କାର୍ଯ୍ୟକ୍ଷମ ହୋଇପାରୁନି କୃଷକ ବଜାର

ପୁରୀ ଅଫିସ,୬।୧୧: ପୁରୀ ସହରରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ତଥା ଗୋଦାମକୁ ସାମଗ୍ରୀ ଆଣି ଆସୁଥିବା ଗାଡ଼ି ପାଇଁ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ନାନା ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର କୃଷକ ବଜାରର ପରିକଳ୍ପନା କରାଯାଇଥିଲା। ଗୋଟିଏ ଜାଗାରେ ଗୋଦାମ ବ୍ୟବସାୟୀମାନେ ଏକାଠି ହୋଇ ବସିବେ। ସହର ଭିତରେ ଅଯଥା ଗହଳି ହେବନି। ବାହାରୁ ଆସୁଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନେ ଟ୍ରାଫିକ ସମସ୍ୟାକୁ ନେଇ ଅତିଷ୍ଠ ହେବେ ନାହିଁ। ହେଲେ ଇତିମଧ୍ୟରେ ୩ ବର୍ଷ ପୂରିିଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର କୃଷକ ବଜାର କାର୍ଯ୍ୟକ୍ଷମ ହୋଇପାରି ନାହିଁ।
ମଙ୍ଗଳାଘାଟ ନିକଟ ସମଙ୍ଗଠାରେ ୨୦୧୭ ନଭେମ୍ବର ୪ରେ କୃଷକ ବଜାର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ତତ୍କାଳୀନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହାର ଶୁଭ ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୪କୋଟି ଟଙ୍କା ବ୍ୟୟରେ ୨୧ଟି ଗୋଦାମ ଗୃହ ନିର୍ମାଣ ଲାଗି ଲକ୍ଷ୍ୟ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଅଧିକ ଗୋଦାମ ଗୃହ ତିଆରି କରାଯିବାକୁ ସ୍ଥିର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମଞ୍ଜୁରୀ ପାଇଥିବା ଗୋଦାମ ଗୃହଗୁଡ଼ିକର କାମ ୬/୭ ମାସ ହେବ ଶେଷ ହୋଇଛି। ବିଦ୍ୟୁତ୍‌, ପାଣି ସୁବିଧା ବି କରାଯାଇଛି। କିନ୍ତୁ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ଭିତ୍ତିପ୍ରସ୍ତର ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ସେତେବେଳେ କହିଥିଲେ, ଏହା ପୁରୀ ବ୍ୟବସାୟର ପେଣ୍ଠସ୍ଥଳ ହେବ। ଏହା ପୂର୍ଣ୍ଣାଙ୍ଗ ହେଲେ ଛୋଟ ବ୍ୟବସାୟୀ ବି ଉପକୃତ ହେବେ। ବିଭିନ୍ନ ସାମଗ୍ରୀ ଆଣି ଆସୁଥିବା ବଡ଼ ଗାଡ଼ିଗୁଡ଼ିକୁ ଆଉ ସହର ଭିତରେ ପଶିବାକୁ ପଡ଼ିବନି କି ଏଥିପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବନି। ହେଲେ ଏହାର ବାସ୍ତବତା ଏବେ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି।
ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଯାହା ଅନୁଦାନ ଆସିଥିଲା ସେଥିରେ ୨୧ଟି ଗୋଦାମ ଗୃହ ନିର୍ମାଣ ସରିଛି। ଏଥିପାଇଁ ଆନୁଷଙ୍ଗିକ ସମସ୍ତ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। କିନ୍ତୁ ଏହାର ପାଚେରି ଓ ବେସ୍‌ମେଣ୍ଟ ନିର୍ମାଣ ହୋଇ ନ ଥିବାରୁ କୃଷକ ବଜାର କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଖୁବ୍‌ଶୀଘ୍ର ପାଚେରି ଓ ବେସ୍‌ବେଣ୍ଟ ତିଆରି କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ଆସିଲେ ଆହୁରି ୧୭ଟି ଗୋଦାମ ଘର ତିଆରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଅନୁଦାନ

ବାଲେଶ୍ୱର ଅଫିସ, ୭।୫-ବାଲେଶ୍ୱର ଜିଲା ଗାୟତ୍ରୀ ଶକ୍ତିପୀଠ ତରଫରୁ ମହାମାରୀ କରୋନା ପୀଡ଼ିତଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ହଜାର ଟଙ୍କାର ଚେକ୍‌ ଅତିରିକ୍ତ...

