ବିଶ୍ୱବ୍ୟାପୀ ୧୬,୦୦୦ କର୍ମଚାରୀ ଛଟେଇ କରିବ ନେସ୍ଲେ

ନୂଆଦିଲ୍ଲୀ,୧୬ା୧୦: ସ୍ୱିଜରଲ୍ୟାଣ୍ଡର ଫୁଡ୍ କମ୍ପାନୀ ନେସ୍ଲେ ଗୁରୁବାର ଆଗାମୀ ଦୁଇ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ୧୬,୦୦୦ କର୍ମଚାରୀ ଛଟେଇ କରିବାକୁ ଘୋଷଣା କରିଛି। ଏହି ଘୋଷଣା ପରେ କମ୍ପାନୀର ଶେୟାର ମୂଲ୍ୟ ୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, ଯାହା ଜୁରିଚ୍ ଷ୍ଟକ ମାର୍କେଟକୁ ୟୁରୋପର ସବୁଠାରୁ ଉନ୍ନତ ବଜାର କରିଛି।

ସେପ୍ଟେମ୍ବର ଆରମ୍ଭରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଫିଲିପ ନାଭ୍ରାଟିଲ କହିଛନ୍ତି, “ବିଶ୍ୱ ବଦଳୁଛି, ତେଣୁ ନେସ୍ଲେକୁ ଆହୁରି ଦ୍ରୁତ ବଦଳିବାକୁ ହେବ।” ଏହା ଅଧୀନରେ କର୍ମଚାରୀ ସଂଖ୍ୟା ହ୍ରାସ କରିବା ପାଇଁ “କଠିନ କିନ୍ତୁ ଆବଶ୍ୟକ” ନିଷ୍ପତ୍ତି ନିଆଯାଇଛି।

ଏହି ଛଟେଇ କମ୍ପାନୀର ମୋଟ କର୍ମଚାରୀଙ୍କ ପ୍ରାୟ ୬ ପ୍ରତିଶତକୁ ପ୍ରଭାବିତ କରିବ। ଆଗାମୀ ଦୁଇ ବର୍ଷରେ ୧୨,୦୦୦ ହ୍ୱାଇଟ-କଲାର କର୍ମଚାରୀ ଏବଂ ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳାରେ ୪,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ। ଏହା ଦ୍ୱାରା କମ୍ପାନୀ ଏକ ବିଲିୟନ ସ୍ୱିସ ଫ୍ରାଙ୍କ ସଞ୍ଚୟ କରିବ, ଯାହା ପୂର୍ବ ଯୋଜନାରୁ ଦୁଇଗୁଣ ଅଧିକ। ନେସ୍ଲେ ୨୦୨୭ ଶେଷ ସୁଦ୍ଧା ସଞ୍ଚୟ ଲକ୍ଷ୍ୟକୁ ୨.୫ ବିଲିୟନରୁ ବୃଦ୍ଧି କରି ୩ ବିଲିୟନ ସ୍ୱିସ ଫ୍ରାଙ୍କ କରିଛି।

କିଟ୍‌କ୍ୟାଟ, ମ୍ୟାଗି ଓ ପୁରିନା ଭଳି ୨,୦୦୦ରୁ ଅଧିକ ବ୍ରାଣ୍ଡର ମାଲିକ ନେସ୍ଲେ ୨୦୨୫ର ପ୍ରଥମ ନଅ ମାସରେ ୧.୯ ପ୍ରତିଶତ ବିକ୍ରି ହ୍ରାସ ସହ ୬୫.୯ ବିଲିୟନ ସ୍ୱିସ ଫ୍ରାଙ୍କ (୮୩ ବିଲିୟନ ଡଲାର) ଆୟ କରିଛି। କଫି ଓ କନଫେକ୍ସନାରୀ ବିଭାଗ ଅର୍ଗାନିକ ବୃଦ୍ଧିରେ ଅଗ୍ରଣୀ ରହିଥିବା ବେଳେ ମୂଲ୍ୟ ବୃଦ୍ଧି ୨.୮ ପ୍ରତିଶତ ରହିଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବିକ୍ରି ପରିମାଣ ୧.୫ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଆର୍ଥିକ ବିଶ୍ଳେଷକଙ୍କ ଆକଳନ ୦.୩ ପ୍ରତିଶତଠାରୁ ଅଧିକ।

ନାଭ୍ରାଟିଲ କହିଛନ୍ତି, “ଆମେ ଫଳାଫଳ ପାଇବା ଆରମ୍ଭ କରିଛୁ, କିନ୍ତୁ ଆମକୁ ଆହୁରି ଅଧିକ ଓ ଦ୍ରୁତ କାର୍ଯ୍ୟ କରି ବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ହେବ।” ନେସ୍ଲେ ନିକଟ ଅତୀତରେ ଅଫିସ ସମ୍ପର୍କ ନେଇ ପୂର୍ବତନ ସିଇଓଙ୍କ ବରଖାସ୍ତ ଏବଂ ଅଧ୍ୟକ୍ଷଙ୍କ ଅପେକ୍ଷାକୃତ ଶୀଘ୍ର ବିଦାୟ ସହ ୨୦୨୪ରେ ଫ୍ରାନ୍ସରେ ବୋତଲ ପାଣି ବ୍ରାଣ୍ଡକୁ ନେଇ ଏକ କେଳେଙ୍କାରୀର ସମ୍ମୁଖୀନ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?