Posted inଖେଳ

ବିଜୟରେ ନେଦରଲାଣ୍ଡ୍ସର ହ୍ୟାଟ୍ରିକ୍‌

ଭୁବନେଶ୍ୱର, ୭।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ନେଦରଲାଣ୍ଡ୍ସ ଦଳ ବିଜୟରେ ହ୍ୟାଟ୍ରିକ ଅର୍ଜନ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଚାଇନାକୁ ୩-୧ ଗୋଲରେ ପରାସ୍ତ କରିଛି। ଆମେରିକାକୁ ୭-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ନେଦରଲାଣ୍ଡ୍ସ ପରବର୍ତ୍ତୀ ମ୍ୟାଚରେ ଘରୋଇ ଭାରତକୁ ୩-୧ ଗୋଲରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ କ୍ରମାଗତ ୨ଟି ମ୍ୟାଚ ଜିତିବା ପରେ ଚାଇନା ବିଜୟ ଧାରାରେ ବ୍ରେକ୍‌ ଲାଗିଛି। ଏହି ଦଳ ନିଜର ପ୍ରଥମ ୨ଟି ମ୍ୟାଚରେ ଭାରତକୁ ୨-୧ ଓ ଅଷ୍ଟ୍ରେଲିଆକୁ ୩-୦ରେ ହରାଇଥିଲା। ନେଦରଲାଣ୍ଡ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ୭ (ସାଣ୍ଟିଆଗୋରେ ୪ ମ୍ୟାଚ)ଟି ମ୍ୟାଚ ଖେଳି ସାରିଥିବାବେଳେ ସମସ୍ତ ମ୍ୟାଚରେ ବିଜୟୀ ହୋଇ ୨୧ ପଏଣ୍ଟ ପାଇଛି। ଫଳରେ ଏହି ଦଳ ଶୀର୍ଷରେ ନିଜର ସ୍ଥାନକୁ ସୁଦୃଢ଼ କରିଛି। ଅନ୍ୟପକ୍ଷରେ ଚାଇନା ୩ ମ୍ୟାଚରୁ ୬ ପଏଣ୍ଟରେ ସ୍ଥିର ରହିଛି।
ପୂର୍ବ ମ୍ୟାଚଗୁଡ଼ିକ ଭଳି ଏଠାରେ ମଧ୍ୟ ଚାଇନା ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ତେବେ କଡ଼ା ଟକ୍କର ଦେଇଥିଲା ନେଦରଲାଣ୍ଡ୍ସ। ପ୍ରଥମ କ୍ୱାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୧୯ତମ ମିନିଟରେ ଏକ ଫିଲ୍ଡ ଗୋଲଦେଇ ଚାଇନାକୁ ଅଗ୍ରଣୀ କରିଥିଲେ ଝୋଙ୍ଗ ଜିଆକି। ମାତ୍ର ଦଳର ଏହି ଖୁସି ବେଶି ସମୟ ତିଷ୍ଠି ନ ଥିଲା। ୨୨ତମ ମିନିଟରେ ନେଦରଲାଣ୍ଡ୍ସର ମୋଇସ ଫ୍ରେକ୍‌ ଏକ ଫିଲ୍ଡ ଗୋଲ ମାଧ୍ୟମରେ ମ୍ୟାଚକୁ ସମାନ ସ୍ଥିତିକୁ ନେଇ ଆସିଥିଲେ। ଅଗ୍ରଣୀ ନେବାକୁ ନେଦରଲାଣ୍ଡ୍ସ ବେଶି ସମୟ ନେଇ ନ ଥିଲା। ୨୫ତମ ମିନିଟରେ ଆଉ ଏକ ଫିଲ୍ଡ ଗୋଲ ମାଧ୍ୟମରେ ଭିନ୍‌ ମାର୍ଜିନ ଦଳକୁ ୨-୧ରେ ଅଗ୍ରଣୀ କରିଥିଲେ। ଅଣଖେଳୁଆଡ଼ ପ୍ରଦର୍ଶନ ପାଇଁ ୨୬ତମ ମିନିଟରେ ଚାଇନାର ମା ନିଙ୍ଗ୍‌ଙ୍କୁ ଗ୍ରୀନ୍‌ କାର୍ଡ ମିଳିଥିଲା। ତୃତୀୟ କ୍ୱାର୍ଟରରେ ଗୋଲ ପରିଶୋଧ ପାଇଁ ଚାଇନା ଉଦ୍ୟମରତ ଥିବାବେଳେ ନେଦରଲାଣ୍ଡ୍ସ ପକ୍ଷରୁ ୩୮ତମ ମିନିଟରେ ତୃତୀୟ ଗୋଲଟି ସ୍କୋର କରିଥିଲେ ମୋଇସ ଫ୍ରିକ୍‌। ୪୦ ଓ ୪୨ତମ ମିନିଟରେ ଗୋଲ ପରିଶୋଧ ପାଇଁ ଚାଇନା ନିକଟକୁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ମାତ୍ର ପେନାଲ୍ଟି କର୍ନରକୁ ଖେଳାଳିମାନେ ଗୋଲରେ କନଭର୍ଟ କରିବାରେ ଅସମର୍ଥ ରହିଥିଲେ। ବିପଜ୍ଜନକ ପ୍ରଦର୍ଶନ ପାଇଁ ୪୩ତମ ମିନିଟରେ ଜୁ ଓ୍ବେନୟୁଙ୍କୁ ଅମ୍ପାୟର ଗ୍ରୀନ୍‌କାର୍ଡ ଦେଇଥିଲେ। ଅନ୍ତିମ କ୍ୱାର୍ଟରରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ୫୯ତମ ମିନିଟରେ ଚାଇନା ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ନେଦରଲାଣ୍ଡ୍ସର ଦୃଢ଼ ରକ୍ଷଣଭାଗ ଏହାକୁ ସଫଳତାର ସହ ଡିଫେଣ୍ଡ କରିଥିଲେ। ବୁଧବାର ଆମେରିକାକୁ ଭେଟି ଚାଇନା ଏହାର ଭୁବନେଶ୍ୱର ପର୍ଯ୍ୟାୟ ଶେଷ କରିବ। ନେଦରଲାଣ୍ଡ୍ସ ୯ ତାରିଖରେ କଳିଙ୍ଗରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହାର ଶେଷ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?