Posted inଖେଳ

ହାର୍ଦ୍ଦିକଙ୍କ କ୍ୟାଚ୍‌ ଯୋଗୁ ବଢ଼ିଥିଲା ମୁମ୍ବାଇ ଇଣ୍ଡିଆନ ଜିତିବାର ସମ୍ଭାବନା: ଚକିତ ହୋଇଥିଲେ କେକେଆର୍‌ ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ କେକେଆର୍‌କୁ ୪୯ ରନ୍‌ରେ ପରାସ୍ତ କରିଛି। ତେବେ ଏଥିରେ ଜଣେ ଖେଳାଳି ସର୍ବାଧିକ ଚର୍ଚ୍ଚାରେ ରହିଛନ୍ତି। ସେ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା।
ହାର୍ଦ୍ଦିକ ହିଟଓ୍ବିକେଟ୍‌ ହେବା ପରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ସେ ଫିଲ୍ଡିଂ କରି ଏକ ଭଲ କ୍ୟାଚ୍‌ ନେଇଥିଲେ। ଏହି କ୍ୟାଚ୍‌ଟି ମ୍ୟାଚ୍‌ର ସ୍ଥିତିକୁ ବଦଳାଇ ଦେଇଥିଲା। ପରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌କୁ ୪୯ ରନ୍‌ରେ ଜିତି ନେଇଥିଲା।

ମ୍ୟାଚ୍‌କୁ ଜିତିବାକୁ ଏମ୍‌ଆଇ ୧୯୬ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା। ୧୧ ଓଭରରେ କେକେଆର୍‌ ୩ ଓ୍ବିକେଟ୍‌ରେ ୭୨ ରନ୍‌ କରିଥିଲା। ପଡ଼ିଆରେ ନୀତିଶ ରାଣା ଏବଂ ଇୟୋନ ମାର୍ଗନ ଥିଲେ। ନୀତିଶ ଭଲ ଖେଳୁଥିବା ବେଳେ ୧୨ ଓଭରରେ କିରୋନ ପୋଲାର୍ଡଙ୍କ ବଲ୍‌ରେ ସେ ଲମ୍ବା ଶଟ୍‌ ମାରିଥିଲେ। ହେଲେ ବଲ୍‌ଟିର ଗତି ଧିର ଥିବାରୁ ଏହା ଛକା ନ ହୋଇ ସୀମାରେଖା ନିକଟରେ ପଡ଼ିବାକୁ ଯାଉଥିଲା। ହାର୍ଦ୍ଦିକ ଏହା ଅନୁମାନ କରି ପଛକୁ ଯାଇ କ୍ୟାଚ୍‌ ଧରିବାରେ ସଫଳ ହୋଇଥିଲେ। ଏହା କେକେଆର୍‌ ଖେଳାଳିଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬୬ ବର୍ଷ ବୟସରେ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କୋଲକତା,୩।୫:ଭାରତର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ଅରୁଣ ୩୮ ବର୍ଷୀୟା ବୁଲବୁଲ ସାହାଙ୍କୁ...

ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଲେ କୋହଲି

ନୂଆଦିଲ୍ଲୀ,୫ା୩(ପି.ଟି.)- ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଏହି ଅବସରରେ ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆକୁ...

ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ବୁମରାଙ୍କ ରାଜ୍‌

ଦୁବାଇ,୧୨।୧୧- ଆଇସିସି ଦିନିକିଆ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ରାଜୁତି ଜାରି ରଖିଛନ୍ତି। କୋହଲି ସର୍ବାଧିକ ୮୯୫...

ଅଧିନାୟକ ପଦ ଛାଡ଼ିବେ କୋହଲି

ନୂଆଦିଲ୍ଲୀ,୧୬।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଟି୨୦ ବିଶ୍ୱକପ୍‌ ପରେ ସେ ଟି୨୦ ଫର୍ମାଟର ଅଧିନାୟକ ପଦରୁ...

ଶୁବମନ୍‌ ଗିଲ୍‌ଙ୍କ ଦ୍ରୁତ ଶତକ

ଅହମଦାବାଦ, ୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ କ୍ୱାଲିଫାୟର-୨ରେ ଦ୍ରୁତ ଶତକ ହାସଲ କରିଛନ୍ତି ଗୁଜରାଟ ଟାଇଟନ୍ସର ଶୁବମନ ଗିଲ୍‌।...

ସ୍ତ୍ରୀଙ୍କ ପାଇଁ ଭୋଟ ମାଗିଲେ ରବିନ୍ଦ୍ର ଜାଡେଜା

ଗାନ୍ଧୀନଗର,୧୫।୧୧: ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭାବାଙ୍କୁ ଭାରତୀୟ ଜନତା ପାର୍ଟି ଗୁଜରାଟ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଜାଡେଜା ତାଙ୍କ ସ୍ତ୍ରୀଙ୍କ ପାଇଁ ପ୍ରଚାର...

ଶହୀଦ ଯବାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସିଏସ୍‌କେ ଦଳର ସଦସ୍ୟ ନିଲମ୍ବିତ

ଚେନ୍ନାଇ,୧୭।୬: ଗଲୱାନ ଘାଟିରେ ହୋଇଥିବା ଚାଇନା ସହ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶହୀଦ...

ହକି ଇଣ୍ଡିଆ ପୁରସ୍କାର ଦୌଡ଼ରେ ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୪।୩- ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ତୃତୀୟ ସଂସ୍କରଣ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ହକି ତାରକା ମାନଙ୍କୁ ପୁରସ୍କାର ଆକାରରେ...

Advertisement
Archives

Model This Week