Posted inଖେଳ

T୨୦ ବିଶ୍ୱକପ୍‌ ସେମିଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆରେ ହଲଚଲ: ହୋଟେଲ ଛାଡ଼ି ଘରକୁ ଗଲେ ସୂର୍ଯ୍ୟକୁମାର-ହାର୍ଦ୍ଦିକ-ଶିବମ, ପ୍ରଶ୍ନ ଘେରରେ…

ମୁମ୍ବାଇ,୩।୩: T୨୦ ବିଶ୍ୱକପ୍‌ ୨୦୨୬ର ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଯାଉଛି ମହାଲଢ଼େଇ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଭାରତୀୟ ଦଳ ମୁମ୍ବାଇରେ ପହଞ୍ଚି ସାରିଛି। କିନ୍ତୁ ଏହି ସମୟରେ ଏକ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ଟିମ ସାଥୀଙ୍କୁ ଛାଡ଼ି ନିଜ ନିଜ ଘରକୁ ଚାଲିଯାଇଛନ୍ତି।
ମୁମ୍ବାଇ ବିମାନବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅନ୍ୟ ଖେଳାଳିମାନେ ଦଳର ବସରେ ବସୁଥିବା ବେଳେ ଏହି ତିନି ଖେଳାଳି ନିଜ ନିଜ କାର୍‌ରେ ବସି ଘରକୁ ଯାଉଥିବା ଦେଖାଯାଇଛି। ସେମିଫାଇନାଲ ଭଳି ଏକ ବଡ଼ ମ୍ୟାଚ୍‌ ପୂର୍ବରୁ ଖେଳାଳିମାନେ କାହିଁକି ଟିମ୍‌ ହୋଟେଲରେ ନ ରହି ଘରକୁ ଗଲେ, ସେ ନେଇ ପ୍ରଶଂସକମାନେ ପ୍ରଶ୍ନ ଉଠାଇଛନ୍ତି।
ଏହି ତିନି ଜଣ ଯାକ ଖେଳାଳିଙ୍କ ଘର ମୁମ୍ବାଇରେ ହୋଇଥିବାରୁ ସେମାନେ ପରିବାର ସହ ସମୟ ବିତାଇବାକୁ ଘରକୁ ଯାଇଛନ୍ତି। ତେବେ ବିସିସିଆଇ (BCCI) ଏପରି ଅନୁମତି କିପରି ଦେଲା, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯଦି ସେମିଫାଇନାଲ ଫଳାଫଳ ଭାରତ ସପକ୍ଷରେ ନ ଯାଏ, ତେବେ ଏହି ଘଟଣାକୁ ନେଇ ବିବାଦ ଆହୁରି ବଢ଼ିପାରେ।

କେବଳ ଏହି ଘଟଣା ନୁହେଁ, ବରଂ ଏହି ତିନି ଖେଳାଳିଙ୍କ ଫର୍ମ ମଧ୍ୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ପାଣ୍ଡ୍ୟା ବୋଲିଂରେ ବେଶ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଚଳିତ ବିଶ୍ୱକପରେ ସେ ସବୁଠାରୁ ଅଧିକ ଛକା ଖାଇଥିବା ବୋଲର। ଅଧିନାୟକ ସୂର୍ଯ୍ୟକୁମାର ଆମେରିକା ବିପକ୍ଷରେ ୮୪ ରନର ଇନିଂସ ଖେଳିବା ପରେ ତାଙ୍କ ବ୍ୟାଟରୁ ଅର୍ଦ୍ଧଶତକ ଦେଖିବାକୁ ମିଳିନାହିଁ। ସେହିଭଳି ଶିବମ ଦୁବେଙ୍କ ଦଳର ମଧ୍ୟକ୍ରମରେ ପ୍ରଦର୍ଶନ ମଧ୍ୟ ସ୍ଥିର ରହୁନାହିଁ। ଏଭଳି ସ୍ଥିତିରେ ସେମିଫାଇନାଲ ପୂର୍ବରୁ ଖେଳାଳିଙ୍କ ଏପରି ଆଚରଣ ଏବଂ ଖରାପ ଫର୍ମ ଟିମ ଇଣ୍ଡିଆ ପାଇଁ ଅଡୁଆ ହେବନି ତ? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଆଲୋଚନା ଚାଲିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?