Posted inଜାତୀୟ

ହାଥରସ୍‌ ମାମଲା: ଦୋଷୀଙ୍କ ପ୍ରତି କଡ଼ା ଦଣ୍ଡବିଧାନ ପାଇଁ କହିଲେ ମୋଦି

ନୂଆଦିଲ୍ଲୀ, ୩୦।୯: ଉତ୍ତରପ୍ରଦେଶ ହାଥରସ୍‌ ଚନ୍ଦପାରେ ଘଟିଥିବା ଜଣେ ବାଳିକାଙ୍କ ଗଣ ବଳାତ୍କାର ମାମଲାରେ ଦୋଷୀଙ୍କ ପ୍ରତି କଡ଼ା ଦଣ୍ଡବିଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏସମ୍ପର୍କରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଆଲୋଚନା କରିଛନ୍ତି। ଘଟଣାର ତଦନ୍ତ ପାଇଁ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଏସ୍‌ଆଇଟି ଗଠନ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଏସ୍‌ଆଇଟି ପକ୍ଷରୁ ଏସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ମାମଲାର ଶୀଘ୍ର ଫଇସଲା ଲାଗି ଏହାର ବିଚାର ଫାଷ୍ଟଟ୍ରାକ୍‌ କୋର୍ଟରେ କରାଯିବ। ଏହି ମାମଲାରେ ପୀଡ଼ିତା ବାଳିକାଙ୍କ ମୃତଦେହକୁ ପରିବାରର ବିନା ଅନୁମତିରେ ଚନ୍ଦପା ଥାନା ପୋଲିସ ପକ୍ଷରୁ ସଂସ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ଅସତ୍ୟ ଖବର ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନସାଧାରଣଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନର ୩ ସଦସ୍ୟ ନିହତ

ଶ୍ରୀନଗର,୨୪।୧୧: ଜମ୍ମୁ-କଶ୍ମୀର ପୋଲିସ ଗୁଳିରେ ବୁଧବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଏହି ଆତଙ୍କବାଦୀ ଗୋଷ୍ଠିର ସଦସ୍ୟମାନେ ସହରରେ ଚଳିତ ମାସରେ...

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଶବ-ବ୍ରଜେଶ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀଙ୍କ ୨.୦ଇଂନିସ ଆରମ୍ଭ ହୋଇଛି। ଯୋଗୀଙ୍କ ସହ ୨ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।...

କରୋନା ମହାମାରୀ: ଅକ୍ସିଜେନ କମ୍ ଯୋଗୁ ଦେଶରେ ହୋଇନାହିଁ ଜଣଙ୍କର ବି ମୃତ୍ୟୁ

ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀ ସମୟରେ ଅମ୍ଳଜାନ ବା ଅକ୍ସିଜେନ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନାହିଁ । ମଙ୍ଗବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ...

ବିବିସି ଡକ୍ୟୁମେଣ୍ଟାରି: ମୋଦିଙ୍କୁ ସମର୍ଥନ କଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୨୦ ।୧: ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରିର ବିବାଦ ଏବେ ବ୍ରିଟିଶ ସଂସଦରେ ପହଞ୍ଚିଯାଇଛି । ପକିସ୍ତାନର ମୂଳ ବାସିନ୍ଦା ସାଂସଦ...

ଜିଲା ନିର୍ବାଚନ ଅଧିକାରୀଙ୍କ ଫ୍ଲେକ୍ସରେ ନିର୍ଭୟା ଗଣବଳାତ୍କାରୀଙ୍କ ଫଟୋ

ହୋସିୟାରପୁର,୨୦।୭: ପଞ୍ଜାବ ହୋସିୟାରପୁର ଜିଲାର ନିର୍ବାଚନ ଅଧିକାରୀ ଲୋକଙ୍କ ସଚେତନତା ପାଇଁ ଲଗାଇଥିବା ଫ୍ଲେକ୍ସରେ ନିର୍ଭୟା ଗଣବଳାତ୍କାରୀଙ୍କ ଫଟୋକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।...

ଜଣଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୫ ଜଣ

ଆଗ୍ରା,୧୭।୩: ସେପ୍ଟିକ ଟ୍ୟାଙ୍କରେ ବୁଡ଼ି ପ୍ରାଣ ହରାଇଛନ୍ତି ୩ ଭାଇଙ୍କ ସମେତ ୫ ଜଣ। ଏଭଳି ହୃଦୟ ବିଦାରକ ଘଟଣା ଆଗ୍ରାର ଫତେହାବାଦ ଥାନା ଅନ୍ତର୍ଗତ...

ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମ ଆଧାରରେ ବିଭକ୍ତିକରଣ ଅନୁଚିତ, ହାଇକୋର୍ଟ…

ଚେନ୍ନାଇ, ୧୦।୨ : ମନ୍ଦିର ପରିସରରେ ପ୍ରବେଶ ପାଇଁ ପାରମ୍ପରିକ ଡ୍ରେସ କୋଡକୁ ନିର୍ଦ୍ଦେଶ ଦେବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଶୁଣାଣି...

ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ବାତୀ

ନୂଆଦିଲ୍ଲୀ,୧୫।୧୨: ଦୀର୍ଘ ଦିନ ହେବ ମହିଳା ସୁରକ୍ଷାକୁ ନେଇ ଅନଶନରେ ବସିଥିବା ଦିଲ୍ଲୀ ମହିଳା କମିଶନର ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ରବିବାର...

Advertisement
Archives

Model This Week