Posted inଖେଳ

୧୪ ବର୍ଷ ପରେ କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ,୫।୬: ପୂର୍ବତନ କ୍ରିକେଟର୍‌ ହରଭଜନ ସିଂ ଭାରତର ଅନ୍ୟତମ ସଫଳ ବୋଲର। ଅନେକ ବିବାଦ କାରଣରୁ ହରଭଜନ ଚର୍ଚ୍ଚାରେ ଥିଲେ। ୧୪ ବର୍ଷ ପୂର୍ବେ ହୋଇଥିବା ଭୁଲ ପାଇଁ ହରଭଜନ ସିଂ ନିକଟରେ କ୍ଷମା ମାଗିଛନ୍ତି।
୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲ। ପ୍ରଥମ ସିଜିନରେ ହରଭଜନ ସିଂ ଆଇପିଏଲର ସବୁଠାରୁ ବଡ ବିବାଦର ଏକ ଅଂଶ ହୋଇଥିଲେ। ହରଭଜନ ଏକ ମ୍ୟାଚ୍‌ରେ ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ। ମ୍ୟାଚ ହାରିଯିବା ପରେ କ୍ରୋଧରେ ହରଭଜନ ସିଂ ଏହା କରିଥିଲେ। ଏହି ଚାପୁଡ଼ା ଘଟଣାକୁ କେହି ଭୁଲି ନାହାଁନ୍ତି। ନିକଟରେ ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ୧୪ ବର୍ଷ ପରେ ତାଙ୍କ ଭୁଲକୁ ସ୍ବୀକାର କରିଛନ୍ତି।
ଆଇପିଏଲର ଏହି ସିଜନରେ ହରଭଜନ ସିଂ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଏବଂ ଶ୍ରୀସନ୍ଥ କିଙ୍ଗସ ଏକାଦଶ ପଞ୍ଜାବର ଅଂଶ ଥିଲେ। ଆଇପିଏଲରେ ଏହି ଘଟଣା ପରେ ହରଭଜନଙ୍କୁ ପୂରା ସିଜିନ୍‌ରୁ ବାଦ୍‌ ଦିଆଯାଇଥିଲା। ଏହା ପରେ ତାଙ୍କୁ ପାଞ୍ଚଟି ଦିନିକିଆ ପାଇଁ ମଧ୍ୟ ବ୍ୟାନ୍‌ କରାଯାଇଥିଲା। ଗ୍ଲାନ୍ସ ଲାଇଭ ଫେଷ୍ଟରେ କଥାବାର୍ତ୍ତା ବେଳେ ହରଭଜନ ସିଂ କହିଛନ୍ତି, ଯାହା ଘଟିଥିଲା ତାହା ଭୁଲ ଥିଲା। ମୁଁ ଭୁଲ କରିଥିଲି। ମୋ ପାଇଁ ପୂରା ଦଳକୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଲା ଏବଂ ମୁଁ ମଧ୍ୟ ଲଜ୍ଜିତ ହେଲି।
ଭାରତର ଷ୍ଟାର ଫାଷ୍ଟ ବୋଲରମାନଙ୍କ ମଧ୍ୟରୁ ଶ୍ରୀସନ୍ଥ ଅନ୍ୟତମ। ସେ ୨୦୦୭ ଏବଂ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଏକ ଅଂଶ ଥିଲେ। ଆଇପିଏଲରେ ସେ ପଞ୍ଜାବ କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ। ୨୭ଟି ଟେଷ୍ଟ ମ୍ୟାଚ ବ୍ୟତୀତ ସେ ଭାରତ ପାଇଁ ୫୩ଟି ଦିନିକିଆ ଏବଂ ୧୦ ଟି -୨୦ ଖେଳିଛନ୍ତି। ତାଙ୍କ ନାମରେ ୧୬୯ ଉଇକେଟ ଅଛି। ଶ୍ରୀସନ୍ଥ ମଧ୍ୟ ଆଇପିଏଲରେ ୪୪ଟି ମ୍ୟାଚ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri