Posted inଜାତୀୟ

ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢିବାକୁ ପଡ଼ିବ: ଖାର୍ଗେ

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ବିଜୟ ପରେ ସେ ଏକ ଖବରଦାତା ଏକ ଖବରଦାତା ସମ୍ମିଳନୀ କରି ନିଜ ମତ ରଖିଛନ୍ତି। ଖାର୍ଗେ କହିଛନ୍ତି, ମୁଁ ମୋର ସହକର୍ମୀ ଶଶି ଥରୁରଙ୍କୁ ଅଭିନନ୍ଦନ ଦେବାକୁ ଚାହୁଁଛି। ମୁଁ ତାଙ୍କୁ ଭେଟି ଦଳକୁ କିପରି ଆଗକୁ ନେବି ସେ ବିଷୟରେ ଆଲୋଚନା କଲି। ମୁଁ ସମସ୍ତ ଦଳର କର୍ମୀଙ୍କ ତରଫରୁ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ତାଙ୍କ ନେତୃତ୍ୱରେ ଆମେ କେନ୍ଦ୍ରରେ ଦୁଇଥର ଆମ ସରକାର ଗଠନ କରିଥିଲୁ। ସ୍ବାଧୀନତାର ୭୫ ବର୍ଷରେ କଂଗ୍ରେସ ଏହି ଦେଶର ଗଣତନ୍ତ୍ରକୁ ମଜବୁତ କରିଛି ଏବଂ ସମ୍ବିଧାନର ସୁରକ୍ଷା କରିଛି। ଆଜି ଗଣତନ୍ତ୍ର ବିପଦରେ ଅଛି ଏବଂ ସମ୍ବିଧାନ ଉପରେ ଆକ୍ରମଣ ହେଉଛି। ଏଭଳି ପରିସ୍ଥିତିରେ କଂଗ୍ରେସ ଆଭ୍ୟନ୍ତରୀଣ ନିର୍ବାଚନ ଗଣତନ୍ତ୍ରକୁ ମଜଭୁତ କରିଛି। ଆଜି ମୁଦ୍ରାସ୍ଫୀତି ଶୀର୍ଷରେ ପହଞ୍ଚିଛି। ଦେଶରେ ଘୃଣା ବ୍ୟାପିବାରେ ଲାଗିଛି। ଏହା ବିରୋଧରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଛନ୍ତି। ଦେଶ ତାଙ୍କ ସଂଘର୍ଷ ସହିତ ଅଛି। ମୁଁ କଂଗ୍ରେସର ସିପାହୀ ଭାବରେ କାର୍ଯ୍ୟ ଜାରି ରଖିବି। କଂଗ୍ରେସରେ ସମସ୍ତେ ସମାନ। ଦଳରେ କେହି ବଡ଼ କିମ୍ବା ଛୋଟ ନୁହଁନ୍ତି। ସାମ୍ପ୍ରଦାୟିକତା ନାମରେ ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଥିବା ଫାସିବାଦୀ ଶକ୍ତି ବିରୁଦ୍ଧରେ ଆମକୁ ମିଳିତ ଭାବରେ ଲଢିବାକୁ ହେବ।
କେନ୍ଦ୍ରକୁ ଟାର୍ଗେଟ୍‌ କରି ଖାର୍ଗେ କହିଛନ୍ତି, ଦିଲ୍ଲୀରେ କ୍ଷମତାରେ ବସିଥିବା ସରକାର କେବଳ ବଡ଼ ବଡ଼ କଥା କହୁଛନ୍ତି। ଏକଛତ୍ରବାଦୀ ଶାସନ ଦେଶରେ ଚାଲିପାରିବ ନାହିଁ। ସମସ୍ତଙ୍କୁ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢିବାକୁ ପଡ଼ିବ। ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ଜଣେ ଶ୍ରମିକଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିଥିବାରୁ ମୁଁ କୃତଜ୍ଞ।
ସୂଚନାଯୋଗ୍ୟ, ବୁଧବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ମଲ୍ଲିକାର୍ଜୁନ ଖାର୍ଗେ ଏକ ବୃହତ ବ୍ୟବଧାନରେ ଜିତିଛନ୍ତି। ଖାର୍ଗେ ୭୮୯୭ ଖଣ୍ଡ ଭୋଟ ପାଇଥିବାବେଳେ ଶଶି ଥରୁର ମାତ୍ର ୧୦୭୨ ଖଣ୍ଡ ଭୋଟ ପାଇଛନ୍ତି। ଅକ୍ଟୋବର ୨୬ରେ ଖାର୍ଗେ ଦାୟିତ୍ୱ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?