ହ୍ୟାଟ୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷାପାଇବା ପାଇଁ ଅନେକେ ମୁଣ୍ଡରେ ହ୍ୟାଟ୍‌ (ଟୋପି) ବ୍ୟବହାର କରିଥାଆନ୍ତି। ଟୋପି କେବଳ ଖରାରୁ ସୁରକ୍ଷା ଦେଇଥାଏ ତାହା ନୁହେଁ, ଏହା ଆମକୁ ଟ୍ରେଣ୍ଡି ଲୁକ୍‌ ବି ପ୍ରଦାନ କରିଥାଏ। ସେଥିପାଇଁ ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ସେମିତି କେତୋଟି ଷ୍ଟାଇଲିଶ୍‌ ସମର୍‌ ହ୍ୟାଟ୍‌ ସମ୍ପର୍କରେ…

* ଷ୍ଟାଇଲିଶ୍‌ ବକେଟ୍‌ ହ୍ୟାଟ୍‌: ଏହି ଧରଣର ହ୍ୟାଟ୍‌କୁ ଖରାଦିନେ ପିନ୍ଧିଲେ ବେଶ୍‌ ଆରାମଦାୟକ ଲାଗିଥାଏ। ଖାସ୍‌ କରି ଗରମ ଦିନେ ପ୍ରିଣ୍ଟେଡ୍‌ ଓ୍ବାଇଡ୍‌ ଲେଗ୍‌ ପ୍ୟାଣ୍ଟ ଓ ବେସିକ୍‌ ଟ୍ୟାଙ୍କ ଟପ୍‌ ସହ ଏହି ଷ୍ଟାଇଲିଶ୍‌ ବକେଟ୍‌ ହ୍ୟାଟ୍‌କୁ ପ୍ରେୟାର୍‌ କଲେ ଟିକେ ଡିଫରେଣ୍ଟ ଲୁକ୍‌ ମିଳିଥାଏ।

* କ୍ଲାସିକ୍‌ ଓ୍ବାଇଡ୍‌ ବ୍ରିମ୍‌ ହ୍ୟାଟ୍‌: ଏହି ଷ୍ଟାଇଲ୍‌ର ହ୍ୟାଟ୍‌ ସବୁ ପ୍ରକାରର ଆଉଟ୍‌ଫିଟ୍‌ ସହ ବେଶ୍‌ ଭଲ ମାନିଥାଏ। ଖାସ୍‌ କରି କ୍ଲାସିକ୍‌ ଟି-ଶାର୍ଟ ହେଉ ଅବା ବ୍ରାଇଟ୍‌ କଲର୍‌ର ଯେ କୌଣସି ଡ୍ରେସ୍‌ ସହ ମ୍ୟାଚିଂ କରି ଏହି ହ୍ୟାଟ୍‌ ପିନ୍ଧିଲେ ଲୁକ୍‌ ଖୁବ୍‌ ଆକର୍ଷଣୀୟ ଦେଖାଯାଇଥାଏ।

* କ୍ଲାସିକ୍‌ ଷ୍ଟ୍ର ହ୍ୟାଟ୍‌: ଗରମ ଦିନେ ସାଦାସିଧା ଷ୍ଟାଇଲ୍‌ର ଡେନିମ୍‌ ପ୍ୟାଣ୍ଟ ଓ ଟି-ଶାର୍ଟ ସହ ଏହି କ୍ଲାସିକ୍‌ ଷ୍ଟ୍ର ହ୍ୟାଟ୍‌କୁ ମ୍ୟାଚିଂ କରି ପିନ୍ଧିଲେ ମଡର୍ନ ଲୁକ୍‌ ମିଳିଥାଏ। ଯଦି ଆପଣଙ୍କର ଚୁଲ୍‌ବୁଲି ଲୁକ୍‌ ପସନ୍ଦ, ତା’ହେଲେ ଏ କ୍ଷେତ୍ରରେ ଆପଣ ଆଙ୍କେଲ୍‌ ଲେଙ୍ଗ୍‌ଥ ସ୍କର୍ଟ ଓ ଟପ୍ସ ହେଉ ଅବା ଯେ କୌଣସି ଆଙ୍କେଲ୍‌ ଲେଙ୍ଗ୍‌ଥ ଡ୍ରେସ୍‌ ସହ ଏହି ଷ୍ଟାଇଲ୍‌ର ହ୍ୟାଟ୍‌କୁ ଆରାମରେ କ୍ୟାରି କରିପାରିବେ।

* ଫିଶରମ୍ୟାନ୍‌ ହ୍ୟାଟ୍‌: ଖରାଦିନେ କୁଲ୍‌ ଲୁକ୍‌ ପାଇବାକୁ ଇଚ୍ଛା କରୁଥିଲେ, ଏହି ହ୍ୟାଟ୍‌ ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ହୋଇପାରିବ। ଖାସ୍‌କରି ଗ୍ରାଫିକ୍‌ ପ୍ରିଣ୍ଟେଡ୍‌ ଟି-ଶାର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ ସହ ଏହି ଷ୍ଟାଇଲ୍‌ର ହ୍ୟାଟ୍‌କୁ ପେୟାର୍‌ କରି ପିନ୍ଧିଲେ ଅତି ସହଜରେ କୁଲ୍‌ ଲୁକ୍‌ ପାଇହେବ। ଅନ୍ୟପକ୍ଷେ ଡେନିମ୍‌ ଜିନ୍ସ ଓ କ୍ରପ୍‌ ଟପ୍ସ ସହ ବି ଫିଶରମ୍ୟାନ୍‌ ହ୍ୟାଟ୍‌ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ।

* ଫେଲ୍ଟ ହ୍ୟାଟ୍‌: ଯୁବତୀମାନେ ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ସମର୍‌ ଆଉଟ୍‌ଫିଟ୍‌ ସହ ଏହି ଷ୍ଟାଇଲ୍‌ର ହ୍ୟାଟ୍‌କୁ ଆରାମରେ କ୍ୟାରି କରି କ୍ଲାସି ଆଉ କୁଲ୍‌ ଲୁକ୍‌ ପାଇପାରିବେ।

* ଫେଡୋରା ହ୍ୟାଟ୍‌: ଏହି ହ୍ୟାଟ୍‌ ବି ଯୁବତୀଙ୍କୁ କୁଲ୍‌ ଲୁକ୍‌ ଦେଇଥାଏ। ସବୁଠୁ ବଡ଼ କଥା ହେଉଛି, ଏହି ଷ୍ଟାଇଲ୍‌ର ହ୍ୟାଟ୍‌କୁ ଉଭୟ ପୁରୁଷ ଓ ମହିଳା ଆରାମରେ ବ୍ୟବହାର କରିପାରିବେ। ସେହିପରି ଯେ କୌଣସି ଆଉଟ୍‌ଫିଟ୍‌ ସହ ଏହି ହ୍ୟାଟ୍‌ ବେଶ୍‌ ଭଲ ମ୍ୟାଚ୍‌ ମଧ୍ୟ କରିଥାଏ।

* ଫ୍ଲପି ଆଣ୍ଡ ଷ୍ଟ୍ରାଇପ୍ଡ ହ୍ୟାଟ୍‌: ଏହି ହ୍ୟାଟ୍‌ରେ ଷ୍ଟ୍ରାଇପ୍‌ ପ୍ରିଣ୍ଟ ରହୁଥିବାରୁ ଏହା ଦେଖିବାକୁ ଖୁବ୍‌ ଟ୍ରେଣ୍ଡି ଲାଗିଥାଏ। ତା’ଛଡ଼ା ଏହି ହ୍ୟାଟ୍‌ର ବ୍ରିମ୍‌ ବା ଚତୁଃପାର୍ଶ୍ୱର ଚଉଡ଼ା ଟିକେ ଅଧିକ ରହୁଥିବାରୁ ସୂର୍ଯ୍ୟକିରଣରୁ ଏହା ମୁହଁକୁ ବେଶ୍‌ ଭଲ ସୁରକ୍ଷା ପ୍ରଦାନ କରିଥାଏ।

* ଫ୍ଲୋରାଲ୍‌ ପ୍ରିଣ୍ଟ ହ୍ୟାଟ୍‌: ଫ୍ଲୋରାଲ୍‌ ପ୍ରିଣ୍ଟର ଆଉଟ୍‌ଫିଟ୍‌ ଖରାଦିନେ ରିଫ୍ରେଶିଂ ଲୁକ୍‌ ଦେଇଥାଏ। ସେହିପରି ଫ୍ଲୋରାଲ୍‌ ପ୍ରିଣ୍ଟ ହ୍ୟାଟ୍‌ ବି ଖରାଦିନ ପାଇଁ ଏକ ବେଷ୍ଟ ଅପ୍ସନ ହୋଇପାରେ। ଆପଣ ଚାହିଁଲେ ଫ୍ଲୋରାଲ୍‌ ପ୍ରିଣ୍ଟର ଯେ କୌଣସି ଆଉଟ୍‌ଫିଟ୍‌ ସହ ଏହି ଧରଣର ହ୍ୟାଟ୍‌କୁ ଟ୍ରାଏ କରି ଫ୍ରେଶ୍‌ ଲୁକ୍‌ ପାଇପାରିବେ।

* ଜିପ୍‌ ପକେଟ୍‌ ହ୍ୟାଟ୍‌: ଏହି ହ୍ୟାଟ୍‌ ଖରାଦାଉରୁ ରକ୍ଷା କରିବା ସହ ଏଥିରେ ଜିପ୍‌ ବା ଚେନ୍‌ ଲାଗିଥିବାରୁ ଆପଣ ଚାହିଁଲେ ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri