ଜ୍ଞାନକୌଶଳ ଆପଣାଇବାକୁ ହେବ

ଈପ୍ସିତା ମହାନ୍ତି

 

ଲେଖାଟି ଦେଶର ଏକ ପ୍ରମୁଖ ରାଜ୍ୟ ଗୁଜରାଟ, ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଏବଂ ଆମ କୋରାପୁଟ ଜିଲା ବୈପାରୀଗୁଡ଼ାର ଘଟଣାବଳୀକୁ ନେଇ ଆଲୋଚିତ। ଗତ ଦିନରେ ଗୁଜରାଟ କ୍ୟାଡରର ବରିଷ୍ଠ ପୋଲିସ ଅଧିକାରୀ ଗୌତମ ପାରମାର ଜଣେ ସାଧାରଣ ନାଗରିକଙ୍କ ଭଳି କିଛି ଥାନା ପରିଦର୍ଶନ କରିଥିଲେ। ସାଧାରଣ ନାଗରିକଙ୍କ ଭଳି ତାଙ୍କୁ ମଧ୍ୟ ସମାନ ଧରଣର ଅନୁଭବ ହୋଇଥିଲା। ଏହାପରେ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ପୋଲିସ କର୍ମଚାରୀଙ୍କୁ ଦଣ୍ଡିତ କରାଗଲା। ଗୁଜରାଟର ଏହି ପୋଲିସ ଅଧିକାରୀ ଦେଶର ପ୍ରଥମ ଅଧିକାରୀ ନୁହନ୍ତି ଯିଏ ଅକସ୍ମାତ୍‌ ଥାନା ପରିଦର୍ଶନରେ ଯାଇ ବିଶୃଙ୍ଖଳିତ କର୍ମଚାରୀଙ୍କୁ ଦଣ୍ଡିତ କରିଛନ୍ତି। ପ୍ରତ୍ୟେକ ସହର ଓ ଅଞ୍ଚଳରେ ଏପରି ଘଟଣା ଘଟୁଛି। ସାଧାରଣତଃ କୌଣସି ଅଞ୍ଚଳରେ ଜଣେ ନୂତନ ଅଧିକାରୀ ନିଯୁକ୍ତି ହେଲେ ନିଜ ଉପସ୍ଥିତି ତଥା କର୍ତ୍ତୃତ୍ୱ ଜାହିର ପାଇଁ ସେ ଏଭଳି ପଦକ୍ଷେପ ନେଇଥା’ନ୍ତି। କିନ୍ତୁ ଏହାର ପ୍ରଭାବ ଦିନ କେଇଟାରେ ମିଳେଇ ଯାଏ। ତଥାପି ଏହା ଏକ ଉତ୍ତମ ପ୍ରୟାସ। ଯଦିଓ ବାରମ୍ବାର ପୁନରାବୃତ୍ତି ଦ୍ବାରା ଏହା ପ୍ରଭାବଶାଳୀ ହୋଇଥାଏ କିନ୍ତୁ ସେପରି ହେଉନାହିଁ।
ଆଜିର ବୈଷୟିକ ଯୁଗରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସକୁ ନୂତନ ଢଙ୍ଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଉଦାହରଣ ସ୍ବରୂପ, ଦିଲ୍ଲୀ ପରି ମହାନଗରୀରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯାହା ମାଧ୍ୟମରେ ଦିଲ୍ଲୀବାସୀ ପ୍ରମୁଖ ମାର୍ଗର ଟ୍ରାଫିକ୍‌ ସମସ୍ୟା ବିଷୟରେ ଟ୍ରାଫିକ୍‌ ପୋଲିସକୁ ଅବଗତ କରାଉଛନ୍ତି। ଲୋକଙ୍କ ଅଧିକାଂଶ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି। ଏହି କାରଣରୁ ଦିଲ୍ଲୀର ଟ୍ରାଫିକ୍‌ ବ୍ୟବସ୍ଥାରେ ଅନେକ ସୁଧାର ଆସିଛି। ୨୦୧୦ରେ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ନିଜ ଫେସ୍‌ବୁକ ପେଜ୍‌ରେ ଜନତାଙ୍କୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନର ଚିତ୍ର ମାଗିବା ଆରମ୍ଭ କରିଥିଲା। କାର୍ଯ୍ୟାନୁଷ୍ଠାନ ଭୟରେ ଟ୍ରାଫିକ୍‌ ନିୟମ ପାଳିବାରେ ଲୋକେ ଅଭ୍ୟସ୍ତ ହେଲେ। ପୁଣି ଜରିମାନା ନାମରେ ରାଜକୋଷକୁ ପର୍ଯ୍ୟାପ୍ତ ଅର୍ଥ ଆସିଲା।
ଧୀରେ ଧୀରେ ଦିଲ୍ଲୀ ପରି ଦେଶର ଅନ୍ୟାନ୍ୟ ସହରର ଟ୍ରାଫିକ୍‌ ପୋଲିସ ହ୍ବାଟ୍ସଆପ୍‌ ଜରିଆରେ ଅଭିଯୋଗ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ ସହରର ଟ୍ରାଫିକ୍‌ ପୋଲିସ ଅତି ସତର୍କତା ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିନ୍ତୁ ସମୟକ୍ରମେ ସେ ମଧ୍ୟ ଢିଲା ହୋଇଗଲା। ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ନିକଟରେ ପୂର୍ବର ସେହି ତତ୍ପରତା ଆଉ ଦେଖିବାକୁ ମିଳୁନାହିଁ। କିଛିଦିନ ତଳେ ମୋର ଜଣେ ବନ୍ଧୁ ଦିଲ୍ଲୀର ଏକ ପ୍ରମୁଖ ରାସ୍ତାର ଟ୍ରାଫିକ୍‌ ଜାମ୍‌ ଖବରକୁ ନିଜ ହ୍ବାଟ୍ସଆପ୍‌ ମାଧ୍ୟମରେ ଜଣାଇବାରୁ ଟ୍ରାଫିକ୍‌ ପୋଲିସଠାରୁ ଉତ୍ତର ଆସିଥିଲା ‘ଦୟାକରି ଏଥି ସମ୍ପର୍କିତ ଭିଡିଓ ପଠାନ୍ତୁ’। ଏହି ସମୟରେ ବନ୍ଧୁ ଜଣକ ଉକ୍ତ ସ୍ଥାନ ଅତିକ୍ରମ କରି ଢେର୍‌ ଆଗକୁ ଚାଲି ଯାଇଥିଲେ। ତେଣୁ ଗୁଗଲ୍‌ ମାନଚିତ୍ର ସାହାଯ୍ୟରେ ସେ ସ୍କ୍ରିନ୍‌ସଟ୍‌ ପଠାଇ ଟେକ୍ନୋଲୋଜି (ବୈଷୟିକ କୌଶଳ)ର ସାହାଯ୍ୟ ନେବାକୁ ଟ୍ରାଫିକ୍‌ ବିଭାଗକୁ ପରାମର୍ଶ ଦେଇଥିଲେ। ସେପଟରୁ କୌଣସି ପ୍ରତିକ୍ରିୟା ନ ଆସିବାରୁ ଟ୍ରାଫିକ୍‌ ପୋଲିସ ଓ ବନ୍ଧୁଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ସ୍କ୍ରିନ୍‌ସଟ୍‌କୁ ସେ ଦିଲ୍ଲୀ ଟ୍ରାଫିକ୍‌ ପୋଲିସର ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିଦେଲେ। ତତକ୍ଷଣାତ୍‌ ମୋ ବନ୍ଧୁଙ୍କ ନିକଟକୁ ସୂଚନା ଆସିଥିଲା ଯେ, ସେହି ଅଞ୍ଚଳର ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଖବର ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠେ ଯେ ମୋ ବନ୍ଧୁଙ୍କ ଦ୍ୱାରା ପ୍ରେରିତ ଅଭିଯୋଗକୁ ଗୁଗଲ୍‌ ମାନଚିତ୍ରର ସାହାଯ୍ୟ ନେଇ ଟ୍ରାଫିକ୍‌ ନିୟନ୍ତ୍ରଣ କକ୍ଷରେ ବସିଥିବା ଅଧିକାରୀ କ’ଣ ଯାଞ୍ଚ କରିପାରିବେ ନାହିଁ ? ପ୍ରକୃତରେ ଗୁଗଲ୍‌ ମାନଚିତ୍ର ପରି ବୈଷୟିକ ଜ୍ଞାନ କୌଶଳ ଆପଣାଇ ଟ୍ରାଫିକ୍‌ ନିୟନ୍ତ୍ରଣ କକ୍ଷରେ ବସିଥିବା ଅଧିକାରୀମାନେ ଆଞ୍ଚଳିକ ଅଧିକାରୀମାନଙ୍କୁ ଟ୍ରାଫିକ୍‌ ଜାମ୍‌ ଥିବା ଅଞ୍ଚଳର ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସୂଚିତ କରିପାରିବେ।
ଏହା ମଧ୍ୟ ଦେଖାଯାଉଛି ଯେ ଜାତୀୟ ଦିବସର ଅବ୍ୟବହିତ ପୂର୍ବରୁ ଅବା କିଛି ନିର୍ଦ୍ଦିଷ୍ଟ (ମନୋନୀତ) ଦିନଗୁଡ଼ିକରେ ପୋଲିସର ଯାଞ୍ଚ କାର୍ଯ୍ୟ ବୃଦ୍ଧିପାଏ। ଏ ଖବର ଜନତାଙ୍କୁ ଅଛପା ରହେନାହିଁ। ପୋଲିସ ଆଜି ଯାଞ୍ଚ କରିବ ! ତେଣୁ ସେହି ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ନୀତିନିୟମ ଏବଂ ଆଇନକାନୁନର ଅନୁପାଳନରେ ଜନତା ବେଶ୍‌ ତତ୍ପର ହୋଇଉଠନ୍ତି। କଥା ହେଉଛି, ନିରନ୍ତର ଭାବେ ପୋଲିସ ଏଭଳି କାର୍ଯ୍ୟକ୍ରମ ଅବ୍ୟାହତ ରଖିଲେ ନୀତିନିୟମ ପ୍ରତି ଜନସାଧାରଣ କେବଳ ସଚେତନ ରହିବେ ତାହା ନୁହେଁ ବରଂ ଅପରାଧରେ ମଧ୍ୟ ରୋକ ଲାଗି ପାରିବ। ଗତ କିଛି ମାସ ହେଲା ଥାନା ନିକଟରେ ବୈପାରୀଗୁଡ଼ା ପୋଲିସ ନିୟମିତ ହେଲ୍‌ମେଟ ସହ ଗାଡିମୋଟରର କାଗଜପତ୍ର ଯାଞ୍ଚ କରୁଛି। ଅବଶ୍ୟ ବୈପାରୀଗୁଡ଼ା ପୋଲିସର ଏଭଳି କାର୍ଯ୍ୟ ସେହି ଗୋଟିଏ ପଥରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଯଦିଓ କିଛି ପରିମାଣରେ ସଚେତନତା (ଦଣ୍ଡ ଭୟରେ ଅବା ନିଜ ସୁରକ୍ଷା ପାଇଁ) ସୃଷ୍ଟିରେ ସହାୟକ ହୋଇଛି କିନ୍ତୁ ଅନ୍ୟାନ୍ୟ ପଥରେ ଯାତାୟାତ କରୁଥିବା ଚାଳକଙ୍କ ବେପରୁଆ ମନୋଭାବରେ ଏହା କୌଣସି ପ୍ରଭାବ ପକାଉ ନାହିଁ କିମ୍ବା ସେମାନଙ୍କ ମନରେ ସେଭଳି କୌଣସି ପରିବର୍ତ୍ତନ ଆଣିଦେଇନାହିଁ। ବାସ୍ତବରେ ସହର ଭିତରେ ଅବା ଥାନା ନିକଟରେ ସର୍ବଦା ଯାଞ୍ଚ ନ କରି ସହର ବାହାରେ ବିଭିନ୍ନ ପଥରେ ନିୟମିତ ଅନ୍ତରାଳରେ ଏଭଳି କାର୍ଯ୍ୟକ୍ରମ କରାଗଲେ ତାହାର ଲାଭ ସମାଜ ପାଇପାରନ୍ତା।
ଗୁଜରାଟର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଅକସ୍ମାତ୍‌ ସାଦା ପୋଷାକରେ ଯଦି ଥାନା ଉପରେ ଚଢ଼ାଉ କରିପାରୁଛନ୍ତି, ଦୋଷୀ କର୍ମଚାରୀଙ୍କୁ ଦଣ୍ଡିତ କରିପାରୁଛନ୍ତି; ତେବେ ରାସ୍ତା କଡ଼ରେ ଅବା ଜନଗହଳି ସ୍ଥାନରେ ଚାଲିଥିବା ଖୋଲାଖୋଲି ମଦ୍ୟପାନ ଉପରେ କାହିଁକି କଟକଣା ଲାଗୁ ହୋଇପାରିବ ନାହିଁ ? ଏଥିପାଇଁ କୌଣସି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହିବାକୁ ପଡ଼ିବ ନାହିଁ। ଅଧିକାରୀମାନଙ୍କୁ କେବଳ ବୈଷୟିକ ଜ୍ଞାନ କୌଶଳ ଆପଣାଇବାକୁ ପଡ଼ିବ। ସିସିଟିଭି ଅବା ସାମାଜିକ ଗଣମାଧ୍ୟମ ସାହାଯ୍ୟରେ ସେମାନେ ଏହାକୁ ନିୟନ୍ତ୍ରଣ କରିପାରିବେ।
ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?