ଓ୍ବିଣ୍ଡ ଚାଇମ୍‌ ଲଗାଉଥିଲେ…

ଓ୍ବିଣ୍ଡ ଚାଇମ୍‌ କେବଳ ଘରର ଶୋଭା ବଢାଏ ନାହିଁ ଏହା ଅନେକ ବାସ୍ତୁଦୋଷକୁ ବି ଠିକ୍‌ କରିଥାଏ ବୋଲି ବିଶ୍ୱାସ ରହିଛି। ତେବେ କେଉଁ କଲର୍‌ର ଓ୍ବିଣ୍ଡ ଚାଇମ୍‌ ଘରର କି ଉପକାର କରିଥାଏ, ଜାଣନ୍ତୁ ସେ ସମ୍ପର୍କରେ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ସିଲଭର୍‌ କଲର୍‌ର ଓ୍ବିଣ୍ଡ ଚାଇମ୍‌କୁ ଘରର ପଶ୍ଚିମ କିମ୍ବା ଉତ୍ତର ଦିଗରେ ଟାଙ୍ଗି ଦିଆଯାଏ, ତା’ହେଲେ ଏହା ପିଲାଙ୍କ ପାଇଁ ସୌଭାଗ୍ୟ ଆଣିବା ସହ ଘରର ମାନ ସମ୍ମାନ ବଢାଇବାରେ ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପର ନାରଙ୍ଗୀ ରଙ୍ଗର ଓ୍ବିଣ୍ଡ ଚାଇମ୍‌ ଘରକୁ ସୌଭାଗ୍ୟ ଆଣିଥାଏ। ପରିବାରରେ ହସଖୁସିର ମାହୋଲ ଭରିଦେବାରେ ବି ଏହା ଅନେକ ସାହାଯ୍ୟ କରିଥାଏ ବୋଲି ମାନ୍ୟତା ରହିଛି। ଏହାକୁ ପ୍ରବେଶ ଦ୍ୱାରରେ ଲଗାଇବା ଶୁଭ ହୋଇଥାଏ। ସୁଖସମୃଦ୍ଧିର ପ୍ରତୀକ ଭାବେ ଗୋଲ୍ଡେନ୍‌ କଲର୍‌ର ଓ୍ବିଣ୍ଡ ଚାଇମ୍‌କୁ ଘରର ପ୍ରବେଶ ଦ୍ୱାର ହେଉ ଅଥବା ଠାକୁର ଘରେ ମଧ୍ୟ ଟାଙ୍ଗି ପାରିବେ। ବାଉଁଶରେ ତିଆରି ଓ୍ବିଣ୍ଡ ଚାଇମ୍‌ ବି ଘରକୁ ନିଆରା ଆକର୍ଷଣ ଦେଇଥାଏ। ତା’ସହିତ ଏହା ଘରେ ସକାରାତ୍ମକ ଊର୍ଜ୍ଜାକୁ ବୃଦ୍ଧି କରିବାରେ ବି ବିଶେଷ ସହାୟକ ହୋଇଥାଏ। ଏଭିଲ୍‌ ଆଈ ଓ୍ବିଣ୍ଡ ଚାଇମ୍‌ ବି ଘରର ଅନେକ ଉପକାର କରିଥାଏ। ଘରକୁ ପ୍ରବେଶ କରୁଥିବା ନକାରାତ୍ମକ ଶକ୍ତିକୁ ଏହା ରୋକିବା ସହ ଘରର ଉନ୍ନତି ପଥରେ ଏହା ସାହାଯ୍ୟ କରିଥାଏ। ତେବେ ଏହି ଟାଇପ୍‌ର ଓ୍ବିଣ୍ଡ ଚାଇମ୍‌କୁ ଘରର ପ୍ରବେଶ ଦ୍ୱାରରେ ଟଙ୍ଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ଜିଲାରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲା ପରେ ଅନୁଗୁଳ ଜିଲାରେ ଗ୍ରୀଷ୍ମଛୁଟି ଅବଧି ବୃଦ୍ଧି…

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ: ‘ସର୍ତ୍ତ ନ ମାନିଲେ ସିଧା ମୁଣ୍ଡ ଉପରେ ପକାଇବୁ ବୋମା’

ନୂଆଦିଲ୍ଲୀ,୧୭।୬: ଇରାନ ସହିତ ଚାଲିଥିବା ଆଲୋଚନା ଏବଂ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବୟାନ ପୁଣି ଥରେ ଯୁଦ୍ଧ ଚିନ୍ତାକୁ ବଢ଼ାଇ ଦେଇଛି।…

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

ଭୁବନେଶ୍ୱରକୁ ଜଗିଛି ଅଦୃଶ୍ୟ ଶକ୍ତି! ଚମକାଇଲା ବିଶେଷଜ୍ଞଙ୍କ ଆକଳନ, ଆଗକୁ ଭୟଙ୍କର…

ଭୁବନେଶ୍ୱର,୧୭।୬: ଭୁବନେଶ୍ୱରବାସୀ ବର୍ଷାକୁ ଚାହିଁ ଚାହିଁ ନିରାଶ। ଆକାଶରେ ମେଘ ଆସୁଛି, ପବନ ବହୁଛି, ବର୍ଷା ହେବ ବୋଲି ଆଶା ଜାଗୁଛି। କିନ୍ତୁ ଠିକ ସେତିକିବେଳେ ମେଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri