Posted inଜାତୀୟ

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ହରଦୀପ ସିଂ ପୁରୀ ସ୍ପଷ୍ଟ କରିଛନ୍ତି। ଇନ୍ଧନ ମୂଲ୍ୟ ନିର୍ଦ୍ଧାରଣ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଅନ୍ତର୍ଜାତୀୟ ଅଶୋଧିତ ତୈଳ ବଜାରରେ ବ୍ୟାପକ ଅସ୍ଥିରତା ସତ୍ତ୍ୱେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ମୁଖ୍ୟତଃ ସ୍ଥିର ରହିଛି। ବିଗତ ୪ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ମୂଲ୍ୟ ମାତ୍ର ୫.୫୮ ପ୍ରତିଶତ ଏବଂ ଡିଜେଲ ମୂଲ୍ୟ ୬.୨୩ ପ୍ରତିଶତ ବୃଦ୍ଧି ପାଇଛି, ଯାହା ବିଶ୍ୱର ଅନ୍ୟ ଦେଶ ତୁଳନାରେ ବହୁତ କମ୍‌।
କେନ୍ଦ୍ରମନ୍ତ୍ରୀ ପୁରୀ କହିଛନ୍ତି, ଦେଶର ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ଏବେ ମଧ୍ୟ ପ୍ରାୟ ୨.୧୮ ଲକ୍ଷ କୋଟି ଟଙ୍କାର ସଞ୍ଚିତ ଆର୍ଥିକ କ୍ଷତି ବା ବୋଝ ଭରଣା କରୁଛନ୍ତି। ଏହା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବହୁତ ଅଧିକ ଥିବା ସମୟରେ କମ୍ପାନୀଗୁଡ଼ିକ ଯେଉଁ ଇନ୍ଧନ କ୍ରୟ କରି ମହଜୁଦ ରଖିଥିଲେ, ତାହା ଏବେ ମଧ୍ୟ ସେମାନଙ୍କ ପାଖରେ ରହିଛି। ଏଭଳି ସ୍ଥିତିରେ ହଠାତ୍‌ ଖୁଚୁରା ମୂଲ୍ୟ କମାଇବା ବାସ୍ତବବାଦୀ ନୁହେଁ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ତେଲ ଦର କମାଇବା ପ୍ରସଙ୍ଗ ଆଦୌ ଯୁକ୍ତିଯୁକ୍ତ ନୁହେଁ, ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।
ବିଶ୍ୱ ଶକ୍ତି ବଜାରରେ ଦେଖାଦେଇଥିବା ବିଭିନ୍ନ ବିପର୍ଯ୍ୟୟ ଏବଂ ନିକଟରେ ‘ହର୍ମୁଜ ପ୍ରଣାଳୀ’ ଅଞ୍ଚଳରେ ସୃଷ୍ଟି ହୋଇଥିବା ଯୁଦ୍ଧ ଉତ୍ତେଜନା ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଅନ୍ତର୍ଜାତୀୟ ସଙ୍କଟ ସତ୍ତ୍ୱେ ସରକାର ଭାରତୀୟ ଗ୍ରାହକଙ୍କୁ ବଜାରର ଝଟକାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିଛନ୍ତି। ଦେଶରେ ଥିବା ପ୍ରାୟ ୧.୦୭ ଲକ୍ଷ ତେଲ ଟାଙ୍କି (ଖୁଚୁରା ବିକ୍ରୟ କେନ୍ଦ୍ର) ମଧ୍ୟରୁ ଗୋଟିଏ ହେଲେ ସ୍ଥାନରେ ତେଲର ଅଭାବ ଦେଖାଦେଇନାହିଁ ଏବଂ ସଙ୍କଟ ସମୟରେ ଯୋଗାଣ ସ୍ବାଭାବିକ ରହିଥିଲା।
ରାଜ୍ୟ ତଥା ଦେଶର ଦୀର୍ଘକାଳୀନ ଶକ୍ତି ସୁରକ୍ଷାକୁ ମଜଭୁତ କରିବା ପାଇଁ ସରକାରଙ୍କ ବୃହତ୍‌ ଯୋଜନା ବିଷୟରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୩୦ ମସିହା ସୁଦ୍ଧା ଭାରତର ବାର୍ଷିକ ତୈଳ ସଂଶୋଧନ (ରିଫାଇନିଂ) କ୍ଷମତା ୩୦୯.୫ ନିୟୁତ ମେଟ୍ରିକ ଟନ୍‌କୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଅନେକ ପୁରୁଣା ବିଶୋଧନାଗାରର ସମ୍ପ୍ରସାରଣ ଏବଂ ନୂତନ ଗ୍ରୀନ୍‌ଫିଲ୍ଡ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି। ଏଥିମଧ୍ୟରୁ କେତେକ ପ୍ରକଳ୍ପ ଆଗାମୀ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ, ଯାହା ଦେଶର ଶକ୍ତି ନିରାପତ୍ତାକୁ ଆହୁରି ସୁଦୃଢ଼ କରିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?