ହାଭାନା ହୋଟେଲରେ ବିସ୍ଫୋରଣ: ୧୮ ମୃତ

ହାଭାନା,୭ ।୫: କ୍ୱିବାର ରାଜଧାନୀ ହାଭାନାର ଏକ ହୋଟେଲରେ ଶୁକ୍ରବାର ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ସୂଚନା ରହିଛି । କ୍ୟୁବାର ରାଷ୍ଟ୍ରପତି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସୂଚନା ଦେଇ କହିଛନ୍ତି ହାଭାନାର ସାରାଟୋଗା ହୋଟେଲରେ ହୋଇଥିବା ବିସ୍ଫୋରଣରେ ଜଣେ ଗର୍ଭବତୀ ମହିଳା ଓ ଶିଶୁ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ କେତେଜଣଙ୍କ ଖବର ମିଳୁ ନ ଥିବା ବେଳେ କେତେଜଣ ଗୁରୁତର ଆହତ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଏହି ଲକଜରୀ ହୋଟେଲର ଗୋଟିଏ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଅନ୍ୟ ଭାଗ ବି କ୍ଷତିଗ୍ରସ୍ତ ହୋଇଛି । ତେବେ ଘଟଣା ପରେ କ୍ୟୁବାର ଅଧିକାରୀଙ୍କ ସୂଚନା ଅନୁଯାୟୀ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏବେ ଏହି ସଂଖ୍ୟା ୧୮ରେ ପହଞ୍ଚିଛି । ଅନ୍ୟପଟେ ୪୦ ଜଣ ଆହତଙ୍କ ଚିକିତ୍ସା ଚାଲିଥିବା ପ୍ରଶାସନ କହିଛି । ଘଟଣାର ଯାଞ୍ଚ ଚାଲିଥିବା ବେଳେ ଏହା ଗ୍ୟାସ ଲିକ୍ ଯୋଗୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଯିବେ ପୁଟିନ

ଓ୍ବାଶିଂଟନ,୫।୧୨: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସ ଆମେରିକା କଂଗ୍ରେସକୁ ଚେତାବନୀ ଦେଇଛି। ହ୍ବାଇଟ ହାଉସ କହିଛି ଯଦି ୟୁକ୍ରେନକୁ ସହାୟତା ବନ୍ଦ ହୋଇଯାଏ ତେବେ...

ଉତ୍ତର କୋରିଆରେ କମୁଛି ଶିଶୁ ଜନ୍ମ ହାର, କିମ କହିଲେ ଅଧିକ ସନ୍ତାନ ପ୍ରସବ କରନ୍ତୁ ମହିଳା

ସିଓଲ,୫।୧୨: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶର ଶକ୍ତି ବୃଦ୍ଧି ପାଇଁ ମହିଳାମାନଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ କହିଛନ୍ତି।...

ଭୁଲ ବଶତଃ ଗାଁ ଉପରେ ଡ୍ରୋନ ଆଟାକ, ୮୦ରୁ ଅଧିକ ମୃତ, ୬୦ରୁ ଅଧିକ ଆହତ

ଅବୁଜା,୫।୧୨: ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗ୍ରାମରେ ଭୁଲରେ ସେନା ଡ୍ରୋନ ଆକ୍ରମଣରେ ମୁସଲମାନ ପର୍ବ ପାଳନ କରୁଥିବା ଡଜନେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।...

ରୁଷିଆ ସେନା ପାଇଁ ଲଢ଼ୁଥିବା ୬ ନେପାଳୀ ଯବାନ ନିହତ

କାଠମାଣ୍ଡୁ,୪ା୧୨(ପି.ଟି.): ୟୁକ୍ରେନ ବିରୋଧରେ ରୁଷିଆ ସେନାରେ ଲଢ଼ୁଥିବା ୬ ନେପାଳୀ ସୈନ୍ୟ ନିହତ ହୋଇଥିବା ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ସେନାରେ ନେପାଳୀଙ୍କୁ ନିଯୁକ୍ତି...

୩ ଡ୍ରୋନ୍‌କୁ ଖସାଇଲା ଆମେରିକା ଯୁଦ୍ଧଜାହାଜ

ଦୁବାଇ,୪ା୧୨: ୟେମେନ୍‌ର ହୌଥି ବିଦ୍ରୋହୀମାନେ ଲୋହିତ ସାଗରରେ ୩ଟି ବାଣିଜି୍ୟକ ଜାହାଜକୁ ମିଶାଇଲ୍‌ ମାଡ଼ କରିଛନ୍ତି। ଫଳରେ ଆମେରିକା ଯୁଦ୍ଧଜାହାଜ ଆତ୍ମରକ୍ଷା ପାଇଁ ୩ଟି ଡ୍ରୋନ୍‌କୁ...

ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମର ପୋଲ୍‌ ଖୋଲିଦେଲେ ଏଲନ ମସ୍କ

କାଲିଫର୍ନିଆ,୪।୧୨: ଏକ୍ସ ସିଇଓ ଏଲନ ମସ୍କ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଏଲନ ମସ୍କ ମେଟାର ଫେସବୁକ ଏବଂ ଇନଷ୍ଟାଗ୍ରାମ...

କୋଇଲା ଫେଜ୍‌ ଆଉଟ୍‌କୁ ଭାରତର ବିରୋଧ

ଦୁବାଇ,୪ା୧୨(ପି.ଟି.): ୨୦୩୦ ସୁଦ୍ଧା କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବାଦ୍‌ ଦେଇ ବୈଶ୍ୱିକ ପୁନଃନବୀକରଣଯୋଗ୍ୟ ଶକ୍ତି ସାମର୍ଥ୍ୟ ୩ ଗୁଣ ବଢ଼ାଇବା ପାଇଁ ଅଣାଯାଇଥିବା ସଂକଳ୍ପରେ ସ୍ବାକ୍ଷର...

ଗାଜାରେ ଆକ୍ରମଣକୁ ତୀବ୍ର କଲା ଇସ୍ରାଏଲ, ୨୪ ଘଣ୍ଟାରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି

ଜେରୁଜେଲମ,୪।୧୨: ଗତ ୨୪ଘଣ୍ଟା ମଧ୍ୟରେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଶତାଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସ ଆଖପାଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri