ସହାସ୍ୟ ଜୀବନ

ଇଂ. ସଚ୍ଚିଦାନନ୍ଦ ନନ୍ଦ

 

ମଣିଷ ଖୁସି ରହିବା ତା’ ଜନ୍ମର ଧର୍ମ। ଛୋଟପିଲା ହୋଇ ସମସ୍ତେ ଜନ୍ମଲାଭ କରିଥାନ୍ତି ଏବଂ ସେହି ଦିନଠାରୁ ଖୁସିରେ ତା’ର ଦିନ ଅତିବାହିତ କରେ। ସେଇ ପିଲା ବଡ଼ ହୋଇ ଆମ୍ଭମାନଙ୍କ ପରି ହୋଇଛି। ଆମର ମଧ୍ୟ ସ୍ବଭାବ ହେଉଛି ଖୁସିରେ ରହିବା। ଦୁଃଖିତ ହେବା ପଛରେ କିଛି ଗୋଟିଏ ଅସ୍ବାଭାବିକ ଘଟଣା ଥିବ ନିଶ୍ଚିତ। ସହାସ୍ୟ ବଦନ ଓ ସରସ ଜୀବନ ଏକ ମାନସିକତା। ଜଣେ ଇଚ୍ଛା କଲେ, ମନ କଲେ, ଯେ କୌଣସି ପରିସ୍ଥିତିରେ ଖୁସି ରହିପାରିବ। ପ୍ରତିକୂଳ ପରିସ୍ଥିତିରେ ତାହାର ସ୍ବଭାବ ଛାଡ଼ିବ ନାହିଁ। ଦୁଃଖ କଲେ କ’ଣ ହୋଇଯିବ, କିଏ ଆଣି ଦେଇଯିବ, ଲୋକେ ସହାନୁଭୂତିମୂଳକ କଥା କହିବେ ସିନା ଦୁଃଖୀର ଦୁଃଖ କେତେ ପରିମାଣରେ ଲାଘବ ହେବ? ହେବ କେବଳ ନିଜ ମାନସିକତା ଦ୍ୱାରା। ରାଜସିକ ଭାବସମ୍ପନ୍ନ ବ୍ୟକ୍ତି ସବୁକିଛି ପାଇବା ଲାଗି ପାଇଁ ଦୌଡ଼ିବେ, ନିଦ ହଜାଇ ଦେବେ। ଯଦି ସଫଳ ନ ହୁଅନ୍ତି ତେବେ ମିତ୍ରଙ୍କୁ ଶତ୍ରୁ ଭାବିବେ। ଆମ ବିଫଳତାର କାରଣ ଯିଏ ବୋଲି ସେ ଭାବିବେ ତା’ ଉପରେ ରକ୍ତଚାଉଳ ଚୋବାଇବେ। ପରିଣତି ଖରାପରୁ ଅଧିକ ଖରାପ ଆଡ଼କୁ ଯିବ। ଯଦି ବି ଭଲଦିନ ଅର୍ଥାତ୍‌ ଆମ କାମନା ବାସନା ଚରିତାର୍ଥ ହୋଇଯିବ ତାହା ଭୋଗ କରିବାକୁ ଆମ ମନ, ଇନ୍ଦ୍ରିୟ ଓ ଦେହର ଅବସ୍ଥା ଆଉ ଉପଯୁକ୍ତ ହୋଇ ରହି ନ ଥିବ। ଭୋଗ୍ୟବସ୍ତୁ ଆଉ ସେତେ ଭୋଗ୍ୟ ଜଣାପଡ଼ିବ ନାହିଁ। ଯାହା ମିଳିବ ହରାଇବା ତୁଳନାରେ କାହିଁ କେତେ ପରିମାଣରେ କେତେ ବାଟରେ ଚାଲିଯାଇଥିବ।
ଖୁସି ରହିବାର ମାନସିକତାକୁ ସମର୍ଥନ ଦିଏ ଆଧ୍ୟାତ୍ମିକତା। ମଣିଷ ଭଗବାନଙ୍କୁ ପାଇବାକୁ ସାଧନା କରି ନ ପାରେ, କିନ୍ତୁ ସୁଖଶାନ୍ତି ପାଇବାକୁ ନ ଚାହିଁବା କେଉଁଠାରେ କେବେ ହେଲେ ଦେଖା ଯାଇନାହିଁ। ସେହି ସୁଖ ଶାନ୍ତି ପାଇବାର କେତେକ ସୂତ୍ର ଅଛି। ତାହାକୁ ପାଇବା ଓ ପାଳିବାକୁ ପଡ଼ିବ। ଭାରତ ଭୂମି ଏ ବାବଦରେ ବହୁ ଯୁଗ ଧରି ଏଭଳି ସୁନାମ ଅର୍ଜନ କରିଛି ଯେ ଅନ୍ୟ ସମସ୍ତ ଦେଶ ତାକୁ ଗୁରୁ ଆଖ୍ୟା ଦେଇଛନ୍ତି। ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ ଦେଶମାନେ, ଧନ ଧାନ୍ୟରେ ବାଟ ଚାଲୁଥିବା ଦେଶମାନେ ମଧ୍ୟ ଆମ ଦେଶକୁ ଦୌଡ଼ୁଛନ୍ତି। ବହୁ ଅର୍ଥ ବ୍ୟୟ କରି, ବହୁ କଷ୍ଟ ସ୍ବୀକାର କରି, ନିଜ ଦେଶରେ ବହୁ ସୁଖ ସ୍ବାଚ୍ଛନ୍ଦ୍ୟ ତ୍ୟାଗ କରି, ବହୁ ସମ୍ପତ୍ତି ଅନ୍ୟକୁ ହସ୍ତାନ୍ତର କରି ଭାରତକୁ ଆସି କ’ଣ ପାଇବେ, କ’ଣ ଏଠାରେ ଶିଖିବେ? ଯାହା ଶିଖିବେ ତା’ର ଉପଯୋଗ କଲେ ଟିକିଏ ହସି ପାରିବେ ମାତ୍ର। ଏଇ ଟିକିଏ ହସ ତାଙ୍କ ପାଇଁ କେତେ ମୂଲ୍ୟବାନ। କେବଳ ତାଙ୍କ ପାଇଁ ନୁହେଁ ଏହା ସମସ୍ତଙ୍କ ପାଇଁ ମୂଲ୍ୟବାନ। ଭାରତୀୟମାନଙ୍କ ରକ୍ତରେ ଆଧ୍ୟାତ୍ମିକତା ପ୍ରବାହିତ, ଭାରତୀୟମାନେ ପାନ କରୁଥିବା ଜଳରେ ଆଧ୍ୟାତ୍ମିକତା, ତାଙ୍କ ଶ୍ୱାସ ପ୍ରଶ୍ୱାସର ବାୟୁରେ ଆଧ୍ୟାତ୍ମିକତା, ତାଙ୍କ ଭାତ ପଖାଳରେ ଆଧ୍ୟାତ୍ମିକତା, ମାଟିରେ ଆଧ୍ୟାତ୍ମିକତା, ସେମାନେ ଗାଉଥିବା ଗୀତରେ ଆଧ୍ୟାତ୍ମିକତା ରହିଛି। ସେମାନଙ୍କ ବାସଗୃହ ଭଗବାନଙ୍କ ନିଳୟ। ସେଥିପାଇଁ ହସିବା ତାଙ୍କ ପାଇଁ ସହଜାତ ଓ ସହଜ। ଆଧ୍ୟାତ୍ମିକତାର ଯଦି କିଛି ମୂଲ୍ୟ ଥାଏ ହସର ମୂଲ୍ୟ ମଧ୍ୟ ସେତିକି। କାରଣ ଆଧ୍ୟାତ୍ମିକ ସାଧନା ସେତିକି ଗଭୀରତର ହେଲେ ଯାଇ ଜଣେ ମଧୁର ହସ ହସିପାରିବ। କୃତ୍ରିମ ହସ, ଅଭିନୟ ହସ, ଅଭିସନ୍ଧିମୂଳକ ହସ କ’ଣ ଆଧ୍ୟାତ୍ମିକ ହସ ସହ ତୁଳନା ହୋଇପାରିବ? କେବେହେଲେ ନୁହେଁ।
ଆଉ ଏକ ମାର୍ଗ ଅଛି ଅତି ସହଜ, ସାଧନା ସାପେକ୍ଷ ନୁହେଁ । ତାହାପାଇଁ କିଛି ତ୍ୟାଗ କରିବାକୁ ପଡ଼ିବ ନାହିଁ, କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, କୌଣସି ଡିଗ୍ରୀ ହାସଲ କରିବାକୁ ପଡ଼ିବ ନାହିଁ, ଉଚ୍ଚ କୂଳରେ ଜନ୍ମ ହେବାକୁ ପଡ଼ିବ ନାହିଁ, ଦୀକ୍ଷା ନେବାକୁ ପଡ଼ିବ ନାହିଁ, ବ୍ରତ ପିନ୍ଧିବାକୁ ପଡ଼ିବ ନାହିଁ, ତାହା ହେଉଛି ନିରୋଳା ଭଲ ପାଇବା। ନିଃସ୍ବାର୍ଥ, ନିରଭିମାନ, ନିରହଂକାର ପ୍ରେମଭାବ। ନିଜ ପ୍ରେମଭାବ ଅତୁଟ ରଖିବାକୁ ହେବ। ଆମେ ତ କାହା ଦେହକୁ ପ୍ରେମ କରୁନେ, କାହା ଧନକୁ ପ୍ରେମ କରୁନେ, କାହା ସୌନ୍ଦର୍ଯ୍ୟକୁ ପ୍ରେମ କରୁନେ, ଜଣଙ୍କର ଦେହ, ମନ, ବୁଦ୍ଧି, ବିଚକ୍ଷଣତା, ପାରଦର୍ଶିତା ପ୍ରଭୃତି ଯାହାଦ୍ୱାରା ଚଳତଶକ୍ତି ପ୍ରାପ୍ତ ହୋଇଛି ସେହି ଅଦୃଶ୍ୟ ଆତ୍ମାକୁ ପ୍ରେମ କରୁଛୁ। ସେହି ଆତ୍ମା ହିଁ ପ୍ରେମ। ଈଶ୍ୱରଙ୍କ କୌଣସି ଉପହାରକୁ ନିନ୍ଦା କରି କେହି କେବେ ତାଙ୍କ ପ୍ରିୟ ହେଲାଣି? ତାଙ୍କ ପ୍ରିୟ ହେବା ନ ହେବା ସବୁ କିଛି ମଣିଷ ହାତରେ ହିଁ ଅଛି। ତେଣୁ ଗୀତା କହେ ‘ସନ୍ତୁଷ୍ଟ ସତତଂ ଯୋଗୀ’ ସର୍ବଦା ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିବ, ତେବେ ଯାଇ ଜଣେ ସର୍ବଦା ହସିପାରିବ।
ଅଲିଶା ବଜାର, କଟକ
ମୋ: ୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri