ବିପଦରେ ବିରଳ ପ୍ରଜାତିର ହର୍ଲି କଙ୍କଡ଼ା

ମହାକାଳପଡ଼ା,୨।୭(ଡି.ଏନ୍‌.ଏ.): ଜୈବ ବିବିଧତା ଓ ମୃତ୍ତିକା ଉର୍ବରତା ସହ ପରିବେଶ ସନ୍ତୁଳନ ରକ୍ଷା କରିବାରେ ବିରଳ ପ୍ରଜାତିର ସାମୁଦ୍ରିକ ହର୍ଲି କଙ୍କଡ଼ାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଏହି ବିରଳ ହର୍ଲି କଙ୍କଡ଼ା ସମୁଦ୍ର କୂଳିଆ ବାଲିଆ ଦୋରସା ପଟୁ ମାଟିରେ ଏକ ଇଞ୍ଚ ଗୋଲେଇ ଓ ୧୦ ଫୁଟରୁ ଅଧିକ ଗାତ କରିଥାନ୍ତି। ଏମାନେ ଗାତ କରିବା ଦ୍ୱାରା ବାୟୁ ଚଳାଚଳ ଓ ପଚା ଶଢା ବର୍ଜ୍ୟବସ୍ତୁ ଭିତରକୁ ଯିବାରେ ମାଟିର ଉର୍ବରତା ବୃଦ୍ଧି ପାଇଥାଏ। ଉପକୂଳ ଅଞ୍ଚଳରେ ଦେଖାଯାଇଥିବା ହେନ୍ତାଳବଣ, ଲୁଣା ଜଙ୍ଗଲ ଆଦି ଗଛ ମୂଳରେ ଏମାନେ ଗାତ କରିବାକୁ ପସନ୍ଦ କରନ୍ତି। କାରଣ ସମୁଦ୍ର ଜୁଆର ହେବା ଦ୍ୱାରା ଗଛ ଚେର ତଳେ ବିଭିନ୍ନ ପ୍ରକାରର ସାମୁଦ୍ରିକ ସରୀସୃପ, ଛୋଟ ଛୋଟ ଜୀବ, ଚୂନା ମାଛ, ବର୍ଜ୍ୟବସ୍ତୁ, ପଚା ଶଢା ଆଦିକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ସାମୁଦ୍ରିକ ଭଟ୍ଟା ସମୟରେ ଏହି କଙ୍କଡ଼ା ଗାତରେ ଅମ୍ଳଜାନ ପ୍ରବେଶ କରିବା ଦ୍ୱାରା ଜଙ୍ଗଲ ବଢ଼ିବାରେ ସହାୟକ ହୁଏ। ଏହି ପ୍ରଜାତିର କଙ୍କଡ଼ାଗୁଡ଼ିକ ସଂଘ ବଦ୍ଧ ଭାବେ ଏକତ୍ରିତ ବସବାସ କରନ୍ତି। ଶତ୍ରୁକୁ ଦେଖିଲେ ଆଖି ପିଛୁଳାକେ ଗଭୀର ଗାତ ଭିତରେ ପଶି ଆତ୍ମରକ୍ଷା କରିଥାନ୍ତି। ଏହି କଙ୍କଡ଼ା ହଳଦୀ ରଙ୍ଗ ଓ ପିଠି ଉପରେ କଳା କଳା ଛୋଟ ଛୋଟ ସରଳ ରେଖା ପଡି ଥିବାରୁ ଦେଖିବାକୁ ସୁନ୍ଦର ଲାଗିଥାଏ। ସାଧାରଣତଃ କଙ୍କଡ଼ାଗୁଡ଼ିକର ୧୦ ଗୋଟି ଗୋଡ଼ ରହିଥିବା ବେଳେ ଏମାନଙ୍କର ଗୋଡ଼ ୯ ଗୋଟି ଦେଖିବାକୁ ମିଳେ। ଏହି କଙ୍କଡାର ମୁଖ୍ୟ ଗୋଡ଼ଟି ବଡ଼ଥାଏ। ଏହି ବୁଢ଼ା ଗୋଡ଼ ସାହାଯ୍ୟରେ ଶତ୍ରୁକୁ ଆକ୍ରମଣ କରିବା ସହ ଖାଦ୍ୟ ଗ୍ରହଣ କରିଥାଏ। ଏହି ବିରଳ ପ୍ରଜାତିର ସାମୁଦ୍ରିକ କଙ୍କଡା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳି ମୁହାଣର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାର ଲଞ୍ଚ ଘୋଲା, ଷୋଳ ମୁହାଣ, ହୁକିଟୋଲା, ତଣ୍ଡା ବାଲୁକା ବେଳାଭୂମି ଓ ତତ୍‌ସଂଲଗ୍ନ ତ୍ରିକୋଣ ଭୂମି ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ବୁଦି ବୁଦିଆ, ସନ୍ତସନ୍ତିଆ ଆଦି ସ୍ଥାନରେ ଦଳ ଦଳ ହୋଇ ବାଲୁକା ବେଳାଭୂମିରେ ବିଚରଣ କରିଥାନ୍ତି। ଏବେ କିନ୍ତୁ ଶିଳ୍ପ ଦ୍ୱାରା ପ୍ରଦୂଷଣ ଓ ଚିଙ୍ଗୁଡି ଘେରିର ରାସାୟନିକ ବର୍ଜ୍ୟବସ୍ତୁ, ବୋଟ ଓ ଯନ୍ତ୍ର ଚାଳିତ ଡଙ୍ଗାରୁ ନିର୍ଗତ ତୈଳାକ୍ତ ଦ୍ରବ୍ୟ ସମୁଦ୍ର ପାଣିରେ ମିଶି ପ୍ରଦୂଷଣର ମାତ୍ର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହି ପ୍ରଜାତିର କଙ୍କଡା ବଂଶ ଏବେ ବିପଦରେ ପଡିଛି। ଏମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି।
ବିଶେଷକରି ଶୀତ ଦିନେ ପର୍ଯ୍ୟଟକମାନେ ଏହି କଙ୍କଡ଼ାଗୁଡ଼ିକୁ ଦେଖିବା ପାଇଁ ସମୁଦ୍ର କୂଳରେ ଭିଡ଼ ଜମେଇ ଥାନ୍ତି। କେତେଜଣ ପର୍ଯ୍ୟଟକ ଏହି ଦଳ ଦଳ କଙ୍କଡା ସହ ସେଲ୍ଫି ଉଠାଇଥାନ୍ତି। ସମୁଦ୍ର କୂଳିଆ ଅଞ୍ଚଳରେ ଜଙ୍ଗଲି ବିଲୁଆ, ହେଟା, ଜଙ୍ଗଲି ଭୁଆଁ, ଜଙ୍ଗଲି ବୁଲା କୁକୁର, ଚିଲ୍‌ ଆଦି ଏହି କଙ୍କଡ଼ାକୁ ଆହାର ରୂପେ ଗ୍ରହଣ କରିଥାନ୍ତି। ଏହି ବିରଳ ପ୍ରଜାତିର ସାମୁଦ୍ରିକ କଙ୍କଡ଼ା ବସବାସ କରୁଥିବାରୁ ଜୈବ ବିବିଧତା, ପରିବେଶ ସନ୍ତୁଳନ ଓ ମୃତ୍ତିକା ଉର୍ବରତା ବଢ଼ାଇ ଥାଏ। ଫଳରେ ପରୋକ୍ଷ ଭାବେ ଜଙ୍ଗଲ ଜୀବଜନ୍ତୁ,ସାମୁଦ୍ରିକ ଜୀବ ଖାଦ୍ୟ ରୂପେ ଗ୍ରହଣ କରି ବଂଶ ବିସ୍ତାର ପାଇଁ ସହାୟକ ହୋଇଥାଏ। ଏମାନେ ସାଧାରଣତଃ ଜୁନ୍‌, ଜୁଲାଇ ମାସରେ ମିଳନ ପର୍ବ ଆରମ୍ଭ ହୋଇଥାଏ। ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା, ସୁନାମୀ, ଭୂମିକମ୍ପ ଆଦି ଆସିବା ୪୮ଘଣ୍ଟା ପୂର୍ବରୁ ଏମାନେ ଉକ୍ତ ବାସସ୍ଥାନ ପରିତ୍ୟାଗ କରି ସମୁଦ୍ର କୂଳିଆ ଉଚ୍ଚ ବାଲୁକା ସ୍ତୂପକୁ ଦଳ ଦଳ ହୋଇ ଲମ୍ବା ଲମ୍ବା ଧାଡ଼ିରେ ଚାଲି ଆସନ୍ତି। ଏ ସମ୍ପର୍କରେ ସାମୁଦ୍ରିକ ଜୀବ ସଂରକ୍ଷଣ ଆବାହକ ଓ ପରିବେଶବିତ ସମରେନ୍ଦ୍ର ମାହାଳି କୁହନ୍ତି, ଏହା ବହୁ ପୁରାତନ ସାମୁଦ୍ରିକ ଜୀବ, ପୂର୍ବ ଅପେକ୍ଷା ଅଦ୍ୟାବଧି ବିରଳ ପ୍ରଜାତିର ହର୍ଲି କଙ୍କଡା ବଂଶ ବିଲୁପ୍ତ ହେବାକୁ ବସିଲାଣି, ଅସନ୍ତୁଳିତ ପରିବେଶ, ଶିଳ୍ପ କାରଖାନା, ନଦୀ କୂଳ ଓ ସମୁଦ୍ର ତଟବର୍ତ୍ତୀ ଇଲାକାରେ ବେଆଇନ ଭାବେ ଗଢି ଉଠିଥିବା ଚିଙ୍ଗୁଡ଼ି ଘେରିର ବିଷାକ୍ତ ଉଦ୍‌ବୃତ୍ତ ଜଳ ସିଧାସଳଖ ନଦୀ ଓ ସମୁଦ୍ରରେ ମିଶିବା ଦ୍ୱାରା ଏମାନଙ୍କ ବଂଶ ପ୍ରତି ବିପଦ ସୃଷ୍ଟି କରୁଛି। ସ୍ଥାନୀୟ ଅଞ୍ଚଳରେ ଏମାନଙ୍କ ସୁରକ୍ଷା ପାଇଁ ଜନ ସଚେତନତା ଜରୁରୀ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?