ହରିୟାଣା ପୋଲିସ ହଟହଟା

ବାହାନଗା, ୨୪ା୧(ଡି.ଏନ.ଏ.): ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଫେରାର ଥିବା ବାଲେଶ୍ୱର ବାହାନଗା ଅଞ୍ଚଳର ୨ଯୁବକଙ୍କୁ ଗିରଫ କରିବାକୁ ଆସି ହରିୟାଣା ପୋଲିସ ହଟହଟା ହୋଇଛି। ଅଭିଯୁକ୍ତଙ୍କୁ ନ ପାଇ ସେମାନଙ୍କ ପରିବାର ଲୋକଙ୍କୁ ଖନ୍ତାପଡ଼ା ଥାନାକୁ ଆଣିଥିବାରୁ ପୋଲିସ ଟିମ୍‌ ସ୍ଥାନୀୟ ଲୋକଙ୍କ ବିରୋଧର ଶିକାର ହୋଇଛି। ସ୍ଥିତି ଏପରି ହୋଇଥିଲା ଯେ, ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଖବରଦାତାଙ୍କୁ ପୋଲିସ ବନ୍ଧୁକ ଦେଖାଇ ଭୟଭୀତ କରିବାକୁ ପଛାଇ ନ ଥିତ୍ଲା। ଏହାକୁ ନେଇ ଥାନା ପରିସରରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବା ସହ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଖବରପାଇ ସଦର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ। ଶେଷରେ ହରିୟାଣା ପୋଲିସ ଭୁଲ୍‌ ମାଗି ଥାନାକୁ ଆଣିଥିବା ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କୁ ଛାଡ଼ିଥିଲା। ଏହି ଘଟଣା ପରେ ହରିୟାଣା ପୋଲିସ ଟିମ୍‌ ଫେରି ଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଠୀ ଗ୍ରାମର ଲିପୁ ରାଉତ ନାମକ ଯୁବକ ହରିୟାଣାର ଏକ ଲୁଗା କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନୀରୁ ଲକ୍ଷାଧିକ ଟଙ୍କା ହେରଫେର କରି ସେ ଏବେ ଫେରାର ଅଛନ୍ତି। ୨ମାସ ତଳେ ହରିୟାଣା ପୋଲିସ ଲିପୁଙ୍କୁ ଗିରଫ କରିବାକୁ ଆସିଥିଲା। ତାଙ୍କୁ ନ ପାଇ ତାଙ୍କ ମା’ ବାପାଙ୍କୁ ଧରି ଥାନାକୁ ନେଇ ପଚରାଉଚୁରା କରି ଛାଡ଼ିଦେଇଥିଲା। ଉକ୍ତ ଘଟଣାରେ ହରିୟାଣା ପୋଲିସର ଏକ ୪ଜଣିଆ ଟିମ୍‌ ପୁନର୍ବାର ରବିବାର ଭୋର ସମୟରେ ପହଞ୍ଚତ୍ ଲିପୁଙ୍କୁ ଖୋଜିଥିଲେ। ତାଙ୍କୁ ନ ପାଇବାରୁ ଖନ୍ତାପଡ଼ା ପୋଲିସ ସହାୟତାରେ ମା’ ହରପ୍ରିୟା ରାଉତଙ୍କୁ ଉଠାଇ ନେଇଥିଲେ। ଏହାସହ ଗ୍ରାମର ରଞ୍ଜନ ଦାସଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହୋଇଥିବାରୁ ତାଙ୍କୁ ମଧ୍ୟ ନ ପାଇ ତାଙ୍କ ୧୮ବର୍ଷର ପୁଅକୁ ଥାନାକୁ ନେଇଯାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଷଠୀ ଗ୍ରାମର କେତେଜଣ ଲୋକ ଥାନାରେ ପହଞ୍ଚତ୍ କେଉଁ ଆଧାରରେ ଏମାନଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠାଇ ଅଣାଯାଇଛି ବୋଲି ପଚାରିବାରୁ ପୋଲିସ ଅଧିକାରୀ ଉତ୍ତ୍ୟକ୍ତ ହୋଇପଡିଥିଲେ। ଏପରି କି ଏକ ଓ୍ବେବଚ୍ୟାନେଲର ଖବରଦାତା ନାରାୟଣ ମହାନ୍ତି ଏ ସମ୍ପର୍କିତ ଖବର ସଂଗ୍ରହ କରୁଥିବାବେଳେ ହରିୟାଣା ପୋଲିସ ତାଙ୍କୁ ଗାଳିଗୁଲଜ କରି ବନ୍ଧୁକ ଦେଖାଇ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଏହାକୁ ନେଇ ଥାନା ପରିସରରେ ପୋଲିସ ଓ ଲୋକଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଖବର ପାଇ ଅନ୍ୟ ଖବରଦାତାମାନେ ଘଟଣାସ୍ଥଳରେ ପହଞ୍ଚତ୍ ହଟ୍ଟଗୋଳ କରିଥିଲେ। ପରେ ନାରାୟଣ ହରିୟାଣାର ଗୁରୁଗାଁଓରୁ ଆସିଥିବା ପୋଲିସ ଅଧିକାରୀ ଏସ୍‌.କେ.ମଙ୍ଗଳଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଖନ୍ତାପଡା ପୋଲିସ୍‌ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବାଲେଶ୍ୱର ସଦର ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ସଦର ଥାନାଧିକାରୀ ପହଞ୍ଚତ୍ ତଦନ୍ତ କରିଥିଲେ। ହରିୟାଣା ପୋଲିସ୍‌ ଏସ୍‌.କେ ମଙ୍ଗଳ ସଦର ଏସ୍‌ଡିପିଓ ତ୍ରିପାଠୀଙ୍କ ଉପସ୍ଥିତିରେ ଖବରଦାତାଙ୍କୁ ଭୁଲ୍‌ ମାଗିବାରୁ ସମସ୍ୟାର ସମାଧାନ ହୋଇଥିଲା। ପରେ ପୋଲିସ ଲିପୁଙ୍କ ମା’ ହରପ୍ରିୟା ରାଉତ ଓ ରଞ୍ଜନଦାସଙ୍କ ପୁଅକୁ ସନ୍ଧ୍ୟାରେ ଛାଡି ହରିୟାଣା ଫେରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଗୋଆ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରେ ଅଟକ ଦୁଇ କ୍ଲବ୍ ମାଲିକ

ଗୋଆ,୧୧ା୧୨: ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri