ବିଶ୍ୱର ରହସ୍ୟମୟ ଜୀବ : ଯିଏ ନିଃଶ୍ୱାସ ବିନା ରହିପାରେ ଜୀବିତ

କୌଣସି ପ୍ରାଣୀ କିମ୍ବା ମଣିଷ ନିଃଶ୍ୱାସ ପ୍ରଶ୍ୱାସ ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର। ସମସ୍ତେ ଜାଣନ୍ତି ନିଃଶ୍ୱାସ ନ ନେଇ କେହି ବଞ୍ଚିପାରିବେ ନାହିଁ । ମାତ୍ର ବୈଜ୍ଞାନିକମାନେ ଏପରି ରହସ୍ୟମୟ ଜୀବ (ପରଜୀବୀ) ପାଇଛନ୍ତି, ଯାହା ନିଃଶ୍ୱାସ ବିନା ବଞ୍ଚିପାରିବ। ଏହା ଦୁନିଆର ପ୍ରଥମ ଏପରି ଜୀବ, ଯାହାର ଏପରି ବିଶେଷତ୍ତ୍ୱ ରହିଛି।

ସୂଚନାଯୋଗ୍ୟ, ଜେଲିଫିସ୍‌ ପରି ଏହି ମଲ୍ଟି ସେଲୁଲାର୍‌ ପରଜୀବୀଙ୍କର ମାଇଟୋକଣ୍ଡ୍ରିଆଲ ଜିନୋମ ନାହିଁ। ଯେକୌଣସି ଜୀବ ନିଃଶ୍ୱାସ ନେବା ପାଇଁ ମାଇଟୋକଣ୍ଡ୍ରିଆଲ ଜିନୋମ ଅତ୍ୟନ୍ତ ଜରୁରୀ । ଏହି କାରଣରୁ, ଏହି ପରଜୀବୀ ଜୀବିତ ରହିବାକୁ ଅମ୍ଳଜାନ ଆବଶ୍ୟକ କରେ ନାହିଁ। ଇସ୍ରାଏଲର ତେଲ୍‌-ଆଭିଭ ବିଶ୍ୱବିଦ୍ୟାଳୟର ଗବେଷକ ଟିମ୍‌ ଏହି ଆଶ୍ଚର୍ଯ୍ୟଜନକ ଏବଂ ରହସ୍ୟମୟ ପରଜୀବୀ ଆବିଷ୍କାର କରିଛନ୍ତି।

ଗବେଷକଙ୍କ ଅନୁଯାୟୀ, ଏହି ପରଜୀବୀ ମାଛମାନଙ୍କଠାରୁ ଶକ୍ତି ଗ୍ରହଣ କରିଥାନ୍ତି। କିନ୍ତୁ ଏହି ସମୟରେ ସେ ସେମାନଙ୍କର କୌଣସି ପ୍ରକାରେ କ୍ଷତି କରନ୍ତି ନାହିଁ। ବିଶେଷ କଥା ହେଉଛି ମାଛ ମଧ୍ୟ ଏହି ପରଜୀବୀକୁ କ୍ଷତି ପହଞ୍ଚାଏ ନାହିଁ । ଏହି ପରଜୀବୀମାନେ ସାଲ୍‌ମୋନ ମାଛରେ ମିଳନ୍ତି ଏବଂ ମାଛ ବଞ୍ଚିଥିବା ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି।

ଏହି ଜୀବର ବୈଜ୍ଞାନିକ ନାମ ହେଉଛି ହେନିଗୁୟା ସାଲମିନିକୋଲା। ଗବେଷଣାର ମୁଖ୍ୟ ଡିଆନା ୟାହଲୋମି କହିଛନ୍ତି ଯେ ଏହି ଜୀବ ମଣିଷ କିମ୍ବା ଅନ୍ୟ ଜୀବମାନଙ୍କ ପାଇଁ ଆଦୌ କ୍ଷତିକାରକ ନୁହେଁ। ଅବଶ୍ୟ, ଏପର୍ଯ୍ୟନ୍ତ ଏହା ଏକ ରହସ୍ୟ ହୋଇ ରହିଛି ଯେ ପୃଥିବୀରେ ଏପରି ଜୀବ କିପରି ବିକଶିତ ହେଲା, ଯାହା ବିନା ଅମ୍ଳଜାନରେ ବଞ୍ଚିପାରେ।

ଗବେଷଣା ସମୟରେ, ବୈଜ୍ଞାନିକମାନେ ଫ୍ଲୋରୋସେନ୍ସ ମାଇକ୍ରୋସ୍କୋପ ସହିତ ପରଜୀବୀକୁ ଦେଖିଲେ, ଯେଉଁଥିରେ ସେମାନେ ମାଇଟୋକଣ୍ଡ୍ରିଆଲ ଡିଏନ୍‌ଏ ଦେଖି ନ ଥିଲେ। ପରେ ଏହା ହେଉଛି ଦୁନିଆର ପ୍ରଥମ ଜୀବ, ଯାହାକୁ ବଞ୍ଚିବା ପାଇଁ ନିଃଶ୍ୱାସ ନେବାକୁ ପଡିବ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ଅବଶ୍ୟ, ୨୦୧୦ରେ, ଇଟାଲୀର ଗବେଷକମାନେ ଏକ ସମାନ ଜୀବ ଆବିଷ୍କାର କରିଥିଲେ ଯାହା ମାଇଟୋକଣ୍ଡ୍ରିଆଲ ଡିଏନ୍‌ଏ ଦେଖି ନ ଥିଲେ। ମାତ୍ର ସେମାନଙ୍କ ବଞ୍ଚିବା ଲାଗି ଶକ୍ତି ଉତ୍ସ ଥିଲା ହାଇଡ୍ରୋଜେନ ସଲଫାଇଡ। ମାତ୍ର ଏହି ନୂତନ ଆବିଷ୍କୃତ ଜୀବକୁ ହାଇଡ୍ରୋଜେନ ସଲଫାଇଡ ମଧ୍ୟ ଦରକାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୮ ହଜାର କୋଟିର ଅଳଙ୍କାର ଲୁଟ୍‌

ବର୍ଲିନ: ଜର୍ମାନୀର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍‌ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ...

ବର୍ଷାରେ ଷ୍ଟ୍ରିଟ୍‌ଫୁଡ୍‌

ବର୍ଷାଦିନିଆ ଥଣ୍ଡା ପାଗରେ ଗରମ ଗରମ ଚଟପଟି ଖାଦ୍ୟ ଖାଇବାର ମଜା ନିଆରା। ଯେଉଁଥିପାଇଁ ଛୋଟରୁ ବଡ ପ୍ରତିଟି ସହରର ରାସ୍ତା ଉଭୟ ପାର୍ଶ୍ୱରେ ଦେଖିବାକୁ...

୨ ବର୍ଷର ଶିଶୁ ଅନ୍‌ଲାଇନ୍‌ରେ ଅର୍ଡର କଲେ ଲକ୍ଷାଧିକ ଟଙ୍କାର ଜିନିଷ: ଆଉ ତା’ପରେ…

ଆଜିକାଲି ମୋବାଇଲ୍‌ ଯୁବପିଢିଙ୍କ ପାଇଁ ଏକ ନିଶା ପାଲଟିଛି। କରୋନା ସମୟରେ ଅନଲାଇନ୍‌ କ୍ଲାସ୍‌ ଯୋଗୁ ମଧ୍ୟ ମୋବାଇଲ୍‌ ପିଲାମାନଙ୍କ ପାଇଁ ଜରୁରୀ ହୋଇପଡିଛି। ପିଲାଙ୍କୁ...

ଆଖିରେ ଲୁହ-ମନରେ କୋହ, ଜୀବନ ଭୟରେ ଆତଙ୍କିତ ଲୋକେ…

କ୍ୱିଭ୍‌,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। କ୍ୱିିଭ୍‌, ଡୋନବାସ ଖାର୍କି, ଓଡେସା ସମେତ ବହୁ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।...

କେଉଁମାନଙ୍କୁ ପ୍ରଥମେ କରୋନା ଟିକା ଦେବା ଉଚିତ, କ’ଣ କହୁଛି ଡବ୍ଲୁଏଚ୍‌ଓ

ଜେନେଭା,୮ ।୧୨: ଶେଷ ହେବ କରୋନା ମହାମାରୀର ତାଣ୍ଡବ । ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏବେ ପ୍ରାୟ କରୋନା ଟିକା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ...

ଚଳିତ ବର୍ଷ ମାତ୍ର ହଜାରେ ତୀର୍ଥଯାତ୍ରୀ କରିପାରିବେ ହଜ୍‌ଯାତ୍ରା

ରିୟାଦ,୨୧।୭: ସାଉଦି ଆରବର ମକ୍କା ସହରକୁ ପ୍ରତିବର୍ଷ ବିଭିନ୍ନ ଦେଶରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ହଜ୍‌ଯାତ୍ରା ପାଇଁ ଆସିଥାନ୍ତି। ହେଲେ ଚଳିତ ବର୍ଷ କରୋନା ମହାମାରୀକୁ...

ପୁଟିନ୍‌ଙ୍କ ଲଜ୍ଜାଜନକ ରେକର୍ଡ, କଟକଣା ଜାରି କରିଥିବା କମ୍ପାନୀ ସଂଖ୍ୟା ୫୫୩୦ ଟପିଲା…

ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନ ଆକ୍ରମଣ ପରେ ରୁଷିଆ ଉପରେ ଆର୍ଥିକ କଟକଣା ଜାରି ହୋଇଛି। ଆର୍ଥିକ କଟକଣା ଜାରି କରିଥିବା କମ୍ପାନୀଗୁଡ଼ିକର ସଂଖ୍ୟା ଅନୁସାରେ ରାଷ୍ଟ୍ରପତି...

ଯୌନ ସଂଭୋଗ ଏକ ସୁନ୍ଦର ଅନୁଭବ: ପୋପ୍‌

ରୋମ୍‌, ୭।୪: ଈଶ୍ୱରପ୍ରଦତ୍ତ ଜିନିଷଗୁଡ଼ିକ ମଧ୍ୟରୁ ଯୌନ ସଂଭୋଗ ସବୁଠାରୁ ସୁନ୍ଦର ଅନୁଭବ ବୋଲି ବୁଧବାର ପ୍ରକାଶିତ ଡକ୍ୟୁମେଣ୍ଟାରିରେ ପୋପ୍‌ ଫ୍ରାନ୍ସିସ୍‌ ଉଲ୍ଲେଖ କରିଛନ୍ତି। ଗତବର୍ଷ...

Advertisement
Archives

Model This Week