୩ ବର୍ଷ ଧରି ଆମ୍ବଗଛ ତଳେ ପାଠପଢ଼ା

କୋଟଗଡ,୧୮।୧୦(ସରୋଜ ବଳିୟାରସିଂ): ସର୍ବଶିକ୍ଷା ଅଭିଯାନ ‘ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ’ ନାରା ଦେଉଥିବା ବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି। ଏଠାରେ ଶ୍ରେଣୀ ଗୃହ ଅଭାବ ଥିବାରୁ ଦୀର୍ଘ ୩ ବର୍ଷ ଧରି ଖରା ଓ ଶୀତକୁ ଖାତିର ନ କରି ଛାତ୍ରୀଛାତ୍ରମାନେ ଆମ୍ବଗଛ ତଳେ ବସି ପାଠ ପଢୁଛନ୍ତି। ଏହା ଦେଖିବାକୁ ମିଳିଛି ତୁମୁଡିବନ୍ଧ ବ୍ଲକ ଉପାନ୍ତ ଝିରିପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ।
ମସିହାରେ ଚାଉଳ ଧୁଆ ନଦୀ କୂଳରେ ଝରିପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଡୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୫୮ଥିବାବେଳେ ଦୁଇ ଜଣ ଶିକ୍ଷୟିତ୍ରୀ ଓ ତିନି ଜଣ ଶିକ୍ଷକ ଅଛନ୍ତି। କିନ୍ତୁ ଛାତ୍ରୀଛାତ୍ରମାନଙ୍କ ପାଠ ପଢିବା ପାଇଁ ରହିଛି ମାତ୍ର ଗୋଟିଏ ଶ୍ରେଣୀ ଗୃହ। ସେହି ଶ୍ରେଣୀ ଗୃହରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ୁଛନ୍ତି। ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାମାନେ ସ୍କୁଲ କ୍ୟାମ୍ପସରେ ତିଆରି ହୋଇଥିବା ରୋଷେଇ ଘରେ ପଢ଼ଥିବା ବେଳେ ସିଆରସି କୋଠାରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାମାନେ ଅଧ୍ୟୟନ କରୁଛନ୍ତି। କିନ୍ତୁ ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀ ଗୃହ ନଥିବାରୁ ସେମାନେ ଦୀର୍ଘ ତିନି ବର୍ଷ ହେଲାଣି ଆମ୍ବ ଗଛ ମୂଳେ ପଢୁଛନ୍ତି। ଏହି ସ୍କୁଲ ପାର୍ଶ୍ୱରେ ଚାଉଳ ଧୁଆ ନଦୀ ଥିବାରୁ ବର୍ଷା ଦିନେ ପାଣି ପଶିଗଲେ ଛାତ୍ରୀଛାତ୍ରମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲ ଚାରିପଟେ ପାଚେରୀ ନାହିଁ, ଲାଟିନ ନାହିଁ, ପିଇବା ପାଣି ନାହିଁ ଫଳରେ ଛାତ୍ରୀଛାତ୍ରମାନଙ୍କୁ ବହୁ ଦୂର ଯିବାକୁ ପଡୁଛି। ଏ ନେଇ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷ ଜନପ୍ରତିନିଧିଙ୍କୁ ବ୍ଲକ ପ୍ରଶାସନଙ୍କୁ ଓ ଜିଲା ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ଯାଏ କୌଣସି ସୁଫଳ ମିଳିପାରୁନଥିବା ସ୍କୁଲ ସଭାପତି ମହେନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ଏଥିପାଇଁ ଆଜି ବି ଛାତ୍ରୀଛାତ୍ର ନିଜ ଜୀବନକୁ ବାଜି ଲଗାଇ ପାଠ ବଢ଼ିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ସୁରେନଙ୍କୁ ପଚାରିବାରୁ ମୁଁ ୪ ମାସ ହେବ ଆସିଛି ମୋ ପାଖରେ କୌଣସି ଅଭିଯୋଗ ଆସି ନାହିଁ। ଯଦି ଏହିଭଳି ଅସୁବିଧା ରହିଛି ତା’ହେଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ କାମରାଜ କହଁର କହିଛନ୍ତି, ମୁଁ ଏହି ବିଷୟରେ ଅନେକ ଥର ବିଇଓଙ୍କ ଅଭିଯୋଗ କରିଛି ସେ ଶୁଣୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri