Posted inଫୁରସତ

ଅଛି କି ନଖ କାମୁଡ଼ା ଅଭ୍ୟାସ…

ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ଅନେକଙ୍କୁ ନଖ କାମୁଡୁଥିବା ଦେଖିବାକୁ ମିଳେ। ଏକ ଗବେଷଣା ତଥ୍ୟ ଅନୁଯାୟୀ, ଭୟରେ କିମ୍ବା ମାନସିକ ଚାପରେ ଥିବା ବେଳେ ଅନେକଙ୍କଠାରେ ନଖ କାମୁଡ଼ିବା ଅଭ୍ୟାସ ଦେଖିବାକୁ ମିଳେ। ତେବେ ଏହା ଏକ ଖରାପ ଅଭ୍ୟାସ ବୋଲି ପିଲାବେଳୁ ଶୁଣିଆସୁଥିଲେ ହେଁ ଏ ଦିଗରେ ଅଧିକାଂଶ ସଚେତନ ନ ଥାଆନ୍ତି। ଜାଣିବା ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼ିଥାଏ…

ବାରମ୍ବାର ହାତ ସଫା କରୁଥିଲେ କିମ୍ବା ନଖ ପରିଷ୍କାର ଧଳା ଦେଖାଯାଉଥିବା ସତ୍ତ୍ୱେ ମଧ୍ୟ ଏହାର ମୂଳରେ କେବେକେବେ ଇ- କୋଲି, ସାଲ୍‌ମୋନେଲା ଭଳି ବିଭିନ୍ନ ବ୍ୟାକ୍ଟେରିଆ ରହିଯା’ନ୍ତି। ଏମିତିରେ ନଖ କାମୁଡ଼ିବା ସମୟରେ ତାହା ପେଟକୁ ଯାଇ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍‌ ଇନ୍‌ଫେକ୍ସନ୍‌ କରାଇଥା’ନ୍ତି।

ନଖ କାମୁଡ଼ିବା ଦ୍ୱାରା ନଖମୂଳରେ ଏକ ପ୍ରକାରର ଇନ୍‌ଫେକ୍ସନ ହୋଇଥାଏ, ଯାହାକୁ ମେଡିକାଲ୍‌ ସାଇନ୍ସରେ ପାରୋନାଇଚିଆ ବୋଲି କୁହାଯାଇଥାଏ। ଯେଉଁଥିରେ ଆଙ୍ଗୁଠି ଟିପ ଲାଲ୍‌ପଡ଼ିବା, ଫୁଲିବା, ପାଚିବା ଏବଂ ପୂଯ ହେବା ଭଳି ସମସ୍ୟା ଦେଖାଦେଇଥାଏ, ଯାହାକି ଖୁବ୍‌ ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ। ଏ କ୍ଷେତ୍ରରେ ଡାକ୍ତରଖାନା ଯାଇ ପୂଯ ବାହାର କରିବାକୁ ପଡ଼ିଥାଏ।

ଡେଣ୍ଟାଲ୍‌ ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାରମ୍ବାର ନଖ କାମୁଡ଼ିବା ଦ୍ୱାରା ଏହାର ପ୍ରଭାବ ଦାନ୍ତ ଉପରେ ମଧ୍ୟ ପଡିଥାଏ। ଏଥିପାଇଁ କେତେଜଣଙ୍କ ଦାନ୍ତର ଏନାମେଲ୍‌ ଖରାପ ହେବା ସହ କେବେକେବେ ଦାନ୍ତ ଭାଙ୍ଗିଯିବାର ବି ନଜିର ରହିଛି। ଦାନ୍ତମୂଳ ମାଢ଼ିରେ ମଧ୍ୟ ଏଥିପାଇଁ ଯନ୍ତ୍ରଣା ହୋଇଥାଏ ଏବଂ ଦାନ୍ତର ଧାଡ଼ି ବଙ୍କା ହୋଇଥାଏ।
ଏବେବି ମୋ ନଖ ଛୋଟ

ଅର୍ପିତା କର (ଅଭିନେତ୍ରୀ)- ନଖ କାମୁଡ଼ିବା ମୋର ଏମିତି ଏକ ଅଭ୍ୟାସ, ଯାହାକୁ ଛାଡ଼ିବା ବିଷୟରେ ଭାବିଲେ ଅସମ୍ଭବ ମନେହୁଏ। ଯଦିଓ ଏହା ଭଲ ନୁହେଁ ଜାଣିଥିବାରୁ ପୂର୍ବାପେକ୍ଷା ବହୁତ କମାଇଛି, ତଥାପି ସମ୍ପୂର୍ଣ୍ଣ ଛାଡ଼ିପାରିନି। ପିଲାବେଳେ ଏଥିପାଇଁ ଘରେ ଏବଂ ସ୍କୁଲ୍‌ରେ କେତେଥର ଗାଳି ବି ଖାଇଛି। ଅଭିନୟ ଦୁନିଆରେ ପାଦ ଦେବା ପରେ ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଭାବେ ଯତ୍ନ ନେବାକୁ ପଡୁଛି। ଆଉ ବଡ଼ ବଡ଼ ନଖ ବି ନିଶ୍ଚିତ ଭାବେ ନାରୀ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରୁଥିବାରୁ ଥରେ ଦୁଇଥର ବଡ଼ ନଖ ରଖିବାକୁ ଟ୍ରାଏ କରିଥିଲି। ହେଲେ ଅଜାଣତରେ କେବେ ସେ ବି ଦାନ୍ତରେ କଟିଗଲା ଜାଣିପାରିଲିନି। ତେଣୁ ଭାବିଲି ନଖ ରଖିବି କାହିଁକି, ନିଜେ କାମୁଡି ମନ ଦୁଃଖ କରିବି କାହିଁକି, ସେଥିପାଇଁ ଏବେବି ମୋ ନଖ ଛୋଟ। ସିରିଏଲ୍‌ରେ ହେଉ କିମ୍ବା ଅନ୍ୟ ପ୍ରୋଗ୍ରାମ୍‌ ଶୁଟିଂବେଳେ ଆବଶ୍ୟକ ହେଲେ ସୁନ୍ଦର ସୁନ୍ଦର ଆର୍ଟିଫିସିଆଲ୍‌ ନେଲ୍ସ ଆଣି ଲଗାଇ କାମ ଚଳାଇ ଦେଉଛି।

ଡ୍ରିଲ୍‌ ପିରିୟଡ୍‌ ପୂର୍ବରୁ ହେଉଥିଲା ନଖ ସଫା
ପ୍ରଜ୍ଞା ରଞ୍ଜନ ଖଟୁଆ (ହାସ୍ୟ ଅଭିନେତା) – ସ୍କୁଲ୍‌ରେ ପଢ଼ିବା ବେଳେ ଶନିବାର ସକାଳୁଆ କ୍ଲାସ୍‌ ଥାଏ ଏବଂ ପ୍ରଥମେ ଥାଏ ଡ୍ରିଲ୍‌ ପିରିୟଡ୍‌। ସେଠାରେ ପିଇଟି ସାର୍‌ ସବୁ ପିଲାଙ୍କ ସଫା ଡ୍ରେସ୍‌ ଆଉ ଜୋତା ସହ ନଖ ମଧ୍ୟ ଦେଖନ୍ତି, ଯାହାର ଏସବୁ ଠିକ୍‌ ନ ଥାଏ ଗୁଡ଼ାଏ ମାଡ଼ ସାଙ୍ଗକୁ ଧାଡ଼ିରୁ ଅଲଗା ଠିଆ ହେବାର ଲଜ୍ଜା ବି ଭୋଗିବାକୁ ପଡ଼େ। ଯେହେତୁ ନଖ କାଟିବାକୁ ମୋର ଆଦୌ ମନେପଡ଼େନି, ତେଣୁ ଡ୍ରିଲ୍‌ ପିରିୟଡ୍‌ ପୂର୍ବରୁ କାମୁଡ଼ିକି ନଖସବୁ ସଫା କରିଦିଏ। ତଥାପି ସାର୍‌ ଜାଣିଲେ ମାଡ଼ ବର୍ଷା ହେବା ଡରରେ ଧରା ନ ପଡ଼ିବା ଲାଗି ଅଲଗା ପ୍ରକାରର ବୁଦ୍ଧି ଖଟେଇବାକୁ ପଡ଼େ। କାମୁଡ଼ି କାଟିଥିବା ନଖକୁ ସ୍କୁଲ୍‌ ଭିତରେ ଥିବା ଟ୍ୟୁବ୍‌ଓ୍ବେଲ୍‌ ହ୍ୟାଣ୍ଡେଲ୍‌ରେ ଘଷି ଘଷି ଫାଇଲ୍‌ କରେ। କେବଳ ମୁଁ ନୁହେଁ, କେତେଜଣ ସାଙ୍ଗ ବି ଏହି ଭଳି କରନ୍ତି। ଗୋଟିଏ ଟ୍ୟୁବ୍‌ଓ୍ବେଲ୍‌ ପାଖେ କେବେ କେବେ ନଖ ଘଷିବାକୁ ଏତେଜଣ ଠିଆ ହେଉ ଯେ, ଜଣଙ୍କ ପରେ ଆଉ ଜଣେ କରିବାକୁ ନେଇ ଛୋଟ ଛୋଟ ଝଗଡ଼ା ବି ଲାଗିଯାଏ। ତେବେ ପିଲାବେଳର ଏହି ଅନୁଭୂତି ମନେପଡ଼ିଲେ ଏବେବି ଖୁବ୍‌ ହସ ଲାଗେ।

ଭୟରେ ଅଜାଣତରେ କାମୁଡିଦିଏ ନଖ -ଜୟଶ୍ରୀ ନାୟକ
(କର୍ମଜୀବୀ, ଭୁବନେଶ୍ୱର)-କେତେକ ପରିସ୍ଥିତି କିମ୍ବା ଜିନିଷକୁ ନେଇ ମୋର ଫୋବିଆ ରହିଛି। ଯେମିତି ଅନ୍ଧାରରେ ଭୁତ ଭୟ। ଏମିତିକି ହରର୍‌ ଫିଲ୍ମ ଦେଖିଲେ ବି ମୋତେ ଛାନିଆ ଲାଗେ। ଘରଠାରୁ ଦୂରରେ ଜବ୍‌ କରୁଥିବାରୁ ସାଙ୍ଗମାନଙ୍କ ସହ ହଷ୍ଟେଲ୍‌ରେ ରହୁଛି। ସାଙ୍ଗମାନେ କେବେ କେବେ ରାତିରେ ଲାପ୍‌ଟପ୍‌ରେ ହରର୍‌ ଫିଲ୍ମ ଦେଖିଲା ବେଳେ ଡରରେ ମୋର ଅବସ୍ଥା ଖରାପ ହୋଇଯାଏ। ଆଉ ଏମିତିରେ କେତେବେଳେ ନିଜ ନଖ କାମୁଡି ଛିଣ୍ଡାଇ ଦିଏ ଜାଣି ପାରେନି। ଏଥିପାଇଁ ସାଙ୍ଗମାନେ ଅନେକ ସମୟରେ ଖୁବ୍‌ ଥଟା ମଧ୍ୟ କରନ୍ତି। ବାରମ୍ବାର ଭାବୁଛି ଆଉ ଏପରି କରିବିନି ହେଲେ ଡର ଲାଗିଲେ କେତେବେଳେ ଯେ ପାଟି ଭିତରକୁ ଆଙ୍ଗୁଠି ଚାଲିଯାଉଛି ଜାଣିପାରୁନି। ଇଛା ଥିଲେ ବି ଆଦୌ ଏହି ଅଭ୍ୟାସ ପରିବର୍ତ୍ତନ କରିପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri