Posted inଖେଳ

ପାଣ୍ଡ୍ୟାଙ୍କ ଉପରେ BCCIର ବଡ଼ ଆକ୍ସନ, ଏହି ଭୁଲ୍‌ ପାଇଁ ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ୯ମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମୁମ୍ବାଇ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ସିଜିନର ପ୍ରଥମ ମ୍ୟାଚ ଥିଲା। କିନ୍ତୁ ଏହି ମ୍ୟାଚ୍‌ରେ ତାଙ୍କ ପକ୍ଷରୁ ଏକ ବଡ଼ ଭୁଲ ହୋଇଯାଇଥିଲା। ଯେଉଁଥିଲାଗି ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲକ୍ଷ ଲକ୍ଷ ଟଙ୍କା ଜରିମାନା ଲଗାଇଛି।

ଶନିବାର ଖେଳାଯାଇଥିବା ମ୍ୟାଚ୍‌ ସମୟରେ ମୁମ୍ବାଇ ଅଧିନାୟକ ପାଣ୍ଡ୍ୟାଙ୍କୁ ସ୍ଲୋ ଓଭର ରେଟ୍‌ ପାଇଁ ଜରିମାନା ଲଗାଯାଇଛି। ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ପ୍ରଥମ ଅପରାଧ ଏବଂ ପାଣ୍ଡ୍ୟାଙ୍କୁ କେବଳ ଜରିମାନା ଦେବାକୁ ପଡିଛି। ଯାହାର ଅର୍ଥ ହେଲା ହାର୍ଦ୍ଦିକଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଗତ ସିଜିନରେ ମଧ୍ୟ ହାର୍ଦ୍ଦିକଙ୍କଠାରୁ ଅନେକ ମ୍ୟାଚ୍‌ରେ ଏପରି ଭୁଲ ଦେଖିବାକୁ ମିଳିଥିଲା।

ଆଇପିଏଲ ତାର ପ୍ରେସ ରିଲିଜରେ କହିଛି, ‘ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଆଇପିଏଲ ୨୦୨୫ ର ୯ ନମ୍ବର ମ୍ୟାଚ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକଙ୍କ ଦଳ ଧୀର ଓଭର-ରେଟ୍‌ ବଜାୟ ରଖିବାରୁ ତାଙ୍କୁ ଜରିମାନା କରାଯାଇଛି। ଯେହେତୁ ଏହା IPL ଆଚରଣ ସଂହିତାର ଧାରା ୨.୨ ଅନୁଯାୟୀ ସିଜନରେ ତାଙ୍କ ଦଳର ପ୍ରଥମ ଅପରାଧ ଥିଲା, ଯାହା ସର୍ବନିମ୍ନ ଓଭର-ରେଟ ଅପରାଧ ସହିତ ଜଡିତ, ତେଣୁ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।’

ଗତ ସିଜିନରେ ମୁମ୍ବାଇର ଶେଷ ମ୍ୟାଚ୍‌ରେ ହାର୍ଦ୍ଦିକଙ୍କୁ ସ୍ଲୋ ଓଭର ରେଟ ଯୋଗୁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଥିଲା। ଫଳରେ ସେ ଏହି ସିଜିନର ପ୍ରଥମ ମ୍ୟାଚ ଖେଳିପାରିଲେ ନାହିଁ। କିନ୍ତୁ ଏବେ ଫେରିବା ପରେ ତାଙ୍କୁ ଏହି ବଡ଼ ଝଟକା ଲାଗିଛି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିପାରି ନଥିଲା। ଯାହା କାରଣରୁ ତାଙ୍କୁ ଗୁଜରାଟ ଇନିଂସର ଶେଷ ଓଭରରେ ଦଣ୍ଡ ଦିଆଯାଇଥିଲା। ଏହି ଓଭରରେ ତାଙ୍କୁ ୩୦ ୟାର୍ଡ ସର୍କଲରେ ଜଣେ ଅତିରିକ୍ତ ଫିଲ୍ଡର ରଖିବାକୁ ପଡିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?