ମସଲାରେ ମିଶାଯାଉଥିଲା ପୋକରା ଚାଉଳ, କେମିକାଲ: କାରଖାନା ସିଲ୍‌, ମାଲିକ ଅଟକ

କଟକ ସଦର, ୨୦।୨(ଡି.ଏନ୍‌.ଏ.): କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ଦିବାଟିଠାରେ ଥିବା ଏକ ଅପମିଶ୍ରିତ ମସଲା କାରଖାନା ଶନିବାର ଠାବ କରାଯାଇଛି। ସ୍ଥାନୀୟ ପୋଲିସ ଓ କଟକ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଅପମିଶ୍ରିତ ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ମକା, ଧନିଆ, ଜିରାଗୁଣ୍ଡ ସହ କଞ୍ଚାମାଲ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏହାପରେ କାରଖାନାକୁ ସିଲ୍‌ କରାଯିବା ସହ ୪୨ ମୌଜା ଥାନାରେ ଏକ ମାମଲା(ନଂ.୨୭/୨୨) ରୁଜୁ ହୋଇଛି। ଏହି ଘଟଣାରେ କାରଖାନା ମାଲିକ କଟକ ମଧୁପାଟଣା ଥାନା ଅନ୍ତର୍ଗତ କାଜିଡିହ ଗ୍ରାମର ଅଜୟ ଦାସ(୫୦)ଙ୍କୁ ପଚରାଉଚରା କରାଯାଉଥିବା ଥାନାଧିକାରୀ ଅନିତା ସାହୁ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ରୁ ଅଜୟ ଉକ୍ତ କାରଖାନା ଖୋଲି ବ୍ୟବସାୟ କରିଆସୁଥିଲେ। ସେଠାରେ ବିଭିନ୍ନ ମସଲାକୁ ଅପମିଶ୍ରଣ କରାଯିବା ପରେ ପ୍ୟାକିଂ କରି ବିକ୍ରି ପାଇଁ ପଠାଯାଉଥିଲା। ଏ ସମ୍ପର୍କରେ ଖବର ମିଳିବା ପରେ ସନ୍ଧ୍ୟାରେ ଏସିପି ଚନ୍ଦନ ଘଡେଇ, କଟକ ଖାଦ୍ୟ ନିରାପତ୍ତା ଅଧିକାରୀ ରାକେଶ କୁମାର ସାହୁ ଓ ଥାନାଧିକାରୀ ସାହୁଙ୍କ ସମେତ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଯାଞ୍ଚବେଳେ ସେଠାରେ ପୋକରା ଚାଉଳ ଓ କେମିକାଲ ଗୁଣ୍ଡ ମିଶାଯାଇ ଲଙ୍କା, ହଳଦୀ, ଜିରାଗୁଣ୍ଡ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା। ହେଲେ ଏହି ସାମଗ୍ରୀ କେଉଁ ସ୍ଥାନକୁ ପଠାଯାଉଥିଲା ସେ ବିଷୟରେ ଜାଣିବା ପାଇଁ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିସହ ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଲାବରେଟୋରିକୁ ପଠାଯିବ ବୋଲି ଏସିପି ଘଡେଇ କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ କଟକ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ନକଲି ସିମେଣ୍ଟ, ଜର୍ଦ୍ଦା, ଅପମିଶ୍ରିତ ସସ୍‌, ମସଲା, ଘିଅ ଓ ତେଲ କାରଖାନା ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ସାମଗ୍ରୀ ମଧ୍ୟ ଜବତ ହୋଇଛି। କେତେକ ଘଟଣାରେ କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। କାରଖାନା ମାଲିକମାନେ ଅଧିକ ଲାଭ ଆଶାରେ ଅପମିଶ୍ରିତ ସାମଗ୍ରୀ ବିକ୍ରି କରି ଲାଭବାନ୍‌ ହେଉଥିବାବେଳେ ଲୋକମାନେ ଏହାକୁ ଖାଇ ରୋଗରେ ପଡୁଛନ୍ତି। ହେଲେ ପୋଲିସ ଏହି ବେଆଇନ କାରବାରକୁ ସମ୍ପୂର୍ଣ୍ଣ ରୋକିବାରେ ବିଫଳ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri