ପାର୍ଟନରଙ୍କୁ ଛାଡ଼ିଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌,୨୧ା୧୦: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ ଟିଭି ଜର୍ନାଲିଷ୍ଟ ପାର୍ଟନର ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କୁ ଛାଡ଼ିଦେଇଥିବା ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ନିକଟରେ ଆଣ୍ଡ୍ରେଆ ଲିଙ୍ଗଗତ ମନ୍ତବ୍ୟ ପାଇଁ ସମାଲୋଚିତ ହୋଇଥିଲେ। ଗତମାସରେ ମେଲୋନି ଖବରଦାତାମାନଙ୍କୁ କହିଥିଲେ, ତାଙ୍କୁ ଆଣ୍ଡ୍ରେଆଙ୍କ ମନ୍ତବ୍ୟକୁ ନେଇ ବିଚାର କରା ନ ଯାଉ। ଆଣ୍ଡ୍ରେଆଙ୍କ ଆଚରଣ ସମ୍ପର୍କରେ ସେ କୌଣସି ପ୍ରଶ୍ନର ଉତ୍ତର ଦେବେ ନାହିଁ।
ବର୍ଷୀୟା ପ୍ରଧାନମନ୍ତ୍ରୀ ମେଲୋନି ଦକ୍ଷିଣପନ୍ଥୀ ମେଣ୍ଟ ସରକାର ମୁଖ୍ୟ ଭାବେ ପ୍ରଥମ ବର୍ଷ ପୂରଣ କରିଥିବାବେଳେ ଏହି ବିଚ୍ଛେଦ ଖବର ସାମ୍ନାକୁ ଆସିଛି। ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ମେଲୋନି ଲେଖିଛନ୍ତି, ଆଣ୍ଡ୍ରେଆଙ୍କ ସହ ତାଙ୍କ ସମ୍ପର୍କ ୧୦ ବର୍ଷ ତିଷ୍ଠି ରହିଥିଲା। ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତେବେ ନିଜ ବ୍ୟକ୍ତିଗତ ଜୀବନର କଠିନତାକୁ ନେଇ ସେ ପ୍ରଭାବିତ ହେବେ ନାହିଁ। ଘରେ ତାଙ୍କୁ ଯେଉଁମାନେ ଦୁର୍ବଳ କରିବାକୁ ଉଦ୍ୟମ ଚଳାଇଥିଲେ, ସେମାନେ କେବେହେଲେ ସଫଳ ହେବେ ନାହିଁ। ୨୦୧୪ରେ ଏକ ଟିଭି ଷ୍ଟୁଡିଓରେ ପରସ୍ପରକୁ ଭେଟିଥିବା ଏହି ଯୋଡ଼ିଙ୍କ ଜଣେ ୭ ବର୍ଷୀୟା ଝିଅ ଅଛନ୍ତି। ୪୨ ବର୍ଷୀୟ ଆଣ୍ଡ୍ରେଆ ‘ମିଡିଆ ଇଷ୍ଟ୍‌’ ଦ୍ୱାରା ପ୍ରସାରିତ ଏକ ନ୍ୟୁଜ୍‌ କାର୍ଯ୍ୟକ୍ରମରେ ଉପସ୍ଥାପକ ଅଛନ୍ତି। ‘ମିଡିଆ ଇଷ୍ଟ’ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ସିଲିଭିଓ ବେର୍ଲୁସ୍କୋନିଙ୍କ ଉତ୍ତରାଧିକାରୀମାନଙ୍କ ଦ୍ୱାରା ପରିଚାଳିତ ଏମ୍‌ଏଫ୍‌ଇ ମିଡିଆ ଗ୍ରୁପ୍‌ର ଏକ ଅଂଶ।
ସପ୍ତାହରେ ଆଣ୍ଡ୍ରେଆ ଏକ ଶୋ’ ବେଳେ ନିଜ ଗୁପ୍ତାଙ୍ଗକୁ ଧରି ତାଙ୍କ ମହିଳା ସହଯୋଗୀଙ୍କୁ କହିଥିଲେ, ତୁମେ ମୋତେ ପୂର୍ବରୁ କାହିଁକି ଭେଟି ନ ଥିଲ? ଏହାର ଭିଡିଓ ଭାଇରାଲ ହୋଇଥିଲା। ଗୁରୁବାର ପ୍ରସାରିତ ଅନ୍ୟ ଏକ ଅଡିଓ ରେକର୍ଡିଂରେ ଆଣ୍ଡ୍ରୋଆ ଆଉ ଜଣେ ମହିଳା ସହକର୍ମୀଙ୍କୁ କହୁଥିଲେ, ତାଙ୍କ ସହ କାମ କରିବାକୁ ହେଲେ ଗ୍ରୁପ୍‌ ସେକ୍ସରେ ସାମିଲ ହେବାକୁ ପଡ଼ିବ। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?