ସୁନାବେଶରେ ୩ ଠାକୁର

ପୁରୀ ଅଫିସ,୨ା୭: ସରି ଆସୁଛି ଶ୍ରୀଗୁଣ୍ଡିଚା ମହୋତ୍ସବ। ବୁଧବାର ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହୁଡ଼ି ଆସିଥିଲେ ମହାପ୍ରଭୁ। ଗୁରୁବାର ସିଂହଦ୍ୱାର ସମ୍ମୁଖରେ...

ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ୩ ଦିନିଆ ବନ୍ଦ ପାଳନ ଆରମ୍ଭ

ସମ୍ବଲପୁର,୨୮।୧୧(ବ୍ୟୁରୋ): ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ଜାରି ରହିଥିବାବେଳେ ଗୁରୁବାର ଠାରୁ ୩ ଦିନିଆ ବନ୍ଦ ପାଳନ ଆରମ୍ଭ ହୋଇଛି...

ରାଜ୍ୟ ବାହାର ଲୋକଙ୍କୁ ଖାଇବାକୁ ଦେଇ ସଙ୍ଗରୋଧ କେନ୍ଦ୍ରକୁ ଗଲେ ହୋଟେଲ ମାଲିକ

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବାହାର ରାଜ୍ୟର କେତେଜଣ ବ୍ୟକ୍ତିଙ୍କୁ ହୋଟେଲରେ ବସାଇ ଖାଇବାକୂୁ ଦେବାରୁ ବୌଦ୍ଧ ସହରର ଏକ ହୋଟେଲ ମାଲିକ ଓ ତାଙ୍କ ଭାଇଙ୍କୁ ସଙ୍ଗରୋଧ କେନ୍ଦ୍ରକୁ...

ଜାଳେଣିକାଠ ଆଣିବାକୁ ଯାଇଥିବାବେଳେ ବୃଦ୍ଧାଙ୍କୁ ଟାଣିନେଲା ମହାବଳ

ନୂଆପଡ଼ା ଅଫିସ,୨୦।୧: ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ଟାଣିନେଇ ଖାଇ...

ବିପଦରେ ହାତୀବଂଶ

ସମ୍ବଲପୁର, ୨୬।୧୨: ସମ୍ବଲପୁର ଆର୍‌ସିସିଏଫ୍‌ ସର୍କଲ ଅଧୀନରେ ଥିବା ବନଖଣ୍ଡରେ ହାତୀବଂଶ ଏବେ ବିପଦରେ। ବିଗତ ଦିନର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ କୁହାଯାଇପାରିବ। ସରକାରୀ...

ପଥିକଙ୍କୁ ଦହି ସରବତ ବଣ୍ଟନ

ବୋଲଗଡ଼,୫ା୬(ଡି.ଏନ.ଏ.)-ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୋଲଗଡ଼ ବ୍ଲକ ଗେଡିଆପଲ୍ଲୀଠାରେ ସ୍ଥାନୀୟ ଯୁବକମାନେ ମଙ୍ଗଳବାର ପଥିକଙ୍କୁ ଥଣ୍ଡା ଦହି ସରବତ ବଣ୍ଟନ କରିଛନ୍ତିି। ବାଘମାରୀ-କଣ୍ଟିିଲୋ ରାସ୍ତାରେ ଯାତାୟାତ...

ନନ୍ଦନକାନନ ପାଳିଲା ବ୍ୟାଘ୍ର ଦିବସ

ବାରଙ୍ଗ,୩୦।୭(ଡି.ଏନ.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଧବାର ଅନ୍‌ଲାଇନ ମାଧ୍ୟମରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରିଛି। କରୋନା ଲାଗି ନନ୍ଦନକାନନ ବନ୍ଦ ଥିବାବେଳେ ବ୍ୟାଘ୍ର ସଂରକ୍ଷଣର...

Advertisement
Archives

Model This Week