ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି କି.. ମନେରଖନ୍ତୁ ଏହି ୪ଟି କଥା ପ୍ରେମଜୀବନକୁ କରିଥାଏ ସଫଳ..

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ ସନ୍ଦେହ ନାହିଁ।

-ଚାଣକ୍ୟ ନୀତି ଅନୁଯାୟୀ, ଯେଉଁ ବ୍ୟକ୍ତି ନିଜ ପ୍ରେମିକା ନଚେତ ସ୍ତ୍ରୀଙ୍କୁ ସମ୍ମାନପୂର୍ଣ୍ଣ ଚକ୍ଷୁରେ ଦେଖିଥାଏ, ସର୍ବଦା ତାଙ୍କୁ ସମ୍ମାନ କରିଥାଏ, ତାଙ୍କ ସମ୍ପର୍କ କେବେ ବି ଭାଙ୍ଗି ନ ଥାଏ। ଏଭଳି ବ୍ୟକ୍ତିକୁ ସବୁ ସ୍ଥାନରେ ସମ୍ମାନ ମଧ୍ୟ ମିଳିଥାଏ।

-ସେହିଭଳି ଯେଉଁ ବ୍ୟକ୍ତି ଆନ୍ତରିକତାର ସହ ପ୍ରେମ କରନ୍ତି ତାଙ୍କର ସମ୍ପର୍କ କେବେ ବି ତୁଟି ନ ଥାଏ। ଅର୍ଥାତ ଯେଉଁ ବ୍ୟକ୍ତି ନିଜ ପ୍ରେମିକା ଛଡ଼ା ଅନ୍ୟ ମହିଳାଙ୍କ ବିଷୟରେ ଭାବି ନ ଥାଏ, ସେ ସମ୍ପର୍କକୁ ମଜଭୂତ ରଖିବାରେ ସଫଳ ହୁଏ। ଅପରପକ୍ଷେ ଯିଏ ନିଜ ପ୍ରେମିକା କିମ୍ବା ସ୍ତ୍ରୀଙ୍କ ବ୍ୟତିତ ଅନ୍ୟ ମହିଳାଙ୍କ ବିଷୟରେ ଖରାପ ଭାବନା ମନକୁ ଆଣିଥାଏ, ତେବେ ତାଙ୍କ ପ୍ରେମ ସଫଳ ହୋଇପାରି ନ ଥାଏ। ସାରା ଜୀବନ ପ୍ରେମକୁ ବଞ୍ଚାଇ ରଖିଲେ ସମ୍ପର୍କ ଭଲରେ ଚାଲିଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଏହାଛଡ଼ା ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ପାଖରେ ମହିଳାଟିଏ ସୁରକ୍ଷିତ ମନେ କରେ, ତାଙ୍କର ପ୍ରେମ ଜୀବନ ବେଶ ଭଲରେ ଚାଲିଥାଏ। ଜଣେ ମହିଳା ସର୍ବଦା ନିଜ ଜୀବନସାଥୀଙ୍କ ମଧ୍ୟରେ ନିଜ ବାପାଙ୍କ ପ୍ରତିଛବିଙ୍କୁ ଖୋଜିଥାନ୍ତି। ଏପରିସ୍ଥଳେ ସେହିଭଳି ସୁରକ୍ଷିତ ବ୍ୟବହାର ଦ୍ୱାରା ସାଥୀଙ୍କ ହୃଦୟ ଜିତିପାରିବେ। କାରଣ ତାଙ୍କ ପାଖରେ ରହିବା ସମୟରେ ସାଥୀ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଉକ୍ତ ବ୍ୟକ୍ତି ପ୍ରେମରେ ବିଫଳ ହୁଅନ୍ତି ନାହିଁ।

-ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ନିଜ ଜୀବନରେ ଶାରୀରିକ ଏବହ ଭାବନାତ୍ମକ ସୁଖ ସହ ସାଥୀଙ୍କୁ ଶାରୀରିକ ସୁଖ ପ୍ରଦାନ କରିବାରେ ସଫଳ ହୁଅନ୍ତି, ତାଙ୍କ ଦାମ୍ପତ୍ୟ ଜୀବନରେ କୌଣସି ପ୍ରତିବନ୍ଧକ ଆସି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଗେର ପୁଲି

ଆବଶ୍ୟକ ସାମଗ୍ରୀ: ୨ ଚାମଚ ଘିଅ, ଅଧ କପ୍‌ ମୁଗଡାଲି, ୧କପ୍‌ କ୍ଷୀର, ୧କପ୍‌ ଚାଉଳ ଗୁଣ୍ଡ, ଛାଣିବା ପାଇଁ ତେଲ, ସିରା କରିବା ପାଇଁ...

ସୂର୍ଯ୍ୟକିରଣ ଓ ଅସ୍ଥି

ଅସ୍ଥି ମଜଭୁତ ରହିବା ପାଇଁ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି। ତେଣୁ ଏପରି ଭିଟାମିନ୍‌ଯୁକ୍ତ ଖାଦ୍ୟକୁ ଆମେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା...

ଲିଭର ନଷ୍ଟ ହେଲେ ଦେଖାଦେଇଥାଏ ଏହିସବୁ ଲକ୍ଷଣ

ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ...

କେଉଁ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ତେବେ କେତେକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ...

ସକାଳୁ ପଇଡ ପାଣି ପିଇଲେ ମିଳିବ ଏହିସବୁ ଫାଇଦା

ପଇଡ ପାଣି ଶରୀର ପାଇଁ ଲାଭଦାୟକ ହୋଇଥାଏ। ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ଫଳପ୍ରଦ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ...

ଭାରତୀୟ ବୈଜ୍ଞାନିକଙ୍କ ନାମରେ ନକ୍ଷତ୍ର

”ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି...

ଏମିତି କଲେ ଘରକୁ ଆପଣାଛାଏଁ ଆସନ୍ତି ଲକ୍ଷ୍ମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକୁ ଗ୍ରହଣ କରି ଜୀବନରୁ ଦୁଃଖ ଦୂର ହୋଇପାରିବ ବୋଲି ବିବେଚନା କରାଯାଏ। ଚାଣକ୍ୟ...

କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ମେଦବହୁଳତା

ମେଦବହୁଳତା ଆଜିକାଲି ଏକ ସାଧାରଣ ସମସ୍ୟା ପାଲିଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ତେବେ ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ପ୍ରଭାବିତ ହେବାର...

Advertisement
Archives

Model This Week