ସହାସ୍ୟ ଜୀବନ

ଇଂ. ସଚ୍ଚିଦାନନ୍ଦ ନନ୍ଦ

 

ମଣିଷ ଖୁସି ରହିବା ତା’ ଜନ୍ମର ଧର୍ମ। ଛୋଟପିଲା ହୋଇ ସମସ୍ତେ ଜନ୍ମଲାଭ କରିଥାନ୍ତି ଏବଂ ସେହି ଦିନଠାରୁ ଖୁସିରେ ତା’ର ଦିନ ଅତିବାହିତ କରେ। ସେଇ ପିଲା ବଡ଼ ହୋଇ ଆମ୍ଭମାନଙ୍କ ପରି ହୋଇଛି। ଆମର ମଧ୍ୟ ସ୍ବଭାବ ହେଉଛି ଖୁସିରେ ରହିବା। ଦୁଃଖିତ ହେବା ପଛରେ କିଛି ଗୋଟିଏ ଅସ୍ବାଭାବିକ ଘଟଣା ଥିବ ନିଶ୍ଚିତ। ସହାସ୍ୟ ବଦନ ଓ ସରସ ଜୀବନ ଏକ ମାନସିକତା। ଜଣେ ଇଚ୍ଛା କଲେ, ମନ କଲେ, ଯେ କୌଣସି ପରିସ୍ଥିତିରେ ଖୁସି ରହିପାରିବ। ପ୍ରତିକୂଳ ପରିସ୍ଥିତିରେ ତାହାର ସ୍ବଭାବ ଛାଡ଼ିବ ନାହିଁ। ଦୁଃଖ କଲେ କ’ଣ ହୋଇଯିବ, କିଏ ଆଣି ଦେଇଯିବ, ଲୋକେ ସହାନୁଭୂତିମୂଳକ କଥା କହିବେ ସିନା ଦୁଃଖୀର ଦୁଃଖ କେତେ ପରିମାଣରେ ଲାଘବ ହେବ? ହେବ କେବଳ ନିଜ ମାନସିକତା ଦ୍ୱାରା। ରାଜସିକ ଭାବସମ୍ପନ୍ନ ବ୍ୟକ୍ତି ସବୁକିଛି ପାଇବା ଲାଗି ପାଇଁ ଦୌଡ଼ିବେ, ନିଦ ହଜାଇ ଦେବେ। ଯଦି ସଫଳ ନ ହୁଅନ୍ତି ତେବେ ମିତ୍ରଙ୍କୁ ଶତ୍ରୁ ଭାବିବେ। ଆମ ବିଫଳତାର କାରଣ ଯିଏ ବୋଲି ସେ ଭାବିବେ ତା’ ଉପରେ ରକ୍ତଚାଉଳ ଚୋବାଇବେ। ପରିଣତି ଖରାପରୁ ଅଧିକ ଖରାପ ଆଡ଼କୁ ଯିବ। ଯଦି ବି ଭଲଦିନ ଅର୍ଥାତ୍‌ ଆମ କାମନା ବାସନା ଚରିତାର୍ଥ ହୋଇଯିବ ତାହା ଭୋଗ କରିବାକୁ ଆମ ମନ, ଇନ୍ଦ୍ରିୟ ଓ ଦେହର ଅବସ୍ଥା ଆଉ ଉପଯୁକ୍ତ ହୋଇ ରହି ନ ଥିବ। ଭୋଗ୍ୟବସ୍ତୁ ଆଉ ସେତେ ଭୋଗ୍ୟ ଜଣାପଡ଼ିବ ନାହିଁ। ଯାହା ମିଳିବ ହରାଇବା ତୁଳନାରେ କାହିଁ କେତେ ପରିମାଣରେ କେତେ ବାଟରେ ଚାଲିଯାଇଥିବ।
ଖୁସି ରହିବାର ମାନସିକତାକୁ ସମର୍ଥନ ଦିଏ ଆଧ୍ୟାତ୍ମିକତା। ମଣିଷ ଭଗବାନଙ୍କୁ ପାଇବାକୁ ସାଧନା କରି ନ ପାରେ, କିନ୍ତୁ ସୁଖଶାନ୍ତି ପାଇବାକୁ ନ ଚାହିଁବା କେଉଁଠାରେ କେବେ ହେଲେ ଦେଖା ଯାଇନାହିଁ। ସେହି ସୁଖ ଶାନ୍ତି ପାଇବାର କେତେକ ସୂତ୍ର ଅଛି। ତାହାକୁ ପାଇବା ଓ ପାଳିବାକୁ ପଡ଼ିବ। ଭାରତ ଭୂମି ଏ ବାବଦରେ ବହୁ ଯୁଗ ଧରି ଏଭଳି ସୁନାମ ଅର୍ଜନ କରିଛି ଯେ ଅନ୍ୟ ସମସ୍ତ ଦେଶ ତାକୁ ଗୁରୁ ଆଖ୍ୟା ଦେଇଛନ୍ତି। ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ ଦେଶମାନେ, ଧନ ଧାନ୍ୟରେ ବାଟ ଚାଲୁଥିବା ଦେଶମାନେ ମଧ୍ୟ ଆମ ଦେଶକୁ ଦୌଡ଼ୁଛନ୍ତି। ବହୁ ଅର୍ଥ ବ୍ୟୟ କରି, ବହୁ କଷ୍ଟ ସ୍ବୀକାର କରି, ନିଜ ଦେଶରେ ବହୁ ସୁଖ ସ୍ବାଚ୍ଛନ୍ଦ୍ୟ ତ୍ୟାଗ କରି, ବହୁ ସମ୍ପତ୍ତି ଅନ୍ୟକୁ ହସ୍ତାନ୍ତର କରି ଭାରତକୁ ଆସି କ’ଣ ପାଇବେ, କ’ଣ ଏଠାରେ ଶିଖିବେ? ଯାହା ଶିଖିବେ ତା’ର ଉପଯୋଗ କଲେ ଟିକିଏ ହସି ପାରିବେ ମାତ୍ର। ଏଇ ଟିକିଏ ହସ ତାଙ୍କ ପାଇଁ କେତେ ମୂଲ୍ୟବାନ। କେବଳ ତାଙ୍କ ପାଇଁ ନୁହେଁ ଏହା ସମସ୍ତଙ୍କ ପାଇଁ ମୂଲ୍ୟବାନ। ଭାରତୀୟମାନଙ୍କ ରକ୍ତରେ ଆଧ୍ୟାତ୍ମିକତା ପ୍ରବାହିତ, ଭାରତୀୟମାନେ ପାନ କରୁଥିବା ଜଳରେ ଆଧ୍ୟାତ୍ମିକତା, ତାଙ୍କ ଶ୍ୱାସ ପ୍ରଶ୍ୱାସର ବାୟୁରେ ଆଧ୍ୟାତ୍ମିକତା, ତାଙ୍କ ଭାତ ପଖାଳରେ ଆଧ୍ୟାତ୍ମିକତା, ମାଟିରେ ଆଧ୍ୟାତ୍ମିକତା, ସେମାନେ ଗାଉଥିବା ଗୀତରେ ଆଧ୍ୟାତ୍ମିକତା ରହିଛି। ସେମାନଙ୍କ ବାସଗୃହ ଭଗବାନଙ୍କ ନିଳୟ। ସେଥିପାଇଁ ହସିବା ତାଙ୍କ ପାଇଁ ସହଜାତ ଓ ସହଜ। ଆଧ୍ୟାତ୍ମିକତାର ଯଦି କିଛି ମୂଲ୍ୟ ଥାଏ ହସର ମୂଲ୍ୟ ମଧ୍ୟ ସେତିକି। କାରଣ ଆଧ୍ୟାତ୍ମିକ ସାଧନା ସେତିକି ଗଭୀରତର ହେଲେ ଯାଇ ଜଣେ ମଧୁର ହସ ହସିପାରିବ। କୃତ୍ରିମ ହସ, ଅଭିନୟ ହସ, ଅଭିସନ୍ଧିମୂଳକ ହସ କ’ଣ ଆଧ୍ୟାତ୍ମିକ ହସ ସହ ତୁଳନା ହୋଇପାରିବ? କେବେହେଲେ ନୁହେଁ।
ଆଉ ଏକ ମାର୍ଗ ଅଛି ଅତି ସହଜ, ସାଧନା ସାପେକ୍ଷ ନୁହେଁ । ତାହାପାଇଁ କିଛି ତ୍ୟାଗ କରିବାକୁ ପଡ଼ିବ ନାହିଁ, କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, କୌଣସି ଡିଗ୍ରୀ ହାସଲ କରିବାକୁ ପଡ଼ିବ ନାହିଁ, ଉଚ୍ଚ କୂଳରେ ଜନ୍ମ ହେବାକୁ ପଡ଼ିବ ନାହିଁ, ଦୀକ୍ଷା ନେବାକୁ ପଡ଼ିବ ନାହିଁ, ବ୍ରତ ପିନ୍ଧିବାକୁ ପଡ଼ିବ ନାହିଁ, ତାହା ହେଉଛି ନିରୋଳା ଭଲ ପାଇବା। ନିଃସ୍ବାର୍ଥ, ନିରଭିମାନ, ନିରହଂକାର ପ୍ରେମଭାବ। ନିଜ ପ୍ରେମଭାବ ଅତୁଟ ରଖିବାକୁ ହେବ। ଆମେ ତ କାହା ଦେହକୁ ପ୍ରେମ କରୁନେ, କାହା ଧନକୁ ପ୍ରେମ କରୁନେ, କାହା ସୌନ୍ଦର୍ଯ୍ୟକୁ ପ୍ରେମ କରୁନେ, ଜଣଙ୍କର ଦେହ, ମନ, ବୁଦ୍ଧି, ବିଚକ୍ଷଣତା, ପାରଦର୍ଶିତା ପ୍ରଭୃତି ଯାହାଦ୍ୱାରା ଚଳତଶକ୍ତି ପ୍ରାପ୍ତ ହୋଇଛି ସେହି ଅଦୃଶ୍ୟ ଆତ୍ମାକୁ ପ୍ରେମ କରୁଛୁ। ସେହି ଆତ୍ମା ହିଁ ପ୍ରେମ। ଈଶ୍ୱରଙ୍କ କୌଣସି ଉପହାରକୁ ନିନ୍ଦା କରି କେହି କେବେ ତାଙ୍କ ପ୍ରିୟ ହେଲାଣି? ତାଙ୍କ ପ୍ରିୟ ହେବା ନ ହେବା ସବୁ କିଛି ମଣିଷ ହାତରେ ହିଁ ଅଛି। ତେଣୁ ଗୀତା କହେ ‘ସନ୍ତୁଷ୍ଟ ସତତଂ ଯୋଗୀ’ ସର୍ବଦା ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିବ, ତେବେ ଯାଇ ଜଣେ ସର୍ବଦା ହସିପାରିବ।
ଅଲିଶା ବଜାର, କଟକ
ମୋ: ୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri