Posted inଖେଳ

T୨୦ ବିଶ୍ୱକପ୍‌ ସେମିଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆରେ ହଲଚଲ: ହୋଟେଲ ଛାଡ଼ି ଘରକୁ ଗଲେ ସୂର୍ଯ୍ୟକୁମାର-ହାର୍ଦ୍ଦିକ-ଶିବମ, ପ୍ରଶ୍ନ ଘେରରେ…

ମୁମ୍ବାଇ,୩।୩: T୨୦ ବିଶ୍ୱକପ୍‌ ୨୦୨୬ର ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଯାଉଛି ମହାଲଢ଼େଇ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଭାରତୀୟ ଦଳ ମୁମ୍ବାଇରେ ପହଞ୍ଚି ସାରିଛି। କିନ୍ତୁ ଏହି ସମୟରେ ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ଟିମ ସାଥୀଙ୍କୁ ଛାଡ଼ି ନିଜ ନିଜ ଘରକୁ ଚାଲିଯାଇଛନ୍ତି।
ମୁମ୍ବାଇ ବିମାନବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅନ୍ୟ ଖେଳାଳିମାନେ ଦଳର ବସରେ ବସୁଥିବା ବେଳେ ଏହି ତିନି ଖେଳାଳି ନିଜ ନିଜ କାର୍‌ରେ ବସି ଘରକୁ ଯାଉଥିବା ଦେଖାଯାଇଛି। ସେମିଫାଇନାଲ ଭଳି ଏକ ବଡ଼ ମ୍ୟାଚ୍‌ ପୂର୍ବରୁ ଖେଳାଳିମାନେ କାହିଁକି ଟିମ୍‌ ହୋଟେଲରେ ନ ରହି ଘରକୁ ଗଲେ, ସେ ନେଇ ପ୍ରଶଂସକମାନେ ପ୍ରଶ୍ନ ଉଠାଇଛନ୍ତି।
ଏହି ତିନି ଜଣ ଯାକ ଖେଳାଳିଙ୍କ ଘର ମୁମ୍ବାଇରେ ହୋଇଥିବାରୁ ସେମାନେ ପରିବାର ସହ ସମୟ ବିତାଇବାକୁ ଘରକୁ ଯାଇଛନ୍ତି। ତେବେ ବିସିସିଆଇ (BCCI) ଏପରି ଅନୁମତି କିପରି ଦେଲା, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯଦି ସେମିଫାଇନାଲ ଫଳାଫଳ ଭାରତ ସପକ୍ଷରେ ନ ଯାଏ, ତେବେ ଏହି ଘଟଣାକୁ ନେଇ ବିବାଦ ଆହୁରି ବଢ଼ିପାରେ।

କେବଳ ଏହି ଘଟଣା ନୁହେଁ, ବରଂ ଏହି ତିନି ଖେଳାଳିଙ୍କ ଫର୍ମ ମଧ୍ୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ପାଣ୍ଡ୍ୟା ବୋଲିଂରେ ବେଶ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଚଳିତ ବିଶ୍ୱକପରେ ସେ ସବୁଠାରୁ ଅଧିକ ଛକା ଖାଇଥିବା ବୋଲର। ଅଧିନାୟକ ସୂର୍ଯ୍ୟକୁମାର ଆମେରିକା ବିପକ୍ଷରେ ୮୪ ରନର ଇନିଂସ ଖେଳିବା ପରେ ତାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ଦେଖିବାକୁ ମିଳିନାହିଁ। ସେହିଭଳି ଶିବମ ଦୁବେଙ୍କ ଦଳର ମଧ୍ୟକ୍ରମରେ ପ୍ରଦର୍ଶନ ମଧ୍ୟ ସ୍ଥିର ରହୁନାହିଁ। ଏଭଳି ସ୍ଥିତିରେ ସେମିଫାଇନାଲ ପୂର୍ବରୁ ଖେଳାଳିଙ୍କ ଏପରି ଆଚରଣ ଏବଂ ଖରାପ ଫର୍ମ ଟିମ ଇଣ୍ଡିଆ ପାଇଁ ଅଡୁଆ ହେବନି ତ? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଆଲୋଚନା ଚାଲିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲୀପଙ୍କୁ ନେଇ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭା ନିର୍ୱାଚନରେ ହେବ ଓଲଟପାଲଟ!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ୱାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

ଜୁନାଗଡ଼ ପୋଲିସକୁ ବଡ଼ ସଫଳତା: ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିଥିବା ୪ ସାଇବର ଠକ ଗିରଫ

ଭବାନୀପାଟଣା,୩।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସାଇବର ଠକେଇ ମାମଲାରେ ମଙ୍ଗଳବାର ୪ ଜଣକୁ ଗିରଫ କରି କୋର୍ଟ…

HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଝଟକା! ୧ ଏପ୍ରିଲରୁ ବଦଳିବ ଏସବୁ ନିୟମ, ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୩।୩: HDFC ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ନୂତନ ଆର୍ଥିକ ବର୍ଷର ଆରମ୍ଭ ଟିକେ କଷ୍ଟକର ହେବାକୁ ଯାଉଛି। ବ୍ୟାଙ୍କ ଏହାର ଲକର ଭଡା ୧୮୪% ବୃଦ୍ଧି କରିଛି…

ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ ଫାଇନାଲ! ଭବିଷ୍ୟବାଣୀ କଲା ପାକିସ୍ତାନ

ନୂଆଦିଲ୍ଲୀ,୩।୩: ୨୦୨୬ ଟି-୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେମିଫାଇନାଲ ପାଇଁ ଚାରୋଟି ଦଳ ଚୂଡ଼ାନ୍ତ ହୋଇଛି। ପ୍ରଥମ ସେମିଫାଇନାଲ ୪ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ଏବଂ…

‘ମୋ ପାଇଁ ସରପ୍ରାଇଜ୍‌’: ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ହେବା ପରେ ଏମିତି କହିଲେ ସୁଜିତ କୁମାର

ଭୁବନେଶ୍ୱର,୩।୩: ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା। ମନମୋହନ ସାମଲ ପ୍ରଥମ ଆସନ ପାଇଁ ଏବଂ ସୁଜିତ କୁମାର ଦ୍ବିତୀୟ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।…

ଦିଲୀପଙ୍କୁ ବାଛିବା ପଛରେ ଭାଜପାର ଭିତିରି ପ୍ଲାନ, ୪ର୍ଥ ସିଟ୍‌ରେ ବଡ଼ ଗେମ୍‌!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ୱାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

କୁଲାଡରେ ରାଜ୍ୟସ୍ତରୀୟ ଭଞ୍ଜଜୟନ୍ତୀ ପାଳିତ: ଏମାନଙ୍କୁ ମିଳିଲା ଭଞ୍ଜଶ୍ରୀ ଉପାଧି

ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ…

ସ୍ୱାଧୀନ ଲଢିବେ ଦିଲୀପ, ଭାଜପା କରିବ ଭିତିରି ପ୍ଲାନ!

ଭୁବନେଶ୍ୱର,୩।୩: ରାଜ୍ୟସଭା ନିର୍ୱାଚନ ନେଇ ବିଜେଡି ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri