Posted inଜାତୀୟ

କେନ୍ଦ୍ରକୁ ହାଇକୋର୍ଟ ଝଟକା: ସରକାର ଫେକ୍‌ ନ୍ୟୁଜ୍‌ର ସଂଜ୍ଞା ନିରୂପଣ କରିପାରିବେ ନାହିଁ

ମୁମ୍ବାଇ,୨୧ା୯:ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍‌କା ଲାଗିଛି। ଷ୍ଟାଣ୍ଡ୍‌ଅପ କମେଡିଆନ୍‌ କୁନାଲ କାମରାଙ୍କ ଆବେଦନର ଶୁଣାଣି କରି ଶୁକ୍ରବାର ବମ୍ବେ ହାଇକୋର୍ଟ ଏହାକୁ ସମ୍ବିଧାନ ବିରୋଧୀ କହି ଖାରଜ କରିଦେଇଛନ୍ତି। ଫେକ୍‌ ନ୍ୟୁଜ କ’ଣ ତାହା କେନ୍ଦ୍ର ନିର୍ଦ୍ଧାରଣ କରିପାରିବ ନାହଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ୍‌ ଏ.ଏସ୍‌. ଚନ୍ଦୁରକର କୁନାଲଙ୍କ ପିଟିଶନର ଶୁଣାଣି କରି କହିଛନ୍ତି, ଅନ୍‌ଲାଇନ୍‌ରେ ଫେକ୍‌ ନ୍ୟୁଜ୍‌କୁ ଚିହ୍ନଟ କରିବା ପାଇଁ କେନ୍ଦ୍ରକୁ ଫ୍ୟାକ୍ଟ-ଚେକ୍‌ ୟୁନିଟ୍‌ ପ୍ରତିଷ୍ଠା ସକାଶେ କ୍ଷମତା ପ୍ରଦାନକାରୀ ଆଇଟି ସଂଶୋଧନ ନିୟମ, ୨୦୨୩ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୧୯ର ପରିପନ୍ଥୀ। ଏହି ବିଷୟରେ ବିସ୍ତୃତ ଭାବେ ବିଚାର କରିବା ପରେ ସରକାରଙ୍କ ସଂଶୋଧିତ ନିୟମ ଅନୁଚ୍ଛେଦ ୧୪ (ସମାନତା ଅଧିକାର), ୧୯ (ବାକ୍‌ ଓ ଅଭିବ୍ୟକ୍ତି ଅଧିକାର) ଏବଂ ୧୯(୧)(ଜି) (ବୃତ୍ତିଗତ ସ୍ବାଧୀନତା ଓ ଅଧିକାର) ବିରୋଧରେ ଯାଉଥିବା ଜଣାପଡ଼ିଛି। ତେଣୁ ଆଇଟି ନିୟମରେ ପ୍ରସ୍ତାବିତ ସଂଶୋଧନକୁ ଖାରଜ କରାଯାଉଛି। ଆଇଟି ରୁଲ୍ସରେ ରହିଥିବା ‘ଜାଲ୍‌, ମିଥ୍ୟା ଓ ବିଭ୍ରାନ୍ତିକର’ ସଂଜ୍ଞାରେ କୌଣସି ସ୍ପଷ୍ଟତା ନ ଥିବାରୁ ଏହା ଏକ ଭୁଲ୍‌ ପଦକ୍ଷେପ ବୋଲି ଜଷ୍ଟିସ୍‌ ଚନ୍ଦୁରକର କହିଛନ୍ତି।

ଗତ ଜାନୁଆରୀରେ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ବିଭାଜିତ ରାୟ ଦେବା ପରେ ଉକ୍ତ ମାମଲା ଜଣେ ତୃତୀୟ ବିଚାରପତିଙ୍କ ନିକଟକୁ ଶୁଣାଣି ପାଇଁ ପଠାଯାଇଥିଲା। ଜାନୁଆରୀରେ ଜଷ୍ଟିସ୍‌ ଗୌତମ ପଟେଲ ଏବଂ ନୀଲା ଗୋଖଲେଙ୍କ ଖଣ୍ଡପୀଠ ଏହା ଉପରେ ପୃଥକ୍‌ ପୃଥକ୍‌ ରାୟ ଦେଇଥିଲେ। ଜଷ୍ଟିସ୍‌ ପଟେଲ ରୁଲ୍ସକୁ ଖାରଜ କରିଦେଇଥିବାବେଳେ ଜଷ୍ଟିସ୍‌ ଗୋଖଲେ ଏହାକୁ ବଳବତ୍ତର ରଖିଥିଲେ। ଜଷ୍ଟିସ୍‌ ପଟେଲ କହିଥିଲେ, ଏହି ନିୟମ ସେନ୍‌ସରଶିପ୍‌ ସହ ସମାନ। କିନ୍ତୁ ଜଷ୍ଟିସ୍‌ ଗୋଖଲେ ମୁକ୍ତ ଅଭିବ୍ୟକ୍ତିକୁ ଏହା ବିଶେଷ ପ୍ରଭାବିତ କରୁ ନ ଥିବା ଦର୍ଶଆଇଥିଲେ। ଫ୍ୟାକ୍ଟ-ଚେକ୍‌ ୟୁନିଟ୍‌ ଗଠନ ନେଇ କେନ୍ଦ୍ର ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଉପରେ ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ, ବମ୍ବେ ହାଇକୋର୍ଟ ଏହି ନିୟମର ସାମ୍ବିଧାନିକ ବୈଧତା ଉପରେ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ସରକାର ଏହାକୁ କାର୍ଯ୍ୟକାରୀ କରିପାରିବେ ନାହିଁ। କୁନାଲ କାମରା ଓ ଅନ୍ୟ ଆବେଦନକାରୀମାନେ ନିଜ ପିଟିଶନରେ ଦର୍ଶାଇଥିଲେ, କେନ୍ଦ୍ରର ସଂଶୋଧନ ବାକ୍‌ ଓ ଅଭିବ୍ୟକ୍ତି ପରିପ୍ରକାଶ ଉପରେ ଏକ କଟକଣା। ଆବେଦନକାରୀମାନେ ଏହାକୁ କେନ୍ଦ୍ର ସରକାରଙ୍କ ଅନ୍‌ଲାଇନ ସେନ୍‌ସରଶିପ୍‌ ବୋଲି ଅଭିଯୋଗ ଆଣିଥିଲେ। ଏହାଦ୍ୱାରା ଅନାବଶ୍ୟକ ଭାବେ ଜଣେ ବ୍ୟକ୍ତିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୯ ମଣ୍ଡିରେ ପଡ଼ିରହିଛି ୪ ଲକ୍ଷ ବସ୍ତା ଧାନ, ବର୍ଷା ନେଇ ଚିନ୍ତାରେ ଚାଷୀ

ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ସୁଧୁରୁ ନ ଥିବା ବେଳେ ଆଗାମୀ ମୌସୁମୀ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।…

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri