ସାବଧାନ ନ ହେଲେ ହଇରାଣ ହେବା

ଭୁବନେଶ୍ୱର, ୨୧ା୧୦(ବ୍ୟୁରୋ): ଆଗକୁ ପାର୍ବଣ ସାଙ୍ଗକୁ ଶୀତଦିନ ଆସୁଛି। ସଚେତନ ନ ରହିଲେ ପରିସ୍ଥିତି ପୁଣି ବିଗିଡ଼ିଯିବ। କେରଳ ଓ ପାଶ୍ଚାତ୍ୟ ଦେଶ ଭଳି ପୁଣି ସଂକ୍ରମଣ ବଢ଼ିଯିବ। ଆମେ ଓ ଆମ ପରିବାର ହଇରାଣ ହେବେ। ପାର୍ବଣରେ ସର୍ବସାଧାରଣ ସ୍ଥାନରେ ଭିଡ଼ କରିବା ନାହିଁ। ଘରେ ରହି ମା’ଙ୍କ ଆରାଧନା କରିବା। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା ଓ ହାତ ଧୋଇବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି।
ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ବିଶେଷଜ୍ଞମାନଙ୍କ ଅନୁସାରେ ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ। ଆମେ ସାବଧାନ ରହିଲେ ସଂକ୍ରମଣ ବଢ଼ିବ ନାହିଁ। ଏପରି କି ସଂକ୍ରମଣ ଯେଭଳି ବଢ଼ିବ ନାହିଁ ସେଥିପାଇଁ ମା’ଙ୍କ ନିକଟରେ ଶପଥ ନେଇ କାମ କରିବା ହେବ। ଗତ ୭ ମାସ ହେବ ଓଡ଼ିଶା କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ଏଥିପାଇଁ ଓଡ଼ିଶାବାସୀଙ୍କୁ ଅନେକ କଷ୍ଟ, ତ୍ୟାଗ ସ୍ବୀକାର କରିବାକୁ ପଡୁଛି। ବିଶେଷ କରି ପିଲା ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ପିଲାମାନେ ସ୍କୁଲ ସାଙ୍ଗ ସାଥୀ ଓ ଖେଳିବାର ମଜା ନେଇ ପାରୁନାହାନ୍ତି। ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ୱାରା ଆମେ କରୋନା ବିରୋଧରେ ଲଢ଼େଇକୁ ଭଲ ଭାବେ ଲଢ଼ିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ। ଓଡ଼ିଶା ଗତ ୬ ମାସ ମଧ୍ୟରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି। ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି। ମୋର ଅନୁରୋଧ ରକ୍ଷା କରି ଆପଣମାନେ ମାସ୍କ ପିନ୍ଧୁଛନ୍ତି, ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତ୍ୱ ମଧ୍ୟ ରକ୍ଷା କରୁଛନ୍ତି। ଅବଶ୍ୟ କେତେଜଣ ଟିକେ ଅମାନିଆ ହେଉଛନ୍ତି। ସେମାନେ ପରିସ୍ଥିତିକୁ ଠିକ୍‌ ଭାବେ ବୁଝିବା ଦରକାର। ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କୋଭିଡ୍‌ ପଜିଟିଭ ସଂଖ୍ୟା କମିବା ଆରମ୍ଭ କରିଛି। ସେପ୍ଟେମ୍ବରରେ ରାଜ୍ୟରେ ପଜିଟିଭ ସଂଖ୍ୟା ୪ ହଜାରରୁ ଅଧିକ ଥିବାବେଳେ ଏବେ ୨ହଜାର ତଳକୁ ଖସିଛି। ଆଗକୁ ଆହୁରି କମିବ। ଦୁଇମାସ ତଳେ ଗଞ୍ଜାମ ଓ ଗଜପତିରେ ଦୈନିକ ଶହ ଶହ କେସ୍‌ ବାହାରୁଥିଲା। ଲୋକଙ୍କ ସହଯୋଗ, ଗୋଷ୍ଠୀ ସହଭାଗିତା ଏବଂ କୋଭିଡ୍‌ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଞ୍ଜାମ ଓ ଗଜପତିରେ ସଂକ୍ରମଣ ବହୁମାତ୍ରାରେ କମିଯାଇଛି। ସେମାନେ ଏବେ ଅନ୍ୟ ଜିଲା ପାଇଁ ପ୍ରେରଣା ହୋଇଛନ୍ତି।
ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ। କରୋନା ଲକ୍ଷଣ ଅତ୍ୟନ୍ତ ଜଟିଳ। ଔଷଧ ଓ ଟିକା ନ ବାହାରିବା ଯାଏ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବ୍ରିଟେନ, ଫ୍ରାନ୍ସ, ସ୍ପେନ ଭଳି ୟୁରୋପୀୟ ଦେଶରେ ମାର୍ଚ୍ଚ-ଏପ୍ରିଲରେ କରୋନା ଭୟଙ୍କର ରୂପ ନେଇଥିଲା। ଅନେକ ଲୋକ ଜୀବନ ହରାଇଥିଲେ। ତା’ ପରେ କରୋନା ଟିକେ କମିଥିଲା। କିନ୍ତୁ ଏବେ ସେଠାରେ ପୁଣି ଥରେ ସଂକ୍ରମଣ ବହୁତ ବଢ଼ିଯାଇଛି। ଏହା ପୂର୍ବଠାରୁ ଆହୁରି ଭୟଙ୍କର ହୋଇଛି। ସେପ୍ଟେମ୍ବର ପହିଲାରେ ବ୍ରିଟେନରେ ଦୈନିକ ୧୨୦୦ରୁ ଅଧିକ ପଜିଟିଭ କେସ୍‌ ବାହାରୁଥିଲା। ୮ ଅକ୍ଟୋବରରେ ଏହା ୧୭ ହଜାରରୁ ଅଧିକ ହେଲାଣି। ସେହିପରି ଫ୍ରାନ୍ସରେ ଅଗଷ୍ଟ ୩୧ରେ ୩ ହଜାରରୁ ଅଧିକ ପଜିଟିଭ କେସ୍‌ ଥିବା ବେଳେ ଅକ୍ଟୋବର ୧୦ରେ ୨୬ ହଜାରରୁ ଅଧିକ ହେଲାଣି। ଭାରତ ଏବେ ଆମେରିକା ପରେ ବିଶ୍ୱରେ ଦୁଇ ନମ୍ବର ସ୍ଥାନରେ ରହିଛି। କେରଳ ବହୁତ ସୁନ୍ଦର ଭାବେ କରୋନା ସଂକ୍ରମଣକୁ ରୋକିଥିଲା। କିନ୍ତୁ ତାଙ୍କର ପ୍ରସିଦ୍ଧ ଓନାମ ପରବ ପରେ ଏବେ ସେଠାରେ ସଂକ୍ରମଣ ୩ ଗୁଣ ବଢ଼ିଯାଇଛି। ତେଣୁ ପାର୍ବଣରେ ସାବଧାନ ରହିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri