Posted inଖେଳ

ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍‌ ବିଜୟ

ଚେନ୍ନାଇ, ୧୪ା୧୦ (ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପରୋ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଚମତ୍କାର ଫର୍ମରେ ରହିଥିବା ନ୍ୟୁଜିଲାଣ୍ଡ ତୃତୀୟ ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ବିଜୟ ହାସଲ କରି ପଏଣ୍ଟ ଟେବଲର ଶୀର୍ଷ ସ୍ଥାନରେ ପହଞ୍ଚିଛି। ପ୍ରତ୍ୟାବର୍ତ୍ତନରେ କେନ୍‌ ଓ୍ବିଲିୟମସନ୍‌ ଚମତ୍କାର ୭୮ ରନ୍‌ କରିଥିବା ବେଳେ ଡାରିଲ ମିଚେଲଙ୍କ ୮୯* ରନ୍‌ ବଳରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇଥିଲା। ପ୍ରଥମେ ବ୍ୟାଟିଂ କର ବାଂଲାଦେଶ ୫୦ ଓଭରରେ ୯ ଉଇକେଟ ହରାଇ ୨୪୫ ରନ୍‌ ସ୍କୋର କରିଥିଲା। ଜବାବରେ ୪୨.୫ ଓଭରରେ ୨ ଉଇକେଟ ହରାଇ ନ୍ୟୁଜିଲାଣ୍ଡ ୨୪୮ ରନ୍‌ କରିଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ। ଦଳର ଟପ୍‌ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଦଳ ୫୬ ରନ୍‌ରେ ୪ ଉଇକେଟ ହରାଇଥିଲା। ଲିଟନ ଦାସ(୦), ତାଞ୍ଜିଦ୍‌ ହସନ(୧୬), ମେହିଦୀ ହସନ ମିରାଜ(୩୦) ଓ ନଜମୋଲ ହୋସେନ୍‌ ଶନ୍ତୋ(୭) ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ସାକିବ ଅଲ ହସନ୪୦ ଓ ମୁସଫିକୁର ରହିମ ୬୬ ରନ୍‌ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଉଭୟ ୫ମ ଉଇକେଟରେ ୯୬ ରନ୍‌ ଯୋଡିଥିଲେ।ଶେଷ ଆଡକୁ ମହମ୍ମଦୁଲ୍ଲା ଅପରାଜିତ ୪୧ ରନ୍‌ କରିବାରୁ ବାଂଲାଦେଶ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ୍‌ ୩ ଉଇକେଟ ନେଇଥିଲେ। ପ୍ରତ୍ୟାବର୍ତ୍ତନ କରିଥିବା କେନ୍‌ ଓ୍ବିଲିୟମସନ୍‌ ଚମତ୍କାର ପ୍ରଦର୍ଶନ ସହିତ ୭୮ ରନ୍‌ କରିଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ର ସଫଳ ଖେଳାଳି ରାଚିନ୍‌ ରବୀନ୍ଦ୍ର ଓପନ କରିଥିବା ବେଳେ ମାତ୍ର ୯ ରନ୍‌ କରି ଆଉଟ ହୋଇଥିଲେ। ତେବେ ଡେଭନ୍‌ କନ୍‌ଓ୍ବେ (୪୫) ଓ ଓ୍ବିଲିୟମସନ୍‌ ଦ୍ୱିତୀୟ ଉଇକେଟରେ ୮୦ ରନ୍‌ ଯୋଡିଥିଲେ। ଏସିଏଲ୍‌ ଇଞ୍ଜୁରୀ ପରେ ଫେରିଥିବା ଓ୍ବିଲିୟମସନ୍‌ ଦୃଢ ଭାବରେ ବାଂଲାଦେଶୀ ସ୍ପିନରଙ୍କ ମୁକାବିଲା କରିଥିଲେ। ଏହି ଇନିଂସରେ ୧୦୭ ବଲ୍‌ ଖେଳି ସେ ୮ ଚୌକା ଓ ୧ ଛକା ମାରିଥିଲେ। ଏକ ଥ୍ରୋ ତାଙ୍କ ଆଙ୍ଗୁଠିରେ ବାଜିବା ପରେ ସେ ରିଟାୟର୍ଡ ହର୍ଟ ହୋଇଥିଲେ। ଡାରିଲ୍‌ ମିଚେଲ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରି ୬୭ ବଲ ଖେଳି ୬ ଚୌକା ଓ ୪ ଛକା ମାରି ୮୯ ରନ୍‌ କରି ଦଳକୁ ଫିନିଶ ଲାଇନା ପାର କରାଇଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ଓ ଶାକିବ ଅଲ ହସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୫୦ ଓଭରରେ ୨୪୫/୯( ମୁଶଫିକୁର ରହିମ୍‌-୬୬, ମହମ୍ମଦୁଲ୍ଲା-୪୧*, ସାକିବ ଅଲ ହସନ-୪୦, ଲୋକି ଫର୍ଗୁସନ୍‌-୩/୪୯, ଟ୍ରେଣ୍ଟ ବୋଲ୍ଟ-୨/୪୫, ମ୍ୟାଟ ହେନରୀ-୨/୫୮)।
ନ୍ୟୁଜିଲାଣ୍ଡ ୪୨.୫ ଓଭରରେ ୨୪୮/୨(ଡାରିଲ୍‌ ମିଚେଲ୍‌-୮୯*, କେନ୍‌ ଓ୍ବିଲିୟମସନ୍‌-୭୮ (ରିଟାୟର୍ଡ), ଡେଭନ୍‌ କନ୍‌ଓ୍ବେ-୪୫, ମୁସ୍ତାଫିଜୁର ରେହମାନ-୧/୩୬, ସାକିବ୍‌ ଅଲ ହସନ-୧/୫୪)।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri