Posted inଖେଳ

ହରଭଜନ ସିଂଙ୍କ ଭବିଷ୍ୟବାଣୀ, ଟି-୨୦ରେ ହଇଚଇ ସୃଷ୍ଟି କରିବେ…

ନୂଆଦିଲ୍ଲୀ,୨୩।୧ : ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଜଣ ଖୋଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ ଟି-୨୦ କ୍ରିକେଟରେ ୧୦୦୦ ଛକା ମାରିପାରନ୍ତି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବା ପରେ ଭଜ୍ଜି ଏହି ଭବିଷ୍ୟବାଣୀ କରିଥିଲେ ଏବଂ ଦାବି କରିଥିଲେ ଯେ ଯଦି ଅଭିଷେକ କୋହଲି ଏବଂ ରୋହିତଙ୍କ ପରି ଅଧିକ ଟି-୨୦ ମ୍ୟାଚ୍ ଖେଳିପାରନ୍ତି, ତେବେ ତାଙ୍କ ନାମରେ ୧୦୦୦ ଛକା ହେବ । ପ୍ରକାଶଥାଉକି, ପ୍ରଥମ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ୮୪ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ ଯେଉଁଥିରେ ଏହି ବ୍ୟାଟ୍ସମ୍ୟାନ୍ ୮ଟି ଛକା ମାରିଥିଲେ ।

ହରଭଜନ କହିଛନ୍ତି, ଅଭିଷେକ ଶର୍ମା ସହଜରେ ଶତକ ହାସଲ କରିପାରିଥାନ୍ତେ, କିନ୍ତୁ ସେ କଲେ ନାହିଁ । ସେ କହିଥିଲେ ଯେ ସେ ଆଉଟ୍ ହେଲେ ମଧ୍ୟ ସମାନ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ ଜାରି ରଖିବେ। ମାନସିକତାରେ ଏହା ହିଁ ପାର୍ଥକ୍ୟ। ଏହା ଏକ ବଡ଼ କଥା ଯେ ସେ ନିଜ ବିଷୟରେ ଚିନ୍ତା କରିନଥିଲେ ଏବଂ ଦଳ ବିଷୟରେ ଚିନ୍ତା କରିଥିଲେ। ସେ ଏବେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ପ୍ରତ୍ୟେକ ଥର ସେ ୫୦ ରନ୍ କଲେ, ଟିମ୍ ଇଣ୍ଡିଆ ଜିତିଥାଏ । ସେ ଜଣେ ସୁପରଷ୍ଟାର, ଏବଂ ବୋଲରମାନଙ୍କ ପାଖରେ ତାଙ୍କ ପାଇଁ କୌଣସି ଜବାବ ନାହିଁ ।

ହରଭଜନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ରିଙ୍କୁଙ୍କ ୪୪ ରନର ଇନିଂସକୁ ପ୍ରଶଂସା କରି କହିଛନ୍ତି, “ରିଙ୍କୁ ସିଂଙ୍କ ପ୍ରଦର୍ଶନ ପ୍ରଶଂସାର ଯୋଗ୍ୟ। ବିଚରା ଖୋଳାଳି ବହୁତ ଦିନ ପରେ ସୁଯୋଗ ପାଇଲା ଏବଂ ସେ ଏହାର ସର୍ବାଧିକ ଉପଯୋଗ କଲା। ସେ ଏତେ ପରିଶ୍ରମୀ ଖେଳାଳି ଯେ ଯେତେବେଳେ ସୁଯୋଗ ପାଏ ସେ କେବେ ହାତଛଡ଼ା କରେ ନାହିଁ । ସେ ପ୍ରତ୍ୟେକ ଥର ଖେଳିବା ସମୟରେ ସମସ୍ତଙ୍କ ହୃଦୟ ଜିତିଥାଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri