ଚାକିରି ଫେରି ପାଇବାକୁ ଅଧିଆ

ସୁନ୍ଦରଗଡ,୧୯ା୧୧(ଡି.ଏନ୍‌.ଏ.): ଚାକିରି ଫେରି ପାଇବା ପାଇଁ ଗୁରୁବାର ଜଣେ ଆଦିବାସୀ ମହିଳା ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖ ବାରଣ୍ଡାରେ ମୁହଁମାଡି ଶୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ା ପରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଆସି ତାଙ୍କୁ ତଳୁ ଉଠାଇ ଦାବିପତ୍ର ଗ୍ରହଣ କରିବା ସହ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଯେ, ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ମଝାପଡାର ଅବିବାହିତା ପିରୋ କିଶାନ ୨୦୦୩ ମସିହାରୁ ଦୀର୍ଘ ୧୦ବର୍ଷ କାଳ ମଝାପଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିନା ପାରିଶ୍ରମିକରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଏହି ବିଦ୍ୟାଳୟ ଗତ ୨୦୧୨ମସିହା ପରେ ବ୍ଲକଗ୍ରାଣ୍ଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ା ସେତେବେଳେ ଏହି ସ୍କୁଲ କମିଟିର ଜଣେ ସଦସ୍ୟ ଚାକିରି ସ୍ଥାୟୀ ହେବ କହି ପିରୋଙ୍କୁ ୩୦ହଜାର ଟଙ୍କା ଦେବାକୁ କହିଥିଲେ। କିନ୍ତୁ ପିରୋ ପ୍ରଥମେ ୧୫ ହଜାର ଟଙ୍କା ଦେଇ ଦରମା ମିଳିବା ପରେ ଅବଶିଷ୍ଟ ଟଙ୍କା ଦେବି ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ଥାନରେ ଆଉ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା। ୨୦୧୩ ମସିହାରୁ ମହିଳା ଜଣକ ଏ ନେଇ ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ଆସୁଥିଲେ ହେଁ ଅଦ୍ୟାବଧି ତାଙ୍କୁ ନ୍ୟାୟ ମିଳିନାହିଁ। ଚଳିତ ମାସ ୧ ତାରିଖରେ ସ୍ଥାନୀୟ ଯୁବନେତା ଡା. ହିମାଂଶୁ ଶେଖର ଷଡଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପିରୋ ତାଙ୍କ ସହିତ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ କରି ଧାରଣାରେ ବସିଥିଲେ। ଏହାପରେ ଜିଲାପାଳ ଅଭିଯୋଗ ଉପରେ ଏକ ଇନକ୍ୱାରି ରିପୋର୍ଟ ଜିଲା ଶିକ୍ଷା ଅଧିକାରୀଙ୍କୁ ମାଗିଥିଲେ। ମାତ୍ର ତଦନ୍ତକାରୀ ଅଧିକାରୀ ସଂପୃକ୍ତ ମହିଳା ଜଣକ ସ୍ବଇଚ୍ଛାରେ ଇସ୍ତଫା ଦେଇଥିବା ରିପୋର୍ଟରେ ଜଣାଇଥିଲେ। ଏହା ଜଣାପଡିବା ପରେ ପିରୋ ଜିଲାପାଳଙ୍କ ଅଫିସ ବାରଣ୍ଡାରେ ମୁହଁମାଡି ଶୋଇ ପଡି ତାଙ୍କ ଚାକିରି ଫେରାଇବାକୁ ଦାବି କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଦୃଶ୍ୟ ଘଟିବା ପରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ଅତିରିକ୍ତ ଜିଲାପାଳ ବିଶ୍ୱଜିତ୍‌ ମହାପାତ୍ର ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ପ୍ରମୁଖ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ତାଙ୍କୁ ବୁଝାଶୁଝା କରି ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ସେ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବାବାଙ୍କ ଠକେଇ ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବାବାଙ୍କ...

ନିର୍ବାଚନୀ ହିଂସାରେ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର ଅଫିସ,୨୫ା୩: ବ୍ରହ୍ମପୁର ମହାନଗରରେ ସଂଘଟିତ ନିର୍ବାଚନୀ ହିଂସା ଘଟଣାରେ ବୈଦ୍ୟନାଥପୁର ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଲାଞ୍ଜିପଲ୍ଲୀ ଢିପ ସାହିର ସୁନୀଲ...

ସରଳ ହେବ ଜମିର କିସମ ପରିବର୍ତ୍ତନ

ଭୁବନେଶ୍ୱର,୭।୨(ବ୍ୟୁରୋ): କିସମ ପରିବର୍ତ୍ତନ ସରଳ ହେବ। ଲୋକମାନେ ଯେପରି କିସମ ପରିବର୍ତ୍ତନ କରିବା ସହ ନିଜର ସ୍ବତ୍ତ୍ୱ ଶୀଘ୍ର ପାଇ ପାରିବେ ସେ ନେଇ ପଦକ୍ଷେପ...

ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ...

ବିଦ୍ୟାଳୟରେ ବିସ୍ଫୋରଣ ଘଟି ୨ ଛାତ୍ର ଆହତ ମାମଲା: ୨ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଆସିକା, ୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା କୋତିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ବିସ୍ଫୋରଣ ଘଟି ୨...

ଜଣେ ଅଧିକାରୀଙ୍କୁ ୩ ଦାୟିତ୍ବ, କାର୍ଯ୍ୟ ସମ୍ପାଦନା ନେଇ ଉଠିଲା ପ୍ରଶ୍ନ

ଗୁଣପୁର,୧୦ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ରାମନାଗୁଡ଼ା ବିଡିଓଙ୍କୁ ଗୁଣପୁର ବିଡିଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଇଟିଡିଏ ପିଏ ରୂପେ ବଦଳି କରାଯିବା...

ଦୋଷୀଙ୍କୁ ୭ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୨୪।୧୨: ନାବାଳିକାଙ୍କୁ ବଳାତ୍କାର କରି ୭ ମାସ ଗର୍ଭବତୀ କରିବା ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା...

ଦୌଡ଼କୁଦ ନିମନ୍ତେ ଭିତ୍ତିଭୂମିର ଅଭାବ

ବ୍ରହ୍ମପୁର ଅଫିସ,୨୯।୮: ପ୍ରତିବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। କ୍ରୀଡ଼ା ତଥା କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ ୨୦୧୨ରୁ ଏହି ଦିବସ...

Advertisement
Archives

Model This Week