Posted inଜାତୀୟ

ନାବାଳିକା ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ବଳାତ୍କାର ସହିତ ସମାନ, ହାଇକୋର୍ଟଙ୍କ ରାୟ…

ଭୋପାଳ,୨୧।୧୧: ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର୍‌ ବେଞ୍ଚ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନାବାଳିକା ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ବିଚାରପତି ଜି.ଏସ୍‌. ଅହଲୁୱାଲିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଅପରାଧ ଘଟିଥିବା ସମୟରେ ସ୍ତ୍ରୀଙ୍କର ବୟସ ୧୮ ବଷର୍’ରୁ କମ୍‌ ଥିଲା। ତେଣୁ ଆଇପିସି ଧାରା ୩୭୫ର ବ୍ୟତିକ୍ରମ ୨ ଅନ୍ତର୍ଗତ ନାବାଳିକା ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ବଳାତ୍କାର ଭାବେ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଅପରାଧୀକ ଆଇନ ସଂଶୋଧନ ଅଧିନିୟମ ୨୦୧୩ରେ ପୂର୍ବର ବୟସ ସୀମାକୁ ୧୫ ବର୍ଷରୁ ବଢ଼ାଇ ୧୮ ବର୍ଷ ବୟସ କରାଯାଇଥିଲା।

ହାଇକୋର୍ଟ ୨୦୨୧ ଜାନୁୟାରୀ ୩୧ରେ ଗିରଫ ହୋଇଥିବା ଅଜୟ ଯାଟବଙ୍କ ପଞ୍ଚମ ଜାମିନ ଆବେଦନ ଉପରେ ବିଚାର କରୁଥିଲେ। ଭାରତୀୟ ପେନାଲ କୋଡ (ଆଇପିସି) ର ଧାରା ୩୬୩, ୩୭୬, ୩୬୬ ଏବଂ ପୋକ୍ସୋ ଆକ୍ଟର ଧାରା ୫/୬ ଅନୁଯାୟୀ ଅଜୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଅଜୟଙ୍କ ତରଫରୁ ଏହା ଦାଖଲ କରାଯାଇଥିଲା ଯେ ଯଦିଓ କୋର୍ଟ ଚତୁର୍ଥ ଜାମିନ ଆବେଦନ କରିବାବେଳେ ପୀଡିତାଙ୍କ ସାକ୍ଷ୍ୟକୁ ବିଚାର କରିଥିଲେ। ଏହା ପରେ ତାଙ୍କ ପିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ସେ ତାଙ୍କ ବୟାନରେ କହିଥିଲେ ଯେ ଅଭିଯୁକ୍ତ ଅପରାଧ ସମୟରେ ପୀଡିତାଙ୍କ ବୟସ ପ୍ରାୟ ୧୭ ବର୍ଷ ୬ ମାସ ଥିଲା। ଏହା ମଧ୍ୟ ଦାଖଲ କରାଯାଇଥିଲା ଯେ ଆବେଦନକାରୀ ପୀଡିତାଙ୍କୁ ବିବାହ କରିଛନ୍ତି । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ। ପୀଡିତାଙ୍କ ପିତାଙ୍କ ସାକ୍ଷ୍ୟକୁ କୋର୍ଟ ପରିବର୍ତ୍ତିତ ପରିସ୍ଥିତି ଭାବରେ ଗ୍ରହଣ କରି ନ ଥିଲେ। ତେଣୁ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳି ନ ଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚତୁର୍ଥ ଜାମିନ ଆବେଦନ ଶୁଣାଣି ସମୟରେ ଆବେଦନକାରୀଙ୍କ ଆଇନଜୀବୀ ଯୁକ୍ତି ବାଢ଼ିଥିଲେ ଯେ ପୀଡିତାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ଏବଂ ସେ ତାଙ୍କ ବୟାନରେ କହିଛନ୍ତି ଯେ ସେ ସାବାଳିକା ହେବା ପରେ ଆବେଦନକାରୀଙ୍କୁ ବିବାହ କରିବା ପରେ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଇଛି। ତେବେ ଏହାକୁ ରାଜ୍ୟର ତଥା ଅଭିଯୋଗକାରୀଙ୍କ ଆଇନଜୀବୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା।

ଏହା ଦାଖଲ କରାଯାଇଥିଲା ଯେ ଡାକ୍ତରଖାନାର ରିପୋର୍ଟ ଅନୁଯାୟୀ ପୀଡିତା ୧୬ ସେପ୍ଟେମ୍ବର,୨୦୨୦ ରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଡିସେମ୍ବର ୨୦୧୯ ଗର୍ଭବତୀ ହୋଇଥିଲେ। ତାଙ୍କର ଜନ୍ମ ତାରିଖ ୨୦୦୨ ଫେବୃଆରୀ ୧। ଏଭଳି ପରିସ୍ଥିତିରେ ପୀଡିତା ଗର୍ଭବତୀ ଥିବା ସମୟରେ ନାବାଳିକା ଥିବା ସ୍ପଷ୍ଟ ହୋଇଛି।

ତେଣୁ କୋର୍ଟ ଜୁଲାଇ ୨୦୨୧ ରେ ଆବେଦନକାରୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ସେ ତତ୍‌କାଳ ଜାମିନ ଆବେଦନ ଭାବେ ତାଙ୍କର ପଞ୍ଚମ ଜାମିନ ଆବେଦନ ଦାଖଲ କରିଥିଲେ। ଅକ୍ଟୋବର ୨୧ରେ ଆବେଦନକାରୀଙ୍କ ପଞ୍ଚମ ଜାମିନ ଆବେଦନ ଶୁଣିବା ପରେ ଖଣ୍ଡପୀଠ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ଦର୍ଶାଇ ପଞ୍ଚମ ଥର ପାଇଁ ଜାମିନ ପ୍ରତ୍ୟାଖ୍ୟାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri