Posted inଜାତୀୟ

ପୋଷାକ ଖୋଲି ଠେଙ୍ଗାରେ ପିଟି ଗୁପ୍ତାଙ୍ଗରେ ପକାଇଲେ ଲଙ୍କାଗୁଣ୍ଡ: ସେନା ନିର୍ଯାତନା ବଖାଣିଲେ ପୀଡିତ, ଭିଡିଓ ଭାଇରାଲ…

ଶ୍ରୀନଗର,୨୬।୧୨ : ଜମ୍ମୁ-କଶ୍ମୀରର ପୁଞ୍ଚରେ ଡିସେମ୍ବର ୨୧ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ସେନା ଯବାନ ଶହୀଦ ହୋଇଥିଲେ। ଏହା ପରେ ସେନା ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେଶନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରାଉଚରା କରାଯାଇଥିଲା। ସୂଚନାନୁସାରେ, ପୋଲିସ ଆଖପାଖ ଅଞ୍ଚଳରୁ ୮ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା।

ତେବେ ପଚରାଉଚରା ପରେ ତାଙ୍କୁ ମୁକ୍ତ କରାଯାଇଥିବା ସେନା କହିିଛି। କିନ୍ତୁ ସର୍ଚ୍ଚ ଅପରେଶନ ବେଳେ ସୁରକ୍ଷା ବାହିନୀ ଦ୍ୱାରା ୩ ଜଣଙ୍କ ମୃତଦେହ ଜବତ କରାଯାଇଛି। ଏହା ପରେ ଉତ୍ତର କମାଣ୍ଡର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥାନୀୟ ବ୍ରିଗେଡିୟର୍‌ ସ୍ତରର ଅଧିକାରୀ ଏବଂ ସେନାର ଅନ୍ୟ ଦୁଇଜଣ ଅଧିକାରୀଙ୍କୁ ସ୍ଥାନାନ୍ତର କରିଥିଲେ। ସେନାର ଉଚ୍ଚ ପଦାଧିକାରୀମାନେ ଏହି ଘଟଣାର ତଦନ୍ତ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ପଚରାଉଚରା ବେଳେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ପାଞ୍ଚ ଜଣଙ୍କୁ ରାଜୌରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ଏହି ସନ୍ଦିଗ୍ଧମାନଙ୍କୁ ପଚରାଉଚୁରାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଆଶ୍ରାଫ ଗଣମାଧ୍ୟମକୁ କହିଛନ୍ତି ତାଙ୍କୁ ଏବଂ ଅନ୍ୟ ସନ୍ଦିଗ୍ଧ ଲୋକଙ୍କ ଦେହରୁ ପୋଷାକ କାଢ଼ି ଠେଙ୍ଗା ଓ ଲୁହା ରଡରେ ପିଟା ଯାଇଥିଲା। ଏହା ପରେ ସେମାନଙ୍କ ଗୁପ୍ତାଙ୍ଗରେ ହୋଇଥିବା କ୍ଷତ ଉପରେ ଲଙ୍କାଗୁଣ୍ଡ ପକାଯାଇଥିଲା।

ଡାକ୍ତରଖାନାରେ ମହମ୍ମଦ ଆଶ୍ରାଫ (୫୨), ଫାରୁକ ଅହମ୍ମଦ (୪୫), ଫଜଲ ହୁସେନ (୫୦), ମହମ୍ମଦ ବେତାବ (୨୫) ଏବଂ ଅନ୍ୟ ଜଣେ ୧୫ ବର୍ଷ ବୟସ୍କ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବର୍ଷୀୟ ମହମ୍ମଦ ଆଶ୍ରାଫ କହିଛନ୍ତି ଗତ ସପ୍ତାହରେ ତାଙ୍କୁ ଏବଂ ଅନ୍ୟ ଚାରି ଜଣଙ୍କୁ ସୁରକ୍ଷା ବାହିନୀ ପଚରାଉଚରା ପାଇଁ ଗିରଫ କରିଥିଲେ। ଭାଇରାଲ ଭିଡିଓରେ ସେ ସମାନ ବ୍ୟକ୍ତି ବୋଲି ଆଶରଫ କହିଛନ୍ତି। ତାଙ୍କୁ ଏତେ ମାଡ ଦିଆଯାଇଥିଲା ଯେ ଗତ ଶନିବାର ଠାରୁ ସେ ଶୋଇପାରୁ ନାହାନ୍ତି। ସେ କହିଛନ୍ତି ମୁଁ ଆଖି ବନ୍ଦ କରିବା ମାତ୍ରେ ସେନାର ନିର୍ଯାତନା ମୋ ଆଖିରେ ଦେଖା ଯାଉଛି। ମୁଁ ଭୟରେ କମ୍ପିବାରେ ଲାଗୁଛି।

ରାଜୌରୀ ଜିଲାର ଥାନାମାଣ୍ଡି ପୋଲିସ ଷ୍ଟେଶନ ଅଞ୍ଚଳର ହାସବାଲୋଟେ ଗାଁର ବାସିନ୍ଦା ଆଶ୍ରାଫ କହିଛନ୍ତ ସେ ୨୦୦୭ରୁ ଜମ୍ମୁ-କଶ୍ମୀରରେ ଶକ୍ତି ବିକାଶ ବିଭାଗର ଲାଇନମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ୨୩ ରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସେ ତାଙ୍କର ତିନି ସନ୍ତାନ, ୧୮ ବର୍ଷର ଝିଅ, ୧୫ ଏବଂ ୧୦ ବର୍ଷର ପୁଅ ସହିତ ଗାଁରେ ରୁହନ୍ତି। ଆଶ୍ରାଫ କହିଛନ୍ତି ମାଡ଼ ଯୋଗୁ ଆମ ମଧ୍ୟରୁ କେହି ଉଠି ବସି ପାରୁ ନାହାନ୍ତି। ଆମକୁ ଶୌଚାଳୟକୁ ଯିବାକୁ ଏକ ହ୍ବିଲ ଚେୟାରରେ ଯିବାକୁ ପଡୁଛି । ଅପରପକ୍ଷରେ, ସେନା ପିଆରଓ କହିଛନ୍ତି ରାଜୌରୀ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଲୋକଙ୍କ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?