Posted inଜାତୀୟ

କଫ ସିରପ ଉତ୍ପାଦନ ନେଇ ମେଡେନ ଫାର୍ମାସ୍ୟୁଟିକାଲ୍ସ ଉପରେ ରୋକ ଲଗାଇଲେ ହରିୟାଣା ସରକାର…

ଚଣ୍ଡିଗଡ଼,୧୨।୧୦ : ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ ସିରପ ଉତ୍ପାଦନ ଉପରେ ହରିୟାଣା ସରକାର ରୋକ ଲଗାଇଛନ୍ତି। ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍ସର ୩ଟି କଫ ସିରପ ବିରୋଧରେ ଡାକ୍ତରୀ ଆଲର୍ଟ ଜାରି କରିଛି। ସେବେଠାରୁ କମ୍ପାନୀର କଫ ସିରପକୁ ନେଇ ବିବାଦ ଲାଗି ରହିଥିଲା।

ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ ରାଜ୍ୟ ସରକାର କମ୍ପାନୀର କଫ ସିରପ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଚିହ୍ନଟ ହେବା ପରେ ସୋନିପତର ଫାର୍ମାସ୍ୟୁଟିକାଲ କମ୍ପାନୀର ତିନୋଟି କଫ ସିରପ ନମୁନା ପରୀକ୍ଷା ପାଇଁ କୋଲକାତାର ସେଣ୍ଟ୍ରାଲ ଡ୍ରଗ ଲ୍ୟାବକୁ ପଠାଯାଇଥିଲା। ଯାହାର ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନିଲ ବିଜ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛନ୍ତି। ରିପୋର୍ଟ ଆସିବା ପରେ ଯଦି କିଛି ଭୁଲ ଦେଖାଯାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହରିୟାଣାର ଏବଂ କେନ୍ଦ୍ର ସରକାରଙ୍କ ଫାର୍ମାସ୍ୟୁଟିକାଲ ବିଭାଗର ମିଳିତ ଯାଞ୍ଚ ପରେ ପ୍ରାୟ ୧୨ଟି ତ୍ରୁଟି ମିଳିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ନୋଟିସ ଦିଆଯାଇଛି ବୋଲି ସେ କହିଛନ୍ତି।

ଖବର ଅନୁଯାୟୀ, ହରିୟାଣା ଖାଦ୍ୟ ଏବଂ ଔଷଧ ପ୍ରଶାସନ କମ୍ପାନୀର କଫ ସିରପ ଉତ୍ପାଦନ କାରଖାନାର ତ୍ରୁଟି ଦର୍ଶାଇଛି। ହରିୟାଣାର ଫାର୍ମାସ୍ୟୁଟିକାଲ ଅଧିକାରୀମାନେ ସୋନିପତରେ କମ୍ପାନୀର ଉତ୍ପାଦନ କାରଖାନା ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଔଷଧ ଉତ୍ପାଦନର ଉଲ୍ଲଂଘନର ୧୨ ପଏଣ୍ଟ କର୍ତ୍ତୃପକ୍ଷ ତାଲିକାଭୁକ୍ତ କରିଥିଲେ।

ହରିୟାଣା ଡ୍ରଗ କଣ୍ଟ୍ରୋଲର୍‌ ମେଡେନ ଫାର୍ମାସ୍ୟୁଟିକାଲ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଏବଂ ଏହାର ଉତ୍ପାଦନ ଲାଇସେନ୍ସ କାହିଁକି ବାତିଲ କରାଯିବ ନାହିଁ ବୋଲି ପଚାରିଛନ୍ତି। ଅକ୍ଟୋବର ୧୪ ସୁଦ୍ଧା ମେଡେନ ଫାର୍ମାସ୍ୟୁଟିକାଲ୍ସକୁ ଏହାର ଜବାବ ଦେବାକୁ ପଡିବ ।

ହରିୟାଣାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗ ଅନୁଯାୟୀ, ମେଡେନ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଉତ୍ପାଦନ ଏବଂ ପରୀକ୍ଷଣ କ୍ଷେତ୍ରରେ ଉପକରଣର ଲଗ ବୁକ ପ୍ରସ୍ତୁତ କରିବାରେ ବିଫଳ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଔଷଧ ଉତ୍ପାଦନରେ ବ୍ୟବହୃତ ପ୍ରୋପିଲିନ ଗ୍ଲାଇକଲ, ସୋର୍ବିଟୋଲ ସଲ୍ୟୁସନ ଏବଂ ସୋଡିୟମ ମିଥାଇଲପାରାବେନର ବ୍ୟାଚ ସଂଖ୍ୟା ଉଲ୍ଲେଖ କରାଯାଇ ନାହିଁ। ଅନୁସନ୍ଧାନରୁ ଜଣାପଡିଛି ଯେ ମେଡେନ ଫାର୍ମାସ୍ୟୁଟିକାଲ୍ସ ଚାରୋଟି କଫ ସିରପ ପାଇଁ ପ୍ରକ୍ରିୟା ଯାଞ୍ଚ ଏବଂ ଆନାଲିଟିକାଲ ପଦ୍ଧତି ଯାଞ୍ଚ କରିନାହିଁ। ଏପର୍ଯ୍ୟନ୍ତ ଚାରିଟି ରାଜ୍ୟ କହିଛନ୍ତି ଯେ ଫାର୍ମା କମ୍ପାନୀର ଅନେକ ଔଷଧ ଗୁଣାତ୍ମକ ମାନ ସହିତ ମେଳ ଖାଉ ନାହିଁ। ୨୦୧୧ରେ ଭିଏତନାମ ଏହି କମ୍ପାନୀକୁ ନିଷିଦ୍ଧ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା: ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା, ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?