କଷ୍ଟ ଦେଉଥିବା ଖୁସି

ସମସ୍ତଙ୍କ ଜୀବନ ହସଖୁସିରେ ଭରିଯାଉ ଏକଥା କିଏ ବା ନ ଚାହେଁ। ତା’ଛଡା ମଣିଷ ଜୀବନର ସଂକ୍ଷିପ୍ତ ଅବଧିକୁ ହସଖୁସିରେ ଅତିବାହିତ କରିବାଟା ସବୁ ଦୃଷ୍ଟିରୁ ଶ୍ରେୟସ୍କର ବୋଲି କେତେକେ ବି ମତ ରଖନ୍ତି। ତେବେ ଖୁସି ହେବା ବା ଖୁସିରେ ରହିବାଟା ଏକାନ୍ତ ବ୍ୟକ୍ତିଗତ ଓ ଏହା ସଂପୂର୍ଣ୍ଣ ଭାବେ ନିଜର ମାନସିକତା ଉପରେ ନିର୍ଭର କରେ। ଏହା ଆମ ଜୀବନ ଶୈଳୀ, ବିଚାରବୋଧ,ଚିନ୍ତାଧାରା ଓ ସଂସ୍କାର ଉପରେ ପର୍ଯ୍ୟବସିତ ହୋଇଥାଏ। ଅନ୍ୟକୁ ପୀଡ଼ା ବା କଷ୍ଟ ଦେଇ ଖୁସି ହେବାରେ ଗୌରବ କି ବାହାଦୁରି ନ ଥାଏ। ମାତ୍ର ଅନେକ ସମୟରେ ମଣିଷଙ୍କଠାରୁ ପୁଣି ଇତର ପଶୁପକ୍ଷୀଙ୍କୁ ବିଭିନ୍ନ ଉପାୟରେ ପୀଡ଼ା ଦେଇ ଅନେକ ଖୁସି ଅନୁଭବ କରନ୍ତି। ଏଇ ଯେମିତି ମଣିଷଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଦୁଃସାଧ୍ୟ ଓ ବିପଜ୍ଜନକ କାର୍ଯ୍ୟ, ପଶୁପକ୍ଷୀଙ୍କ ଦ୍ୱାରା ବିଭିନ୍ନ ଖେଳ ପ୍ରଦର୍ଶନ ଯଥା-ଷଣ୍ଡ ଲଢ଼େଇ ହେଉ କି ଗଞ୍ଜା ଲଢ଼େଇ ହେଉ ଓ ସେମାନଙ୍କ ମଧ୍ୟରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାକୁ ଉପଭୋଗ କରି ଆମେ ଖୁସି ଅନୁଭବ କରୁ। ମାଙ୍କଡ ନାଚଠାରୁ ପୁଣି ସର୍କସରେ ଜଙ୍ଗଲୀ ପଶୁପକ୍ଷୀଙ୍କ ଦ୍ୱାରା ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ ଯାଏ ସବୁକିଛି ମଣିଷକୁ ଖୁସିର ଖୋରାକ ଯୋଗାଇଥାଏ। ମୁକ୍ତ ଓ ଅବାଧରେ ବିଚରଣ କରୁଥିବା ପଶୁପକ୍ଷୀଙ୍କୁ ପିଞ୍ଜରାରେ ରଖି ଅନେକେ ଖୁସି ଲାଭ କରିଥାଆନ୍ତି ସତ ହେଲେ ପଶୁପକ୍ଷୀଙ୍କ ହୃଦୟର ବ୍ୟଥା ଓ ବେଦନାକୁ ସେମାନେ କ’ଣ କେବେ ବୁଝିବାକ୍‌ୁ ଚେଷ୍ଟା କରିଛନ୍ତି ? ବାସ୍ତବିକ ଅନ୍ୟକୁ କଷ୍ଟ ଦେଇ ଖୁସି ଅନୁଭବ କରିବା ବସ୍ତୁତ ଆଦୌ ଖୁସିରେ ଗଣ୍ୟ ନୁହେଁ। ଏକଥା ସତ ଯେ, ଜଞ୍ଜାଳଗ୍ରସ୍ତ ଓ ସଂଘର୍ଷମୟ ଜୀବନରେ ମଣିଷର ଯଦି ଟିକେ ହସଖୁସି ନାହିଁ ତେବେ ସେ ଜୀବନ ଯେମିତି ବୋଝ ସଦୃଶ ସେମିତି ସାମୟିକ ଭାବେ ଅନ୍ୟର ପୀଡ଼ନରୁ ଖୁସି ଅନୁଭବ କରିବା ଏକ ପ୍ରକାର ଅସାମାଜିକତା। ଆଜି ସାମୟିକ ଖୁସି ପ୍ରାପ୍ତିର ଲକ୍ଷ୍ୟରେ ଅନେକ ବିଭିନ୍ନ ମାଦକ ଦ୍ରବ୍ୟ ସେବନ କରୁଛନ୍ତି। ନିଶାଗ୍ରସ୍ତ ଅବସ୍ଥାରେ କେତେକ ବିଭିନ୍ନ ଆପରାଧିକ କାର୍ଯ୍ୟ ବି କରୁଛନ୍ତି। ସେଥିପାଇଁ ଜେଲ ଜରିମାନା ଦଣ୍ଡ ମଧ୍ୟ ଭୋଗୁଛନ୍ତି। ଏମିତି କି ଦୁରାରୋଗ୍ୟର ଶିକାର ହୋଇ ଶେଷରେ ଅକାଳରେ ଜୀବନ ହାରୁଥିଲେ ବି ଜିହ୍ବା ଲାଳସାକୁ ଚରିତାର୍ଥ କରିବାକୁ ଯାଇ ନିଶାକୁ ସାଥୀ କରି ନେଉଛନ୍ତି। ବଜାର ହାଟ ଠାରୁ ବିବାହ, ବ୍ରତାଦି ବିଭିନ୍ନ କାର୍ଯ୍ୟକ୍ରମରେ ମଦ୍ୟପାନ ଓ ନାନା ଲୋଭନୀୟ ଖାଦ୍ୟ ନିଜର ଖୁସି ପାଇଁ ଖାଉଥିଲେ ବି ପରବର୍ତ୍ତୀ ସମୟରେ ଯାହା ଅଖୁସିର କାରଣ ହୋଇଥାଏ ତାହାକୁ ଲୋକେ ଭୁଲି ଯାଉଛନ୍ତି। ଅଯଥାରେ ଅନେକ ଗୁଡ଼ାଏ କଷ୍ଟ ଓ ଯନ୍ତ୍ରଣା ଭିତରେ ଜୀବନ ଅତିବାହିତ କରିଥା’ନ୍ତି। ଆଜିକାଲି ଛୋଟ ଛୋଟ ପିଲାଙ୍କୁ ମୋବାଇଲ ଧରାଇ ଦେଇ ମାତାପିତା ଦାୟିତ୍ୱମୁକ୍ତ ବୋଲି ଭାବିବା ସହ ବହୁତ ଖୁସି ବି ହେଉଛନ୍ତି। ମାତ୍ର ଛୋଟ ପିଲାଏ ମୋବାଇଲ ପଛରେ ପଡ଼ି ପାଠଶାଠ ପ୍ରତି ଅନାଗ୍ରହୀ ହେବା ସହ ସେମାନଙ୍କ ଆଚରଣ ଓ ବ୍ୟବହାରରେ ବି ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି; ଯାହା କି ସେମାନଙ୍କ ମାତାପିତା ଓ ଅଭିଭାବକଙ୍କୁ କଷ୍ଟ ଦେଉଛି।
ବର୍ତ୍ତମାନ ସମୟରେ ଅନେକ ବାପା ମାଆ ସେମାନଙ୍କ ପିଲାଙ୍କୁ ଗାଡ଼ି ଚଢ଼ିବାର ସୁଯୋଗ ଦେଇ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି। ସ୍କୁଲ, କଲେଜରେ ପଢୁଥିବା ନାବାଳକ ଓ ନାବାଳିକା ପିଲାଏ ବେନିୟମ ଭାବେ ସ୍କୁଟି ଓ ବାଇକ ଧରି ରାସ୍ତାରେ ବୁଲୁଛନ୍ତି। ନିଜେ ଦୁର୍ଘଟଣା ଘଟାଉଛନ୍ତି ଓ ଦୁର୍ଘଟଣାର ଶିକାର ବି ହେଉଛନ୍ତି। ଏହାଦ୍ୱାରା ସେମାନଙ୍କ ମାତାପିତା ଉଭୟ ଆର୍ଥିକ ଓ ମାନସିକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତ। ସେହିପରି ବେନିୟମ ଗାଡ଼ି ଚଳାଇବା ଅଭିଯୋଗରେ ପିଲାଏ ଧରାପଡ଼ିଲେ ସେମାନଙ୍କ ମାତାପିତାଙ୍କୁ ଜରିମାନା ଦେବାକୁ ପଡୁଛି। ଗାଡ଼ି ଚଳାଇବାର ଖୁସି ଏମିତି ଅନେକ ସମସ୍ୟାକୁ ଡାକି ଆଣୁଛି। ଆଜିକାଲି ସ୍କୁଲ କଲେଜରେ ପଢୁଥିବା ପିଲାଏ ପିକ୍‌ନିକ୍‌ ଯିବା ଏକ ସାଧାରଣ କଥା ହୋଇଗଲାଣି। ପିକ୍‌ନିକ୍‌ରେ ଯାଇ ଖୁସି କି ମଜା କରିବା ଗର ହିତକର ନୁହେଁ। ମାତ୍ର ଅଗଭୀର ନଈସୁଅରେ ପଶି ଗାଧୋଇବା କିମ୍ବା ବିପଜ୍ଜନକ ସ୍ଥାନରେ ମୋବାଇଲରେ ସେଲଫି ନେବା ଖୁସି ଯେ ବିପଦକୁ ଡାକିଆଣେ ଏହା ସେମାନଙ୍କୁ କିଏ ବୁଝାଇବ ? ଆଜିକାଲି ଏହିଭଳି ଅନେକ ଦୁର୍ଘଟଣା ଘଟିବା ଓ ଧନଜୀବନ ହାନି ହେଉଥିବା ଖବର ସହ ସମସ୍ତେ ପ୍ରାୟ ଅବଗତ। ପର୍ବପର୍ବାଣିଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଶୋଭାଯାତ୍ରା ଏକ ସାଧାରଣ ଘଟଣା ହୋଇଗଲାଣି। ଦେବଦେବୀଙ୍କ ଭସାଣି ଶୋଭାଯାତ୍ରାଠାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଉଚ୍ଚ ଧ୍ୱନି ସୃଷ୍ଟିକାରୀ ସାଉଣ୍ଡ(ଡିଜେ)ର ବ୍ୟବହାର କରାଯାଉଛି। ବିଶେଷକରି ଆଜିର ଯୁବଗୋଷ୍ଠୀଙ୍କର ଏହା ପ୍ରଥମ ପସନ୍ଦ ହୋଇଯାଇଛି। ଏହି ହସଖୁସି ଭିତରେ ଯେଉଁ ଶବ୍ଦ ପ୍ରଦୂଷଣ ହେଉଛି ତାହା ସୁସ୍ଥ ଓ ଅସୁସ୍ଥ ସମସ୍ତଙ୍କ ଶରୀର ଉପରେ କୁପ୍ରଭାବ ପକାଉଛି। ଶ୍ରବଣ ଶକ୍ତିର ହାନି ସହିତ ହୃଦ୍‌ଘାତଜନିତ ରୋଗକୁ ଡାକି ଆଣୁଛି। ଖୁସି ଭିତରେ ଏ ଯେଉଁ କଷ୍ଟ ସେ କଥା କିଏ କ’ଣ କେବେ ଚିନ୍ତା କରିଛି କି ? ଆଜିକାଲି ମାତାପିତା ପିଲାଙ୍କୁ ଦାମୀ ସ୍କୁଲ କଲେଜରେ ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ପାଠ ପଢ଼ାଉଛନ୍ତି। ଏମିତି କି ପାଠ ପଢ଼ା ଆରମ୍ଭରୁ ପିଲାଙ୍କୁ ସେମାନଙ୍କ ପାଖରେ ନ ରଖି ଅଧିକ ଭଲ କରିବା ଲକ୍ଷ୍ୟରେ ବୋଡିଂ ସ୍କୁଲରେ ରଖି ନିଜକୁ ଦାୟିତ୍ୱମୁକ୍ତ ମନେକରୁଛନ୍ତି। ଆଉ ପିଲାଙ୍କ ସଫଳତାରେ ଖୁସି ହେଉଛନ୍ତି, ଗର୍ବ ବି ଅନୁଭବ କରୁଛନ୍ତି। ଆରମ୍ଭରୁ ମାତାପିତାଙ୍କ ସ୍ନେହଶ୍ରଦ୍ଧା ଓ ଆକଟରୁ ବଞ୍ଚିତ ପିଲାଏ ସିନା ପାଠପଢ଼ାରେ ପ୍ରଥମ ହେଉଛନ୍ତି ଆଉ ଭଲ କର୍ମସଂସ୍ଥାନ ପାଇ ଭଲ ରୋଜଗାର କରୁଛନ୍ତି ହେଲେ ନୈତିକତାର ଶିକ୍ଷା ଅଭାବରୁ ସ୍ବାର୍ଥପର, ଅହଙ୍କାରୀ ଓ ନୀତିହୀନ ପାଲଟି ଯାଉଛନ୍ତି; ଯାହା କି ପରିଣତ ବୟସରେ ମାତାପିତାଙ୍କୁ କଷ୍ଟ ଦେଉଛି। ତେଣୁ ବର୍ତ୍ତମାନ ସର୍ବସ୍ବ ମଣିଷ ସାମୟିକ ଖୁସି ପାଇଁ ଏମିତି କିଛି ନ କରୁ ଯାହା ପରେ ତା’ର କଷ୍ଟର କାରଣ ସାଜିବ ଏବଂ ସମାଜ ପାଇଁ ମଧ୍ୟ ବିପଦ ଡାକି ଆଣିବ। ଯେଉଁ ଖୁସି ଆତ୍ମସନ୍ତୋଷ ଆଣି ନ ଦେଲା ସେହି ଖୁସିକୁ ଆମେ କ’ଣ ଖୁସି ବୋଲି କହିପାରିବା ?

  • ଯଦୁମଣି ପାଣିଗ୍ରାହୀ
    ଶଂଖିଡ଼ା, ତିହିଡ଼ି, ଭଦ୍ରକ
    ମୋ-୯୯୩୭୫୬୫୫୨୭

Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri