Posted inଖେଳ

ଷଡଯନ୍ତ୍ର କରି କ୍ୟାରିୟର ଶେଷ କରିଦେଲେ, ଟିମ୍ ମ୍ୟାନେଜମେଣ୍ଟ ଉପରେ ଲାଗିଲା ବଡ଼ ଅଭିଯୋଗ

କୋଲକାତା,୨୨।୧: ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ଚୟନକୁ ନେଇ ଚର୍ଚ୍ଚା ଜାରି ରହିଥିଲା ବେଳେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପ୍ରସଙ୍ଗ ଉଠାଇଛନ୍ତି ପୂର୍ବତନ ବାହାରତୀୟ କ୍ରିକେଟର ଆକାଶ ଚୋପ୍ରା। ସେ ଅଭିଯୋଗ ଲଗାଇଛନ୍ତି ଯେ, ବିସିସିଆଇ ଏବଂ ଟିମ୍ ମ୍ୟାନେଜମେଣ୍ଟ ବିନା କୌଣସି କାରଣରେ ଚହଲଙ୍କ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି।

ଆକାଶ କହିଛନ୍ତି ଚହଲଙ୍କ ରେକର୍ଡ ବାହୁତ ଭଲ ଥିଲେ ମଧ୍ୟ ଦୁଇବର୍ଷ ପୂର୍ବରୁ ତାଙ୍କୁ ଦିନିକିଆ ଦଳରୁ ବାଦ ଦିଆଯାଇଥିଲା। ନିକଟରେ ସ୍ତ୍ରୀ’ ଧନଶ୍ରୀ ବର୍ମାଙ୍କ ସହିତ ଛାଡପତ୍ର ଖବରକୁ ନେଇ ଚହଲ ଖବରରେ ଥିଲେ ଏବଂ 2024/25 ସିଜିନ ବିଜୟ ହଜାର ଟ୍ରଫିରେ ଅଂଶ ଗ୍ରହଣ କରି ନ ଥିଲେ।

ନିଜର ୟୁଟୁବ ଚ୍ୟାନେଲରେ ଆକାଶ କହିଛନ୍ତି ଯେ, ”ଚହଲ ଖରାପ ପ୍ରଦର୍ଶନ ନ କରି ମଧ୍ୟ ଦୀର୍ଘ ଦିନରୁ ଭାରତୀୟ ଦଳରୁ ବାହାରେ ରହିଛନ୍ତି। ଏଥିସହ ସେ କହିଛନ୍ତି, ସେମାନେ ଏହା କିପରି କାହିଁକି କଲେ ଜଣାନାହିଁ ୟୁଜବେନ୍ଦ୍ର ଚହଲଙ୍କ କ୍ୟାରିୟର ଶେଷ ହୋଇଯାଇଛି।”

“ଚହଲ ଶେଷ ଥର ପାଇଁ ଜାନୁଆରୀ ୨୦୨୩ ରେ ଖେଳିଥିଲେ। ତାଙ୍କର ରେକର୍ଡ ମଧ୍ୟ ବହୁତ ଭଲ। ସେ ବହୁତ ୱିକେଟ୍ ନେଇଛନ୍ତି ଏବଂ ନିରନ୍ତର ଭଲ ପ୍ରଦର୍ଶନ କରୁଥିଲେ,” ବୋଲି ଚୋପ୍ରା କହିଛନ୍ତି।

ଚହଲ୍ ଭାରତ ପାଇଁ ମାତ୍ର ୭୨ ଟି ଦିନିକିଆ ମ୍ୟାଚ୍ ରେ ୧୨୧ ୱିକେଟ୍ ନେଇଛନ୍ତି, କିନ୍ତୁ ଅଗଷ୍ଟ ୨୦୨୩ ପରଠାରୁ କୌଣସି ଫର୍ମାଟରେ ଭାରତ ପାଇଁ ଖେଳି ନାହାଁନ୍ତି। ତେଣୁ ୟୁଜି ପାଇଁ ଚାମ୍ପିୟନ୍ସ ଟ୍ରଫି ଖେଳିବାର କୌଣସି ପ୍ରଶ୍ନ ଉଠୁ ନାହିଁ ” ବୋଲି ଚୋପ୍ରା କହିଛନ୍ତି।

ତେବେ ଭାରତ ଚାମ୍ପିଅନ୍ସ ଟ୍ରଫି ପାଇଁ କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ ୱାଶିଂଟନ ସୁନ୍ଦରଙ୍କ ରୂପରେ ଚାରି ଜଣ ସ୍ପିନ୍ ବୋଲିଂ ବିକଳ୍ପ ବାଛିଥିଲା, କିନ୍ତୁ ଚହଲ କେବେବି ପ୍ରକୃତରେ ଦୌଡ଼ରେ ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri