ଚାକିରି ଫେରି ପାଇବାକୁ ଅଧିଆ

ସୁନ୍ଦରଗଡ,୧୯ା୧୧(ଡି.ଏନ୍‌.ଏ.): ଚାକିରି ଫେରି ପାଇବା ପାଇଁ ଗୁରୁବାର ଜଣେ ଆଦିବାସୀ ମହିଳା ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖ ବାରଣ୍ଡାରେ ମୁହଁମାଡି ଶୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ା ପରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଆସି ତାଙ୍କୁ ତଳୁ ଉଠାଇ ଦାବିପତ୍ର ଗ୍ରହଣ କରିବା ସହ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଯେ, ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ମଝାପଡାର ଅବିବାହିତା ପିରୋ କିଶାନ ୨୦୦୩ ମସିହାରୁ ଦୀର୍ଘ ୧୦ବର୍ଷ କାଳ ମଝାପଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିନା ପାରିଶ୍ରମିକରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଏହି ବିଦ୍ୟାଳୟ ଗତ ୨୦୧୨ମସିହା ପରେ ବ୍ଲକଗ୍ରାଣ୍ଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ା ସେତେବେଳେ ଏହି ସ୍କୁଲ କମିଟିର ଜଣେ ସଦସ୍ୟ ଚାକିରି ସ୍ଥାୟୀ ହେବ କହି ପିରୋଙ୍କୁ ୩୦ହଜାର ଟଙ୍କା ଦେବାକୁ କହିଥିଲେ। କିନ୍ତୁ ପିରୋ ପ୍ରଥମେ ୧୫ ହଜାର ଟଙ୍କା ଦେଇ ଦରମା ମିଳିବା ପରେ ଅବଶିଷ୍ଟ ଟଙ୍କା ଦେବି ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ଥାନରେ ଆଉ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ୨୦୧୩ ମସିହାରୁ ମହିଳା ଜଣକ ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ଆସୁଥିଲେ ହେଁ ଅଦ୍ୟାବଧି ତାଙ୍କୁ ନ୍ୟାୟ ମିଳିନାହିଁ। ଚଳିତ ମାସ ୧ ତାରିଖରେ ସ୍ଥାନୀୟ ଯୁବନେତା ଡା. ହିମାଂଶୁ ଶେଖର ଷଡଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପିରୋ ତାଙ୍କ ସହିତ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ କରି ଧାରଣାରେ ବସିଥିଲେ। ଏହାପରେ ଜିଲାପାଳ ଅଭିଯୋଗ ଉପରେ ଏକ ଇନକ୍ୱାରି ରିପୋର୍ଟ ଜିଲା ଶିକ୍ଷା ଅଧିକାରୀଙ୍କୁ ମାଗିଥିଲେ। ମାତ୍ର ତଦନ୍ତକାରୀ ଅଧିକାରୀ ସଂପୃକ୍ତ ମହିଳା ଜଣକ ସ୍ବଇଚ୍ଛାରେ ଇସ୍ତଫା ଦେଇଥିବା ରିପୋର୍ଟରେ ଜଣାଇଥିଲେ। ଏହା ଜଣାପଡିବା ପରେ ପିରୋ ଜିଲାପାଳଙ୍କ ଅଫିସ ବାରଣ୍ଡାରେ ମୁହଁମାଡି ଶୋଇ ପଡି ତାଙ୍କ ଚାକିରି ଫେରାଇବାକୁ ଦାବି କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଦୃଶ୍ୟ ଘଟିବା ପରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ଅତିରିକ୍ତ ଜିଲାପାଳ ବିଶ୍ୱଜିତ୍‌ ମହାପାତ୍ର ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ପ୍ରମୁଖ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ତାଙ୍କୁ ବୁଝାଶୁଝା କରି ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ସେ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri