୍ଗଲରେ ସର୍ବାଧିକ ହାତୀ ରହିଛନ୍ତି। କଲରାପତରିଆ ବାଘ ବଂଶ ବଢୁଥିବାରୁ କନ୍ଧରା, କୋଇ, ନନ୍ଦିନିଆ ସଂରକ୍ଷିତ ଜଙ୍ଗଲକୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କରିଡରରେ ସାମିଲ କରାଯାଇଛି। ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ଠାବ ପରେ ନୂତନ ଆଶା ସଞ୍ଚାର ହୋଇଛି। ଜିଲାରେ ଏବେସୁଦ୍ଧା ୮ଟି କଲରାପତରିଆ ଟ୍ରାପ୍‌ କ୍ୟାମେରାରେ ଧରାପଡ଼ିଛନ୍ତି। ତେବେ ଏମାନଙ୍କ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଅନୁରୂପ ଭାବେ କପିଳାସ ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ହରିଣ ବଂଶ ବଢ଼ିବାରେ ଲାଗିଛି। ସେମାନଙ୍କ ଖାଦ୍ୟ ଅଭାବ ପୂରଣ କରିବା ଲାଗି ବହୁ ସ୍ଥାନରେ ଘାସ ଲଗାଯାଇଛି। ଖାଦ୍ୟଶୃଙ୍ଖଳରେ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ବାଘ ଭଳି ମାଂସାଶୀ ପ୍ରାଣୀଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହୋଇଥାଏ। ତେଣୁ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ଏଥିସହ ସଂରକ୍ଷିତ ଜଙ୍ଗଲରେ କୃତ୍ରିମ ଜଳାଶୟ ଖନନ କରାଯିବା ସହ ନାଳଗୁଡ଼ିକରେ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। ବିଭିନ୍ନ ସ୍ଥାନରୁ ଶିକାରୀଙ୍କ ଉପରେ ନଜର ରଖିବାକୁ ଓ୍ବାଚ୍‌ଟାଓ୍ବାର ନିର୍ମାଣ ହୋଇଛି। ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବାକୁ କପିଳାସ ଅଭୟାରଣ୍ୟରେ ୬୦ଟି କ୍ୟାମେରା ଲଗାଯାଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଛି। ସବୁ ସଂରକ୍ଷିତ ଜଙ୍ଗଲରେ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌, ବନ କର୍ମଚାରୀଙ୍କୁ ସୁରକ୍ଷା ଉପକରଣ ଦିଆଯାଇ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

 

ବାଘଙ୍କ ପାଇଁ ସ୍ବତନ୍ତ୍ର ସର୍ଭେଲାନ୍ସ ବ୍ୟବସ୍ଥା ହେଉ
ବାଘଛାଲର ମୂଲ୍ୟ ବିଦେଶ ବଜାରରେ କାହିଁରେ କେତେ। ଏହି କାରଣରୁ କଲରାପତରିଆଙ୍କ ଶିକାର ବଢୁଛି। ଢେଙ୍କାନାଳ ଜିଲାର କନ୍ଧରା, ଅନନ୍ତପୁର, ରଞ୍ଜାଗଡ଼, କପିଳାସ ଅଭୟାରଣ୍ୟରେ କଲରାପତରିଆଙ୍କ ସୁରକ୍ଷା ଲାଗି ସ୍ବତନ୍ତ୍ର ସର୍ଭେଲାନ୍ସ ବ୍ୟବସ୍ଥା କରାଯିବା ଜରୁରୀ। ସେହିପରି ଜାତୀୟ ରାଜପଥ ଏବଂ ରେଳଧାରଣା ନିକଟବର୍ତ୍ତୀ ପ୍ରକୃତ ହାତୀ ଚଲାପଥ ଚିହ୍ନଟ କରି ତୁରନ୍ତ ଅଣ୍ଡରପାସ୍‌ ନିର୍ମାଣ ହେବା ଦରକାର।

-ପ୍ରଦ୍ୟୁମ୍ନ ରଥ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ
କଲରାପତରିଆ ବଂଶବୃଦ୍ଧିକୁ ଗୁରୁତ୍ୱ ଦେବା ଉଚିତ
ସାତକୋଶିଆ ସୀମାନ୍ତ ହିନ୍ଦୋଳ ରେଞ୍ଜ୍‌ର କୋଇ, ନନ୍ଦିନିଆ ଦେଇ କନ୍ଧରା ପର୍ଯ୍ୟନ୍ତ ବାଘମାନେ ନିର୍ଭୟରେ ଘୂରି ବୁଲୁଛନ୍ତି। ହିନ୍ଦୋଳ ଏନ୍‌ଏସିଠାରୁ ମାତ୍ର ୪ କିଲୋମିଟର ଦୂରରେ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ ଥିବାରୁ ବନ୍ୟପ୍ରାଣୀ-ମଣିଷ ସଂଘର୍ଷ ଆଶଙ୍କା ଲାଗି ରହୁଛି। ତେଣୁ ଏହିସବୁ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଜରୁରୀ ହୋଇପଡ଼ିଛି। ଏଥିସହ କଲରାପତରିଆ ବଂଶବୃଦ୍ଧିକୁ ଗୁରୁତ୍ୱ ଦେବା ଉଚିତ।

-ସୁବାସ ଚନ୍ଦ୍ର ପାଳ, ବୁଦ୍ଧିଜୀବୀ, ହିନ୍ଦୋଳ
ଶିକାରୀ ଉପଦ୍ରବ ରୋକିବା ପାଇଁ ପ୍ରୟାସ ଜାରି ରହିଛି
ଜଙ୍ଗଲ ସମ୍ପଦରେ ସମୃଦ୍ଧ ଢେଙ୍କାନାଳ ଜିଲାରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି। କଲରାପତରିଆ ବଂଶ ବଢୁଥିବାରୁ କୋଇ, କନ୍ଧରା, ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ ବ୍ୟାଘ୍ର କରିଡରରେ ସାମିଲ ହୋଇଛି। ସେମାନଙ୍କ ସୁରକ୍ଷା ଏବଂ ଶିକାରୀଙ୍କ ଉପଦ୍ରବ ରୋକିବା ପାଇଁ ପ୍ରୟାସ ଜାରି ରହିଛି। ବିଭିନ୍ନ ଜଙ୍ଗଲରେ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି। ନିଅଁାଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।
-ଡ. ପ୍ରକାଶ ଚାନ୍ଦ ଗୋଗିନେନି, ଡିଏଫ୍‌ଓ

 

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri