Posted inଖେଳ

ଷଡଯନ୍ତ୍ର କରି କ୍ୟାରିୟର ଶେଷ କରିଦେଲେ, ଟିମ୍ ମ୍ୟାନେଜମେଣ୍ଟ ଉପରେ ଲାଗିଲା ବଡ଼ ଅଭିଯୋଗ

କୋଲକାତା,୨୨।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଚୟନକୁ ନେଇ ଚର୍ଚ୍ଚା ଜାରି ରହିଥିଲା ବେଳେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରସଙ୍ଗ ଉଠାଇଛନ୍ତି ପୂର୍ବତନ ବାହାରତୀୟ କ୍ରିକେଟର ଆକାଶ ଚୋପ୍ରା। ସେ ଅଭିଯୋଗ ଲଗାଇଛନ୍ତି ଯେ, ବିସିସିଆଇ ଏବଂ ଟିମ୍ ମ୍ୟାନେଜମେଣ୍ଟ ବିନା କୌଣସି କାରଣରେ ଚହଲଙ୍କ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି।

ଆକାଶ କହିଛନ୍ତି ଚହଲଙ୍କ ରେକର୍ଡ ବାହୁତ ଭଲ ଥିଲେ ମଧ୍ୟ ଦୁଇବର୍ଷ ପୂର୍ବରୁ ତାଙ୍କୁ ଦିନିକିଆ ଦଳରୁ ବାଦ ଦିଆଯାଇଥିଲା। ନିକଟରେ ସ୍ତ୍ରୀ’ ଧନଶ୍ରୀ ବର୍ମାଙ୍କ ସହିତ ଛାଡପତ୍ର ଖବରକୁ ନେଇ ଚହଲ ଖବରରେ ଥିଲେ ଏବଂ 2024/25 ସିଜିନ ବିଜୟ ହଜାର ଟ୍ରଫିରେ ଅଂଶ ଗ୍ରହଣ କରି ନ ଥିଲେ।

ନିଜର ୟୁଟୁବ ଚ୍ୟାନେଲରେ ଆକାଶ କହିଛନ୍ତି ଯେ, ”ଚହଲ ଖରାପ ପ୍ରଦର୍ଶନ ନ କରି ମଧ୍ୟ ଦୀର୍ଘ ଦିନରୁ ଭାରତୀୟ ଦଳରୁ ବାହାରେ ରହିଛନ୍ତି। ଏଥିସହ ସେ କହିଛନ୍ତି, ସେମାନେ ଏହା କିପରି କାହିଁକି କଲେ ଜଣାନାହିଁ ୟୁଜବେନ୍ଦ୍ର ଚହଲଙ୍କ କ୍ୟାରିୟର ଶେଷ ହୋଇଯାଇଛି।”

“ଚହଲ ଶେଷ ଥର ପାଇଁ ଜାନୁଆରୀ ୨୦୨୩ ରେ ଖେଳିଥିଲେ। ତାଙ୍କର ରେକର୍ଡ ମଧ୍ୟ ବହୁତ ଭଲ। ସେ ବହୁତ ୱିକେଟ୍ ନେଇଛନ୍ତି ଏବଂ ନିରନ୍ତର ଭଲ ପ୍ରଦର୍ଶନ କରୁଥିଲେ,” ବୋଲି ଚୋପ୍ରା କହିଛନ୍ତି।

ଚହଲ୍ ଭାରତ ପାଇଁ ମାତ୍ର ୭୨ ଟି ଦିନିକିଆ ମ୍ୟାଚ୍ ରେ ୧୨୧ ୱିକେଟ୍ ନେଇଛନ୍ତି, କିନ୍ତୁ ଅଗଷ୍ଟ ୨୦୨୩ ପରଠାରୁ କୌଣସି ଫର୍ମାଟରେ ଭାରତ ପାଇଁ ଖେଳି ନାହାଁନ୍ତି। ତେଣୁ ୟୁଜି ପାଇଁ ଚାମ୍ପିୟନ୍ସ ଟ୍ରଫି ଖେଳିବାର କୌଣସି ପ୍ରଶ୍ନ ଉଠୁ ନାହିଁ ” ବୋଲି ଚୋପ୍ରା କହିଛନ୍ତି।

ତେବେ ଭାରତ ଚାମ୍ପିଅନ୍ସ ଟ୍ରଫି ପାଇଁ କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ ୱାଶିଂଟନ ସୁନ୍ଦରଙ୍କ ରୂପରେ ଚାରି ଜଣ ସ୍ପିନ୍ ବୋଲିଂ ବିକଳ୍ପ ବାଛିଥିଲା, କିନ୍ତୁ ଚହଲ କେବେବି ପ୍ରକୃତରେ ଦୌଡ଼ରେ ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025: ପ୍ରଶଂସକଙ୍କୁ ବଡ଼ ଝଟ୍‌କା, ଏଣିକି ମାଗଣାରେ ଦେଖିପାରିବେ ନାହିଁ ଆଇପିଏଲ୍‌ ମ୍ୟାଚ୍‌, ଗଣିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୪।୨: ସମସ୍ତ କ୍ରିକେଟ ପ୍ରେମୀ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିକୁ ଅପେକ୍ଷା କରିଛନ୍ତି। ଏହା ପରେ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍‌ ’ଇଣ୍ଡିଆନ ପ୍ରିମିୟର ଲିଗ(IPL)’...

Unbelievable: ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ, ତଥାପି ଶତକ ମାରି ବୋଲର୍‌ଙ୍କୁ ଘାଇଲା କରିଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୨: ଶ୍ରୀଲଙ୍କାର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ କୁସାଲ ମେଣ୍ଡିସ ପୁଣି ଥରେ ଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ...

ICC ଚାମ୍ପିଅନ୍ସ ଟ୍ରଫି ୨୦୨୫: ବିଜେତାଙ୍କ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ,୧୪।୨: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର, ଫେବୃଆରୀ ୧୪ ତାରିଖରେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ରେକର୍ଡ ମୋଟ ୬.୯ ମିଲିୟନ ଆମେରିକୀୟ ଡଲାର...

ଭାଜପା କୋର୍‌ କମିଟି ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୨: ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର କୋର୍‌ କମିଟି ବୈଠକ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଛନ୍ତି।...

ବିବାହ ବନ୍ଧନରେ ବାନ୍ଧି ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଆରମ୍ଭ ହେବ। ସମସ୍ତ ୧୦ଟି ଫ୍ରାଞ୍ଚାଇଜ ଲିଗ ପାଇଁ ସେମାନଙ୍କର...

Video: ବିଜୟ ଟ୍ରଫି ନେବାକୁ ଭୁଲିଗଲେ ରୋହିତ ଶର୍ମା; ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ,୧୪।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ଇଂଲଣ୍ଡ ଧଳା ବଲ ସିରିଜ ପାଇଁ ଟିମ ଇଣ୍ଡିଆ ଗସ୍ତ କରିଥିଲା। ଉଭୟଙ୍କ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ...

ଶିଖର ଧାଓ୍ବନଙ୍କୁ ବଡ଼ ଦାୟିତ୍ୱ ଦେଲା ICC: ଏବେ କରିବେ ଏହି କାମ

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଚାରି ଜଣ କ୍ରିକେଟର୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡରଙ୍କୁ ନିଯୁକ୍ତ କରିଛି। ଏଥିରେ ପୂର୍ବତନ ଭାରତୀୟ...

Champions Trophy 2025: ପରିବାରକୁ ସାଥିରେ ନେବେନି ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ଏବେ ଟିମ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ତାର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri